ହେଡଲାଇନସ୍:

ଓଡ଼ଗାଁରେ ଚାଲିଛି ବେଆଇନ ମାଙ୍କଡ଼ା ଖଣି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଟି କୋଟି ଟଙ୍କାର ରାଜସ୍ବ ହାନି, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଅଧିନରେ ବିନା ଲାଇସେନ୍ସରେ ଦିନ ଦ୍ୱିପହରରେ ଚାଲିଛି ପାକୃତିକ ସମ୍ପଦ ଲୁଟ । ଅଞ୍ଚଳରେ ମାତ୍ର ଦୁଇଟି ଖଣିକୁ ଲିଜ୍ ଦିଆଯାଇଥିବା ବେଳେ ବେଆଇନ ଭାବେ ୮୪ରୁ ଉର୍ଦ୍ଧ୍ୱ ଖଣି ଖନନ ହେଉଛି । ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସଂହାରଙ୍କ ପ୍ରତି ସିଧାସଳଖ ଆଙ୍ଗୁଠି ଉଠୁଛି । ୮୪ଟି ଖଣି ଜୀବନ୍ତ ଅବସ୍ଥାରେ ଥିବା ବେଳେ ୧୫୦ରୁ ଉର୍ଦ୍ଧ୍ୱ ମୃତ ଖଣି ରହିଛି । ମୃତ ଖଣି ଗୁଡ଼ିକ ପୋତା ନହୋଇ ଖାଲହୋଇ ରହୁଥିବାରୁ କାଳକ୍ରମେ ତାହା ଜଳାଶୟରେ ପରିଣତ ହୋଇରହିଛି । ଖଣି ମାଫିଆମାନେ ଲୁଟ କରିବା ପରେ ତାହାକୁ ଏଭଳି ସ୍ଥିତିରେ ଛାଡ଼ି ଦେଉଛନ୍ତି । ଏଗୁଡିକ ଭବିଷ୍ୟତରେ ବିପଦ ସୃଷ୍ଟି କରିବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ବିଗତ ଦିନରେ ଏହି ଜଳାଶୟରେ ଅନେକ ଜୀବନ ଯାଇ ସାରିଥିବା ବେଳେ ମରଣଯନ୍ତା ସୃଷ୍ଟି କେବେ ବନ୍ଦ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଗତ ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଖଣି ଖନନ କରାଯାଇଛି । କୋମଣ୍ଡ, ପଥରା ଏବଂ ବାଦଭୂଇଁ ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ବିଗତ ୩ ବର୍ଷ ଧରି ବ୍ୟାପକ ଭାବେ ଏଠାରେ ଖଣି ଖନନ କରାଯାଇ ଲୁଟ କରାଯାଉଥିଲେ ମଧ୍ୟ ସମସ୍ତ ଆଖିବୁଜି ଦେଇଛନ୍ତି । ଏହା ପଛରେ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସଂହାରଙ୍କ ପ୍ରଚ୍ଛନ୍ନ ହାତ ରହିଛି । ତହସିଲ ଓ ସ୍ଥାନୀୟ ପୋଲିସ ଦଲାଲ ମାଧ୍ୟମରେ ମାସିକିଆ ଚାନ୍ଦା ପାଇ ବେଶ ମାଲ କମାଉଛି । ଦୈନିକ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ମାଙ୍କଡ଼ା ଓ ମୋରମ ଚୋରୀ ହେଉଥିବା ବେଳେ ଏହା ପଛରେ ଥିବା ପର୍ଦାଫାସ କରିବା ପାଇଁ ଦାବି ହେଉଛି । ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ତହସିଲଦାରଙ୍କ ବଦଳି କରାଯିବା ପାଇଁ ଛାତ୍ର କଂଗ୍ରେସ ସଭାପତି ଦାବି ଜଣାଇଛନ୍ତି।

0
0
0
s2sdefault