ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Paralakhemundi/Balakrushna Panigrahi :ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ଥାନା ଅଞ୍ଚଳର ଥାନା ଅଧିକାରୀ, ପି.ଡବ୍ଲୁ.ଡି ଓ ଆର ଡି ବିଭାଗ ସମେତ ପୌରସଂସ୍ଥା ଅଧିକାରୀମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରି ସବୁ କ୍ଷେତ୍ରରେ ସଡ଼କ ସୁରକ୍ଷା ହେବା ସହ ଜନଜୀବନ ଯେଉଁଭଳି ହାନି ନ ହୁଏ ସେଥି ପ୍ରତି ପରିବହନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ମଧ୍ୟ ଏହି ଦିଗରେ ମଧ୍ୟ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଗଜପତି ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ ମହାପାତ୍ର ଯୋଗଦେଇ ଗଜପତି ଜିଲ୍ଲାରେ ସଡକ ସୁରକ୍ଷା ନେଇ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ , ହେଲମେଟ ଓ ପ୍ରମାଣପତ୍ର ଚେକିଂ, ଯାତ୍ରୀବାହି ବସ, ଟ୍ରେକର,ଓ ଅଟୋ ଏବଂ ମାଲବାହୀ ଟ୍ରକ, ମେµପିକଅପ ଭେନ ପ୍ରଭୃତିରେ ଓଭରଲୋଡିଂ ପ୍ରତି ତୀକ୍ଷଣ ଗତି ରଖାଯାଇଛି । ଜିଲ୍ଲାରେ ସଡକ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଥିବା କଥା କହିଥିଲେ । ଅନ୍ୟ ପକ୍ଷରେ ପାଵାର ପଏଣ୍ଟ ମାଧ୍ୟମରେ ଆରଟିଓ କାର୍ଯ୍ୟାଳୟରେ କେଉଁ ମାସରେ କେବେ ଡ୍ରାଇଭିଂ ପ୍ରମାଣପତ୍ର ଦରଖାସ୍ତ ହୋଇଥିଲା କେତେ ଉତ୍ତୀର୍ଣ୍ଣ , କେତେ ଫେଲ ହେଲେ ଏବଂ କେଉଁ ମାସରେ କେତେ ଓ କେବେ ସଡକ ଦୁର୍ଘଟଣା ସବୁ ହୋଇଥିଲା ତାହାର ଫୋଟ ଚିତ୍ର ଦେଖାଇ ଅବଗତ କରାଇଥିଲେ ।  ଅନ୍ୟ ଗୁଡିକ ମଧ୍ୟରେ ଜିଲ୍ଲାର ଦୁର୍ଘଟଣା , ଜୋନରାସ୍ତା ରୋଡ କଟିଂ, ଗଛକଟା, ଓସାରିଆ ରାସ୍ତା ପାଇଁ ପଦକ୍ଷେପ , ବର୍ଷାଜନିତ ରାସ୍ତା ଖରାପ ଓ ତାର ମରାମତି ଉପରେ ବିସ୍ତୁତ ଆଲୋଚନା ହୋଇଥିଲା । ଏସ. ପି ଅମୁଲ୍ୟ କୁମାର ଦାସ,ଏସ.ଡି.ପି.ଓ ଠାକୁର ପ୍ରସାଦ ପାତ୍ର ଏବଂ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯାମୀ ଗମାଙ୍ଗ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

 

 

0
0
0
s2sdefault