ବରଗଡ :- ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବୁକୁରାମୁଣ୍ଡା ନିକଟସ୍ଥ ମହିମା ଆଶ୍ରମରେ ଆଜି ନବବର୍ଷ ଅବସରରେ ଅୟୋଜିତ ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ରଣୀ ସିଂ ବରିହା ଯୋଗଦାନ କରି ଆଶ୍ରମ ପୀଠରେ ଦର୍ଶନ କରିବା ସହିତ ଆଶ୍ରମର ସାଧୁ ସନ୍ଥ ମାନଙ୍କର ଆଶୀର୍ବାଦ ନେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରତେଜ ବର୍ଷ ଏହି ଆଶ୍ରମରେ ନବବର୍ଷ ଅବସରରେ ଏକ ସ୍ୱତନ୍ତ୍ର କାର୍ଯକ୍ରମ କରାଯାଇଥାଏ । ଏହି ଅବସରରେ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପୂଜାପାଠ କରିଥାନ୍ତି । ଅତିଥି ମାନେ ଆଶ୍ରମ ପରିସର ବୁଲି ଦେଖିବା ସହିତ ଆଶ୍ରମ ର ପରିଚାଳନା ବାବଦରେ ବୁଝିଥିଲେ । ସ୍ୱତନ୍ତ୍ର ଉତ୍ସବ ଅବସରରେ ଅୟୋଜିତ ସଭାରେ ନିଜର ଅଭିଭାଷଣ ରଖି ଶ୍ରୀ ସିଂ କହିଥିଲେ ଯେ ,ପୃଥିବୀ ପୃଷ୍ଟ ରେ ହେଉଥିବା ସମସ୍ତ ପ୍ରକାର ନକରାତ୍ମକ ପ୍ରଭାବ କୁ କେବଳ ଧର୍ମ ବଳରେ ରୋକା ଯାଇ ପାରିବ । ନବବର୍ଷ ଅବସରରେ ଭୋଜିଭାତ କରିବା ଅପେକ୍ଷା କୋଣସି ଧର୍ମାନୁଷ୍ଠାନ ରେ କିଛି ସମୟ ଅତିବାହିତ କରିବା ଦ୍ୱାରା ମନରେ ଶାନ୍ତିର ଅନୁଭବ ହେବା ସହିତ ସକାରାତ୍ମକ ଉର୍ଜା ସଂଚାର ହୋଇଥାଏ । ବୁକୁରାମୁଣ୍ଡା ମହିମା ଆଶ୍ରମ କୁ ଦେଖି ଖୁସି ଜାହିର କରିବା ସହିତ ଆଗାମୀ ଦିନରେ ବରଗଡ଼ ଜିଲ୍ଲାର ସବୁଠାରୁ ବଡ଼ ଏହି ମହିମା ଆଶ୍ରମ ର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ଶ୍ରୀ ସିଂ । ନିଜର ଅଭିଭାଷଣରେ ବିଧାୟିକା ବର୍ଷା ରଣୀ ସିଂ ବରିହା ମଧ୍ୟ ଆଶ୍ରମ ର ବିକାଶ ଓ ଉନ୍ନତି ପାଇଁ ପ୍ରୟାସ କରାଯିବ ବୋଲି କହିଥିଲେ । ବୁକୁରାମୁଣ୍ଡା ମହିମା ଆଶ୍ରମ ର ଅଧିଷ୍ଠାତା ବାବା ଗିରିଜା ଶଙ୍କର ଦାସ , ଗୋପପୁର ଆଶ୍ରମ ର ଅଧିଷ୍ଠାତା ନରସିଂହ ବାବା ଓ ଚରଦାପାଳି ଆଶ୍ରମ ର ଅଧିଷ୍ଠାତା ବାବା ବଳରାମ ଦାସ ଙ୍କର ଆଶୀର୍ବାଦ ଓ ତାଙ୍କର ଶିଷ୍ୟ ମାନଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଅୟୋଜିତ ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା , ଗୋବିନ୍ଦ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ଲାଭ କରିଥିଲେ ।
ରାଜ୍ୟ
ଧର୍ମ ର ରକ୍ଷା ହେଲେ ପୃଥିବୀ ବଞ୍ଚିବ :- ସୁଶାନ୍ତ ସିଂ
- Hits: 1211