ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ଅନୁଷ୍ଠିତ ହୋଇଥିବା ନବମ ଲାଲାବାହଦୁର କ୍ରିକେଟ କପ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ରେ କମିରା ଓ ସାମସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ତିନୋଟି ଫର୍ମାଟ ମ୍ୟାଚ ରେ ଖେଳ ହୋଇଥିଲା l ପ୍ରଥମ ଫର୍ମାଟ ସାମସିଂହ ଦଳ ନିର୍ଧାରିତ ୧୨ ଅଭର ଖେଳରେ ୧୦୫ ରନ ସଂଗ୍ରହ କରିଥିଲେ । ଯବାବରେ ୧୦୬ ରନ ର ବିଜୟାଲକ୍ଷ ନେଇ କମିରା ଦଳ ୯ ଅଭର ରେ ନିର୍ଧାରିତ ରନ ସଂଗ୍ରହ କରିନେଇଥିଲେ l ପରବର୍ତୀ ଫର୍ମାଟ ମ୍ୟାଚ ୫ ଓଭର ବିଶିଷ୍ଟ ହୋଇଥିବା ବେଳେ ପ୍ରଥମେ ସାମସିଂହା ଦଳ ୫୭ ରନ ସଂଗ୍ରହ କରି ୫୮ ରନ ର ବିଜୟ ଲକ୍ଷ୍ୟ ଦେଇଥିଲେ l ପୁଣି କମିରା ଦଳ ୪ ଓଭର ରେ ନିର୍ଧାରିତ ରନ ସଂଗ୍ରହକରି ଚମ୍ପିୟାନ ହୋଇଥିଲେ l ଅପରାହ୍ନରେ ସମୟରେ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ରମଣ ପଧାନ, ନାଇସେଟ ସୋନେପୁର, ପ୍ରଭାଞ୍ଜନ କର୍ମୀ ସାମାଜିକ କର୍ମୀ , ବଡ଼ଖମାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାସ ବିହାରୀ ମେହେର , ସାମାଜିକ କର୍ମୀ ସହଦେଵ ମହାକୁର , ଜଟେସିଂହା ସରପଞ୍ଚ ପ୍ରତିନିଧି ଆଶିଷ କୁମାର ସାହୁ ପ୍ରମୁଖ ଅତିଥି ଗଣ ମଞ୍ଚାସିନ ଥିଲେ l ଲାଲବାହାଦୁର ଯୁବକ ସଂଘର ସମସ୍ତ କର୍ମକର୍ତା ଙ୍କ ଉପସ୍ଥିତି କ୍ରମେ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଗଲା l ତାହା ସହ ବିଜେତା ଟିମ କୁ ୧୧୧୧୧ ଟଙ୍କା ଓ ଟ୍ରଫି, ଉପବିଜେତାଙ୍କୁ ୭୭୭୭ ଟଙ୍କା ସହ ଟ୍ରଫି ପ୍ରଦାନ କରାଗଲା l ସୁଧୀର ମିଶ୍ର ଓ ଝାଣ୍ଟୁ ବେହେରା ଖେଳ ପରିଚାଳନା କରିଥିଲେ। ସ୍କୋର ରେ ପ୍ରଶାନ୍ତ ମାଝୀ ତୁଲାଇଥିଲେ l ସଂଘର ସକ୍ରିୟ ସଭ୍ୟ ରୋଜେନ ଚୌଧୁରୀ ଙ୍କୁ ଅଗ୍ରଣୀ ସ୍ବେଚ୍ଛାସେବୀ ଭାବରେ ସମ୍ମାନିତ କରାଗଲା l ସଭାପତି ଆମ୍ବରୀଶ ବାରିକ ଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ରେ ସମ୍ପାଦକ ଗଦାଦାର ବାଦୀ ମଞ୍ଚ ପରଚଳନା କରିଥିଲେ l ବରିଷ୍ଠ ସଭ୍ୟ ବିନୋଦ ମହାକୁର ଧାରବିବାରଣୀ ପ୍ରଦାନ କରଥିଲେ l
ରାଜ୍ୟ
ନବମ ଲାଲବାହାଦୁର କ୍ରିକେଟ କପ, କମିରା ଦଳ ଚାମ୍ପିଅନ
- Hits: 318