ବରଗଡ :- ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେସଁ , କୁଂଜେଲ ସିଂ ଛକ ନିକଟସ୍ଥ ଭାଟେନଡୁଙ୍ଗୁରି ଠାରେ , ସହିଦ ମାଧୋ ସିଂ ସ୍ମୃତି କମିଟି ତରଫରୁ 165 ତମ ବିରତା ଦିବସ ପାଳିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ 1857 ସିପାହୀ ବିଦ୍ରୋହ ର ବହୁ ପୂର୍ବରୁ ବର୍ତ୍ତମାନ ର ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଘେସଁ ଗ୍ରାମରୁ ଇଂରେଜ ମାନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ଏହି ଆନ୍ଦୋଳନ ର ପୁରୋଧା ଥିଲେ ଘେସଁ ଜମିଦାର ସହିଦ ମାଧୋ ସିଂ । ଯାହାଙ୍କୁ ବ୍ରିଟିଶ ସରକାର 1858 ମସିହା ଡିସେମ୍ବର 31 ତାରିଖ ଦିନ ସମ୍ବଲପୁର ଠାରେ 72 ବର୍ଷ ବୟସରେ ଅତି ଅମାନୁଷିକ ଭାବରେ ଫାଶୀ ଖୁଣ୍ଟ ରେ ଝୁଲାଇ ଦେଇଥିଲା । କେବଳ ଜମିଦାର ମାଧୋ ସିଂ ନୁହନ୍ତି ତାଙ୍କର ତିନି ପୁଅ ଓ ଜ୍ୱାଇଁ ମଧ୍ୟ ଭାରତର ସ୍ବାଧୀନତା ପାଇଁ ବିରଗତି କୁ ପ୍ରାପ୍ତ କରିଥିଲେ । କହିବାକୁ ଗଲେ ଦେଶକୁ ସ୍ୱାଧୀନ କରିବା ପାଇଁ ଘେସଁ ଜମିଦାର ଙ୍କର ପୁରା ପରିବାର ସହିଦ ହୋଇ ଯାଇଥିଲେ । ଯାହାକି ଭାରତ ଇତିହାସରେ ବିରଳ । ଆଜି ଏହି ମହାନ ସଂଗ୍ରାମୀ ଙ୍କର 165 ତମ ବଳିଦାନ ଦିବସ ଅବସରରେ , ଐତିହାସିକ ଭାଟେନଡୁଙ୍ଗୁରି ଠାରେ ବିରତା ଦିବସ ମହୋତ୍ସବ ପାଳନ କରାଯାଇଛି । ମାଧୋ ସିଂ ସ୍ମୃତି କମିଟି ଦ୍ୱାରା ଅୟୋଜିତ ହୋଇଥିବା ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଯୋଗଦେଇ ସହିଦ ପରିବାର ର ଦେଶର ସ୍ବାଧୀନତା ସଂଗ୍ରାମ ରେ ରହିଥିବା ଅବଦାନ ଓ ଏହି ସଂଗ୍ରାମ ପାଇଁ ସେମାନଙ୍କୁ ସହିବାକୁ ପଡିଥିବା ଅତ୍ୟାଚାର ଓ ନିର୍ଯାତନା ବାବଦରେ କହିବା ସହିତ ସହିଦ ମାନଙ୍କ ସ୍ମୃତି ରକ୍ଷା କରିବା ପାଇଁ ଆଗାମୀ ଦିନରେ ପାର୍କ ଓ ରାସ୍ତା ର ନାମକରଣ କରାଯିବା ସହିତ ଲୁକ୍କାୟିତ ଥିବା ସଂଗ୍ରାମ ସ୍ଥଳ ଗୁଡିକ ଲୋକଲୋଚନକୁ ଆଣିବାର ପ୍ରୟାସ କରାଯିବ ବୋଲି କହିବା ସହିତ ଆସନ୍ତା ବର୍ଷ ସହିଦ ଦିବସ ପାଳନ ଅ ଅବସରରେ ଘେସଁ ରୁ ଏକ ମୋଟର ସାଇକଲ ରେଳି ବାହାରି ଭୁବନେଶ୍ୱର ପର୍ଯନ୍ତ ଯିବ ଓ 2024 ରେ ଘେସଁ ଠାରେ ରାଜ୍ୟ ସ୍ତରୀୟ ସହିଦ ସମାରୋହ ପାଳନ କରାଯିବ ବୋଲି କହିଥିଲେ । ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଏହି ମାଟିରେ ଜନ୍ମ ନେଇଥିବାରୁ ନିଜକୁ ଧନ୍ୟ ବଳି ମଣୁଥିବା କହିଥିଲେ ଶ୍ରୀ ସିଂ । ଏହି ସମାରୋହରେ ବରବଡ଼ ସମ୍ବଲପୁର , ବଲାଙ୍ଗୀର, ଝାରସୁଗୁଡା ଜିଲ୍ଲା ରୁ ଅନେକ ସହିଦ ପରିବାର ର ସଭ୍ୟ ମାନେ ଯୋଗଦାନ କରିଥିଲେ ।
ରାଜ୍ୟ
ସହିଦ ମାଧୋ ସିଂ ସ୍ମୃତି କମିଟି ତରଫରୁ 165 ତମ ବିରତା ଦିବସ ପାଳିତ
- Hits: 286