ହେଡଲାଇନସ୍:

ଶେଷରେ କୁରାଳ ସେବା ସମବାୟ ସମିତି କ୍ୟାସିୟର ହେଲେ ନିଲମ୍ବିତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅର୍ଥ ଫେରସ୍ତ ଦେବା ନେଇ ଥାନାରେ ଅଭିଯୋଗ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁରାଳ ସେବା ସମବାୟ ସମିତି ପରିଚାଳନା ପରିଷଦର ନିଷ୍ପତି କ୍ରମେ କ୍ୟାସିୟର ତ୍ରିନାଥ ଦାଶଙ୍କୁ ନିଲମ୍ବନ କରାଯାଇଛି । ଅର୍ଥ ହେରଫେରରେ ସମ୍ପୃକ୍ତି ଥିବା ଅଭିଯୋଗରେ ଏବଂ ତାଙ୍କ ଉପରେ ଧାର୍ଯ୍ୟ କରଯାଇଥିବା ଟଙ୍କା ଖୁବଶୀଘ୍ର ସମବାୟ ସମିତିରେ ଜମାଦେବା ପାଇଁ ନିର୍ଦ୍ଦେଶ ହୋଇଥିଲେ ମଧ୍ୟ ସେ ତାହାକୁ ଭୃକ୍ଷେପ କରିନଥିଲେ । ନିର୍ଦ୍ଦେଶ ଅବମାନନା ଆଧାରରେ ପରିଚାଳନା ପରିଷଦ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ଏଥି ସହିତ ପରିଚାଳନା ପରିଷଦ ତରଫରୁ ସଭାପତି କାହ୍ନୁଚରଣ ପଣ୍ଡା ଆଜି ଓଡଗାଁ ଥାନରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଦିର୍ଘ ଦିନ ଧରି ଜମାକର୍ତାଙ୍କ ଅର୍ଥଆତ୍ମସାତକୁ ନେଇ ବିବାଦୀୟ ହୋଇପଡିଥିବା କୁରାଳ ସମବାୟ ସମିତିରେ ୬ଶହରୁ ଉର୍ଦ୍ଧ୍ୱ ଜମାକର୍ତାଙ୍କ ୬କୋଟି ଟଙ୍କା ହେରଫେର ଘଟଣାକୁ ନେଇ ତତକାଳିନ ସମିତି ସମ୍ପାଦକ ନିଲମ୍ବନ ହୋଇଥିଲେ । ଏବଂ ଏହି ଘଟଣାରେ ସମ୍ପୃକ୍ତି ରହିଥିବା ତ୍ରିନାଥଙ୍କ ଠାରୁ ଲୁଟ ଅର୍ଥ ଆଦାୟ କରିବା ପାଇଁ ତାଙ୍କ ଉପରେ ଚାପ ସୃଷ୍ଟି ନିମନ୍ତେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

0
0
0
s2sdefault