ହେଡଲାଇନସ୍:

ଭଦ୍ରକରେ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧନା ଏବଂ ପୁରସ୍କାର ବିତରଣ ଉତ୍ସବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)- ଆଜି ସଂସ୍କୃତି ଭବନ ପରିସରରେ ସ୍ୱାଧୀନତା ସଂଗ୍ରାମୀ ଓ ବିଭିନ୍ନକ୍ଷେତ୍ରରେ ପ୍ରତିଷ୍ଠାଅର୍ଜନ କରିଥିବା ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଏହି ସମ୍ବର୍ଦ୍ଧନା ଉସôବ କାର୍ଯ୍ୟକ୍ରମ ସ୍ୱାଧୀନତା ଦିବସ ଦିନ ଅନୁଷ୍ଠିତ ହେବାର ଥିଲା । ପାଣିପାଗ ବିଭାଗ ପକ୍ଷରୁ ସତର୍କ ମୂଳକ ସୂଚନା ଦିଆଯାଇଥିବାରୁ ଏହି କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିଲା ବୋଲି ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ କହିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର , ଭଦ୍ରକ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ସଂଘର ସଂପାଦକ ଶ୍ୟାମସୁନ୍ଦର ବେହେରା , ବିଶିଷ୍ଟ କ୍ରୀଡ଼ାବିତ୍ ଗୋପାଳ ମହାପାତ୍ର, ରୋଟାରିଆନ୍ ଅତିଶ୍ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଭଦ୍ରକ ଜିଲ୍ଲାର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବାର୍ଦ୍ଧନା କରିଥିଲେ । ସେହିପରି ଯାତ୍ରାକଳାକାର ଖଗେନ୍ଦ୍ର ପ୍ରସାଦ ବାରିକ୍ , ସି.ଆର.ଏସ. ଆର ସ୍ୱେଚ୍ଛାସେବୀ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼ାଃ ଭଗବାନ ପରିଡ଼ା, ସୌରଚାଳିତ ସାଇକେଲ ଉଦ୍ଭାବକ ରାକେଶ କୁମାର ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ୨୦୧୮ ମସିହାର ଦଶମ ଶ୍ରେଣୀ ବୋଡର଼୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କଲ୍ୟାଣୀ ପାଣିଗ୍ରାହୀ, ଆଦିତ୍ୟ ରାଜ ପଣ୍ଡା, ସୁବାଶିଷବେହେରାଙ୍କୁ  ପୁରସ୍କାର ଦିଆଯିବା ସହ  ୭ଜଣ ବ୍ୟକ୍ତିଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା ।  ସ୍ୱାଧୀନତା ଦିବସ ଉପଲକ୍ଷେ କଲେଜ ଓ ହାଇସ୍କୁଲ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ  ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗ୍ରୁପ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ରୁରାଲ ହାଉସିଂ ସ୍କିମ୍ ରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୩ଜଣ ସରପଞ୍ଚକୁ ପୁରସ୍କାର ପ୍ରଦାନ କରାଯାଇଥିଲ ।ଏହି ସବୁ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କର୍ମଚାରୀ ତାପସ ନାୟକ, ସେକ୍ ମୋଇନୀ ଅନ୍ୟାନ କର୍ମଚାରୀମାନେ ସହଯୋଗିତା କରିଥିଲେ ।

0
0
0
s2sdefault