ହେଡଲାଇନସ୍:

ଗଉଡୁଣୀପୋଖରୀ ଗ୍ରାମର ଜଣ୍ଡିସ ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା : ପ୍ରଶାସନକୁ ଦାବିପତ୍ର ଦେଲା କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ) - ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ମଉସୁଧା ପଞ୍ଚାୟତର ଗଉଡୁଣୀପୋଖରୀ ଗ୍ରାମରେ ଜଣ୍ଡିସ ରୋଗରେ ୫୦ରୁ ଉଦ୍ଧ୍ୱର୍ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି । ବିଶେଷ ଭାବେ ଏହି ରୋଗରେ ସ୍କୁଲ ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ପିଲାମନେ କଟକ ଯାଇ ଚିକିତ୍ସିତ ହେଉଛନ୍ତି । ଏତେ ପରେ ମଧ୍ୟ ଜିଲ୍ଳା ପ୍ରଶାସନର ନିଦ ଭାଙ୍ଗୁନାହିଁ । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଜିଲ୍ଲାସ୍ତରୀୟ ଡାକ୍ତରୀ ଦଳ ଗ୍ରାମକୁ ଯାଇ ନାହାନ୍ତି କି ଗ୍ରାମକୁ ପର୍ଯ୍ୟାପ୍ତ ପରିମାଣରେ ବ୍ଲିଚିଂ, ହେଲୋଜେନ ବଟିକା ଯୋଗାଇ ଦିଆ ଯାଇ ନାହିଁ । ଲୋକେ ଗାଁ ଛାଡି ବାହାରକୁ ପଳାଇବା ଆରମ୍ଭ କଲେଣି । ଏ ସବୁ ସତ୍ତେ୍ୱ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଆଜି ପିସିସି ସମ୍ପାଦକ ସତ୍ୟାନନ୍ଦ ରାଉତ ସହକର୍ମୀଙ୍କ ସହିତ ଜିଲ୍ଳାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରତିକାର ଦାବି କରି ଦାବିପତ୍ର ପ୍ରଦାନ କରିଛନ୍ତି । ଗ୍ରାମକୁ ପର୍ଯ୍ୟାପ୍ତ ପରିମାଣରେ ବ୍ଲିଚିଂ ଓ ହେଲୋଜେନ ବଟିକା ଯୋଗାଣ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଡାକ୍ତରୀ ଦଳ ପଠାଯିବା ସହିତ ଆକ୍ରାନ୍ତଙ୍କ ରକ୍ତ ନୁମନା ସଂଗ୍ରହ କରିବା  ସହ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା, ଗ୍ରାମର ଦୂଷିତ ପରିବେଶକୁ ପରିଷ୍କାର କରିବା ଦାବି ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଶ୍ରୀ ରାଉତଙ୍କ ସହିତ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ  (ଚିଲିକା), ଦିଲିପ ବିଶ୍ୱାଳ, ସୁରେନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ନାୟକ, ଦିବାକର ମହାଳିକ, ରାମଚନ୍ଦ୍ର ସୂତାର, ମହେଶ୍ୱର ବେହେରା, ସମ୍ବିତ ଦାସ, ସୌମ୍ୟ ରଂଜନ ବାରିକ, ନିମାଇଁ ସେଠୀ, ପ୍ରଫୁଲ୍ଲ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଳାପାଳ ଜ୍ଞାନ ଦାସ ଦାବିପତ୍ର ଗ୍ରହଣ କରି ତୁରନ୍ତ ଡାକ୍ତରୀ ସହାୟତା ଯୋଗାଣ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

 

 

0
0
0
s2sdefault