ହେଡଲାଇନସ୍:

“ଗୁଣାତ୍ମକ ଖବର ପରିବେଷଣ ସାମ୍ବାଦିକଙ୍କ ଧ୍ୟେୟ ହେଉ”

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୫୭ତମ ପ୍ରତିଷ୍ଠା  ସମାରୋହ ପ୍ରତିଷ୍ଠା 

ବଲାଙ୍ଗିର(ନିରୋଜ ମିଶ୍ର) - ଗୁଣାତ୍ମକ ଖବର ପରିବେଷଣ ଆଜିର ସାମ୍ବାଦିକଙ୍କ ଧ୍ୟେୟ ହେଉ ବୋଲି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୫୭ତମପ୍ରତିଷ୍ଠା  ସମାରୋହରେ ଯୋଗଦାନ କରିଥିବା ଅତିଥିବୃନ୍ଦ ମତ ପ୍ରକାଶ କରିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ  ଦିବସ ସମାରୋହରେ ସଂଘର ସଭାପତି ହରିନାରାୟଣ ପୁଜାରୀ ଅଧ୍ୟକ୍ଷତା କରିଥିବାବେଳେ ଝାରସୁଗୁଡାର ବିଧାୟକ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବରିଷ୍ଠ  ସାମ୍ବାଦିକ ରାଜାରାମ ଶତପଥି ମୁଖ୍ୟବକ୍ତା ଭାବେ ମଂଚାସୀନ ଥିଲେ । ଅତିଥି ମାନଙ୍କ ସହ ସଂଘର ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥି ମଧ୍ୟ ମଂଚ ମଣ୍ଡନ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦାସଙ୍କୁ ସଂଘର ବରିଷ୍ଠ  ସଦସ୍ୟ ସୁଧୀର କୁମାର ପଣ୍ଡା ଏବଂ ଶଙ୍କର ପ୍ରସାଦ ମିଶ୍ର  ସମ୍ବର୍ଦ୍ଧିତ କରିଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ଶତପଥିଙ୍କୁ ବରିଷ୍ଠ  ସଦସ୍ୟ ନବୀନ କୁମାର ପଶାୟତ ଓ ସୁବାସ କୁମାର ପଣ୍ଡା ସମ୍ବର୍ଦ୍ଧିତ କରିଥିଲେ । ବରିଷ୍ଠ  ସାମ୍ବାଦିକ ମନୋରଂଜନ ଯୋଷୀ ସଭା ସଂଚାଳନ କରିଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ ଶତପଥି ବାର୍ଷିକ ବିବରଣୀ ପାଠ କରିଥିଲେ ।  ଆମ ଅଂଚଳର ଜନ ସାଧାରଣଙ୍କ ମାନସିକତାରେ ଉକôର୍ଷତା ଆସିଲେ, ସାମୁହିକ ବିକାଶ ସମ୍ଭବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଲକ୍ଷ୍ମଣ ରେଖାରେ ମଧ୍ୟରେ ଥାଇ ସମାଜକୁ ଉଚିତ ପଥପ୍ରଦର୍ଶନ କରାଇବା ସାମ୍ବାଦିକର ମୁଖ୍ୟ କର୍ତ୍ତବ୍ୟ ହେବା ଉଚିତ ବୋଲି ମୁଖ୍ୟ ବକ୍ତା ଶ୍ରୀ ଶତପଥି ଦୃଢେ଼ାକ୍ତି ପ୍ରଦାନ କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ ଉକôର୍ଷତା ପ୍ରତିପାଦନ ନିମନ୍ତେ ୬ଜଣ ସାମ୍ବାଦିକଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜୀବନବ୍ୟାପୀ ସାମ୍ବାଦିକ ସାଧନା ସମ୍ମାନରେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଶିବପ୍ରସାଦ ପାଣ୍ଡିଆ ସ୍ମୃତି ସମ୍ମାନରେ ଗୁଡଭେଲା ବ୍ଳକ ସମ୍ବାଦ ପ୍ରତିନିଧି ବିଧାନ ବଳ, ନାରାୟଣ ପୃଷେଠ୍ ସ୍ମୃତି ସମ୍ମାନରେ ଓଟିଭିର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଘଟେଶ୍ୱର ମିଶ୍ର, ରାଜ୍ୟସ୍ତରୀୟ ସପନ ବହିଦାର ସ୍ମୃତି ସମ୍ମାନରେ ନୁ୍ୟଜୱାଲ୍ଡ ଓଡିଶାର ଉଦ୍ଘୋଷିକା ଶ୍ରୀମୟୀ ରୂକ୍ମଣୀ ସାହୁ, ହୃଦାନନ୍ଦ ନନ୍ଦ ସ୍ମୃତି ସମ୍ମାନରେ କନକ ନୁ୍ୟଜର ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଶ୍ରୀମତୀ ଜ୍ୟୋସ୍ନାରାଣୀ ଦାସ ଓ ବାଲକୃଷ୍ଣ ହୋତା ସ୍ମୃତି ସମ୍ମାନରେ ଧରିତ୍ରୀର ବଲାଙ୍ଗିର ଫଟୋ ସାମ୍ବାଦିକ ସୁନୀଲ କୁମାର ମହାନ୍ତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ  ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ସମାରୋହକୁ ସନ୍ଦିପ କୁଅଁର ସଂଯୋଜନା କରିଥିବାବେଳେ ମାନପତ୍ର ପାଠ କରିଥିଲେ ପାର୍ଥ ମହାପାତ୍ର, ଶେଖ ମହମ୍ମଦ ୱାହିଦ, ବିମଳେନ୍ଦୁ ସାହୁ, ପୁର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ବିଶ୍ୱଜିତ ଦାସ । ଧନ୍ୟବାଦ ଅର୍ପଣ କରିଥିଲେ ବିରେନ୍ଦ୍ର କୁମାର ଝାଙ୍କର । ଏହି ଅବସରରେ ସଭାକାର୍ଯ୍ୟ ପୁର୍ବରୁ ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ପ୍ରତିଷ୍ଠାତା  ସଦସ୍ୟ ସତ୍ୟନାରାୟଣ ବେହେରା ଏବଂ ଶଙ୍କର ପ୍ରସାଦ ମିଶ୍ରଙ୍କ ଦ୍ୱାରା ସଂଘ ପତାକା ଉତ୍ତୋଳନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ବହୁ ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ  ତଥା ବୁଦ୍ଧିଜିବୀ ମାନେ ଏହି ସମାରୋହରେ ଯୋଗଦାନ କରିଥିଲେ । 

 

0
0
0
s2sdefault