ହେଡଲାଇନସ୍:

 ଆଗେ ଆଗେ ଦେଖିଏ ହୋତା ହେ କ୍ୟା !!!!!!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଗିମିକ  ମାଷ୍ଟରଙ୍କ ପୁଣି ଏକ ଥୋପ

ବରପାଲିରେ ହେବ ଗଙ୍ଗାଧର ମେହେର ବ୍ୟାଖ୍ୟାନ କେନ୍ଦ୍ର

 ଭୁବନେଶ୍ୱର – ୧୭ ବର୍ଷ ହେଲା ଗଭୀର ମାନସ ମନ୍ଥନ କରି ସଦ୍ୟ ବରଗଡ଼ ଜିଲ୍ଲା ବାସୀଙ୍କ ପାଇଁ ଅବେଳିଆ ପ୍ରେମ ଉଛୁଳିପଡିଛି ରାଜ୍ୟ ସରକାରଙ୍କର ବିଜେପୁର ଭୋଟ ପାଖେଇବା ପରେ । ଭଲ କଥା ଦୀର୍ଘଦିନ ଧରି ଅବହେଳିତ ହୋଇ ଥିବା ବରଗଡ଼ ଜିଲ୍ଲା ଲାଗି ନିର୍ବାଚନ ପାଇଁ ହେଉନା କାହିଁକି , ଏବେ ଯୋଜନା ଓ କାର୍ଯ୍ୟକ୍ରମର ସୁଅ ଛୁଟି ଥିବା ଯୋଗୁ ବରଗଡ଼ ବାସୀ ବି ଖୁସ `। ପ୍ରଥମେ ଗଙ୍ଗାଧର ମେହେର କେନାଲ ତାପରେ ପୋଲ ଟ୍ରାନ୍ସଫର୍ମର ଉଦ୍ଘାଟନ, ଆଉ ଏବେ ପୁଣି ସେଇ ଗଙ୍ଗାଧରଙ୍କ ନା ରେ ଆଉ ଏକ ଥୋପ । ସରି....ସରି .....ଥୋପ ନୁହଁ, ଭୁଲ ହୋଇଗଲା ! ଏକ ଅନୁଷ୍ଠାନ ଘୋଷଣା କରିଛନ୍ତି ରାଜ୍ୟ ସରକାର !  ବରଗଡ଼ ଜିଲ୍ଲାସ୍ଥିତ ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ କୃତିତ୍ୱ ଉପରେ ଏକ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଏହି ବ୍ୟାଖ୍ୟାନ କେନ୍ଦ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପ୍ରକଳ୍ପ ବାବଦରେ ୪୫ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଏହି ବ୍ୟାଖ୍ୟାନ କେନ୍ଦ୍ରରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ କୃତି ଉପରେ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନା ଉପଲବ୍ଧ ହେବ । ଏହା ବ୍ୟତୀତ ସ୍ୱଭାବକବିଙ୍କ ବିଭିନ୍ନ କୃତି ଓ ଜୀବନଚର୍ଯ୍ୟାରେ ବ୍ୟବହୃତ ସାମଗ୍ରୀ ତଥା ଉପକରଣମାନ ପ୍ରଦର୍ଶିତ ହେବ । ଆଗେ ଆଗେ ଦେଖିଏ ହୋତା ହେ କ୍ୟା !!!!!!!!!!!!!!!

0
0
0
s2sdefault