ହେଡଲାଇନସ୍:

ବାରିପଦା ଆର୍ବାନ ବ୍ୟାଙ୍କ  : ଜମା ରାଶି ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା,ଦିଲ୍ଲୀପ ମହାନ୍ତି )- ବାରିପଦା ଆର୍ବାନ ବ୍ୟାଙ୍କରେ ଜମାକାରୀମାନେ ସେମାନଙ୍କ କଷ୍ଟଲବ୍ଧ ଆୟ ଉପାର୍ଜନରୁ କାଟଛାଟ କରି ରଖିଥିବା ଜମାରାଶି ଫେରସ୍ତ ଦାବିରେ ବ୍ୟାଙ୍କ ସମ୍ମୁଖ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ବିକ୍ଷୋଭ ଆଜି ଦ୍ୱିତୀୟ ଦିବସରେ ପହଁଞ୍ଚିଛି । ଆଜି ପୂର୍ବାହ୍ନରେ ବ୍ୟାଙ୍କ ଖୋଲିବା ପରେ ବିକ୍ଷୋଭକାରୀମାନେ ବ୍ୟାଙ୍କ ସମ୍ମୁଖରେ ଗଣଧାରଣା ବସି ଜମା ରାଶି ଫେରସ୍ତ ଦାବିରେ ବିଭିନ୍ନ ସ୍ଲୋଗାନମାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ଏକ ଶୋଭାଯାତ୍ରାରେ ଜମାକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚି ଧାରଣାରେ ବସିଥିଲେ । ଏହି ସମୟରେ ବକ୍ତାମାନେ ଆର୍ବାନ ବ୍ୟାଙ୍କର ପରିଚାଳନା କମିଟି, ବ୍ୟାଙ୍କ କତ୍ତୃପକ୍ଷ ସହିତ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆର୍ବାନ ବ୍ୟାଙ୍କ ଡ଼ିପୋଜିଟର ଆସୋସିଏସନର ସଭାପତି ଭାଗବତ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ସମୟରେ ତ୍ରିଲୋଚନ ସାହୁ, ହରେକୃଷ୍ଣ କର, ରଘୁନାଥ ବେହେରା, ଦୀପକ କୁମାରଭଞ୍ଜ, ଅଚ୍ୟୁତ ପ୍ରସାଦ ମହାପାତ୍ର,ଗଣେଶ ଚନ୍ଦ୍ର ଦାସ, ପ୍ରହଲ୍ଲାଦ ନନ୍ଦ, ଗୋପୀନାଥ ପଣ୍ଡା, ଶୁକଦେବ ତ୍ରିପାଠୀ, ଦାଶରଥ ସିଂ, ବସନ୍ତ କୁମାର ପାତ୍ର, ଆଶିଷ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବାରିକ, ସୁବାସିନୀ ଷଢ଼ଙ୍ଗୀ,  ଶ୍ରୀନିବାସ ଆଚାର୍ଯ୍ୟ, ଭଗବାନ ସାମଲ, ପ୍ରଫୁଲ୍ଲ କୁମାର ବାରିକ, ଚିତ୍ତ ରଞ୍ଜନ ସାହୁ, ସୁଶୀଳ କୁମାର ପୋଦ୍ଧାର, ସନ୍ତୋଷ କୁମାର ମିଶ୍ର, ସୁଶାନ୍ତ ପାତ୍ର, ଆଶୁତୋଷ ଆଚାର୍ଯ୍ୟ, ଅନୁପ କୁମାର ପାଲ, ପ୍ରାଣବନ୍ଧୁ ଦାଶ, ବିଜୟ କୁମାର ପତି, ସୁବ୍ରତ କୁମାର କୁଇଲା, ସୁୁଧାଂଶୁ କୁମାର ଆଚାର୍ଯ୍ୟ, ଉଦ୍ଧବ ଚନ୍ଦ୍ର ପୁଷ୍ଟି, ଯୁଗେଶ କୁମାର ଆଢ଼୍ୟ, ରାଜେଶ ତୁଙ୍ଗ, ବୀରେନ୍ଦ୍ର ନାଥ ଭୂୟାଁ ପ୍ରମୁଖ ଶତାଧିକ ଜମାକାରୀ ଉପସ୍ଥିତ ରହିଥିଲେ ।

0
0
0
s2sdefault