ବାହାଡ଼ାଝୋଲା ଦଧିବାମନ ଜିଉ +୩ ମହାବିଦ୍ୟାଳୟ,ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ଦାୟିତ୍ଵ ହସ୍ତାନ୍ତର ଏବଂ ତୋଷାରପାତ ଅର୍ଥ ଫେରସ୍ତ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କଲେଜରେ ତାଲାବନ୍ଦ ସହିତ ଗଣ ଧାରଣା ଦେବାକୁ ଚେତାବନୀ


ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ୨୦୧୨ ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦବୀକୁ ନେଇ ଲାଗିରହିଥିବା ବିବାଦ ତୁଟୁନାହିଁ। ଏବଂ ଆତ୍ମସାତ ହୋଇଥିବା ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଫେରାଇ ଆଣିବା ଲାଗି ଆଞ୍ଚଳିକ ବିକାଶ ପରିଷଦ ବାହାଡଝୋଲା ଏବଂ ସ୍ଥାନୀୟ ଅଞ୍ଚଳ ବାସୀ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ୭ ଦିନ ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ସ୍ଥାନୀୟ ଅଞ୍ଚଳର ସାଧାରଣ ଜନତା ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ମହାବିଦ୍ୟାଳୟରେ ତାଲା ପକାଇବା ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦେବାପାଇଁ ଚରମ ନିଷ୍ପତ୍ତି ନେଇଛନ୍ତି । ଏ ସଂକ୍ରାନ୍ତରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଓଡ଼ିଶା, ଉଚ୍ଚ ଶିକ୍ଷା ସଚିବ ଓଡ଼ିଶା, ବିଧାୟକ ଦଶପଲ୍ଲା, ଜିଲ୍ଲାପାଳ ନୟାଗଡ଼ ଏବଂ ଆରକ୍ଷୀ ଅଧିକ୍ଷକ ନୟାଗଡ଼ ଙ୍କ ଅବଗତି ନିମନ୍ତେ ଲିଖିତ ଭାବେ ଜଣାଇଛନ୍ତି । ଅଧ୍ୟାପିକା ପ୍ରଭାସିନୀ ପଣ୍ଡା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିବା ପରେ ଦୃବଳ ପରିଚାଳନା, ଅଧ୍ୟାପନାରେ ଅପାରଗତା ଏବଂ ଅର୍ଥ ଆତ୍ମସାତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ନୟାଗଡ଼ ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶିକ୍ଷା ବିଭାଗର ସମସ୍ତ ପଦାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯାଇଥିଲା । ଏବଂ ଅଧ୍ୟକ୍ଷ ପଦବୀ ହସ୍ତାନ୍ତର କରିବା ପାଇଁ ଶ୍ରୀମତି ପଣ୍ଡାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭାଗୀୟ ନିର୍ଦ୍ଦେଶନାମାକୁ ବେଖାତିର କରି ପ୍ରବାସିନୀ ଏଡାଇ ଯାଇଥିଲେ । ପରେ ତାଙ୍କ ବିପକ୍ଷରେ ଯାଉଥିବା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଗ୍ରହଣ ନକରି ତାକୁ ଚାଲେଞ୍ଜ କରିଥିଲେ । ଏବଂ ମାମଲା ବିଚାରଧୀନ ଥିବା କହି ପଦବୀକୁ ନଛାଡି ମହାବିଦ୍ୟାଳୟ ଟଙ୍କାରେ ଗୋଟିଏ ପରେ ଗୋଟିଏ ମୋକଦ୍ଦମା କରି ସମୟ ଗଡ଼ାଇ ଚାଲିଲେ । ଶିକ୍ଷାବିଭାଗ ଯୁଗ୍ମ ଶାସନ ସଚିବ ସୁରେନ୍ଦ୍ର କୁମାର ପଣ୍ଡାଙ୍କ ପତ୍ର ସଂଖ୍ୟା ୮୭୫୮ ତା. ୨୨.୭.୨୧ ଦିଗରେ ଶ୍ରୀମତୀ ପଣ୍ଡା ଆତ୍ମସାତ କରିଥିବା ଅର୍ଥ ରାଶି ଆଦାୟ କରିବା ସହ ଭାରପ୍ରାପ୍ତ ଅଧ୍ୟକ୍ଷା ଦାୟିତ୍ୱରୁ ଅପସାରଣ ଏବଂ ତାଙ୍କର ଦରମା ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଏଡ଼ାଇବା ପାଇଁ ଶ୍ରୀମତୀ ପଣ୍ଡା ପୁଣି ଉଚ୍ଚ ନ୍ୟାୟାଳୟରେ ମିଥ୍ୟା ମୋକଦ୍ଦମା କରି ସମୟ ଗଡ଼ାଇ ଚାଲିଲେ । କଲେଜ ପାଣ୍ଠିରୁ ଅର୍ଥ ଭରଣା କରି ଏହିପରି ଗୋଟିଏ ପରେ ଗୋଟିଏ ୮/୧୦ ଟି ମିଥ୍ୟା ମକଦ୍ଦମା ଚଳାଇଲେ । ପରବର୍ତ୍ତୀ ସମୟରେ ସମସ୍ତ ମକୋଦମା ଖାରଜ ହେଲା । ସରକାରଙ୍କ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ନୂତନ ପରିଚାଳନା କମିଟି ଗଠନ କରାଗଲା । ବାହାଡ଼ା ଖୋଲା ଦଧିବାମନ ଜିଉ +୩ ମହାବିଦ୍ୟାଳୟ ପାଇଁ ମଧ୍ୟ ପ୍ରହଲ୍ଲାଦ ସାହୁଙ୍କ ସଭାପତିତ୍ବରେ ଏକ ପରିଚାଳନା କମିଟି ଗଠନ କରାଗଲା । ଭାରପ୍ରାପ୍ତ ଅଧ୍ୟକ୍ଷ ଏବଂ ପରିଚାଳନା କମିଟିର ସମ୍ପାଦକ ଭାବେ ଇତିହାସ ବିଭାଗ ଅଧ୍ୟାପକ ନଳିନୀ ରଞ୍ଜନ ଭୁଇଁଆଙ୍କ ସହିତ ୧୧ ଜଣିଆ ପରିଚାଳନା କମିଟିକୁ ସରକାରୀ ମଞ୍ଜୁରି ମିଳିଲା। ଏହା ଜାଣିବା ପରେ ଶ୍ରୀମତୀ ପଣ୍ଡା ପୁଣି କୋର୍ଟରେ ଆଉ ୨ଟି ମକୋଦମା ରୁଜୁ କଲେ ‌ ଏପରି ସ୍ଥଳେ ବର୍ଷ ବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାପ୍ତ ପାଇଁ ଚଳିତ ମାସ ଗତ ତା. ୧୩.୧୨.୨୨ ରିଖ ପତ୍ର ସଂଖ୍ୟା ୮୧ ଅନୁଯାୟୀ ଅତିରିକ୍ତ ଜିଲ୍ଲାପାଳ ନୟାଗଡ଼ ଶ୍ରୀମତୀ ପଣ୍ଡାଙ୍କୁ ୩ଦିନ ମଧ୍ୟରେ ନଳିନୀ ରଞ୍ଜନ ଭୁଇଁଆଙ୍କୁ ଦାଇତ୍ୱ ହସ୍ତାନ୍ତର ପାଇଁ ଚିଠି ମାଧ୍ୟମରେ ଜଣାଇଥିଲେ । ହେଲେ ଏ ଭିତରେ ୧୦ ଦିନ ବିତିଯାଇଥିଲେ ସୁଧା ଶ୍ରୀମତୀ ପଣ୍ଡା ଦାଇତ୍ୱ ହସ୍ତାନ୍ତର କରିନାହାନ୍ତି । ତେଣୁ ଏହାକୁ ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ଗୁରୁତର ସହ ଗ୍ରହଣ କରି ଶ୍ରୀମତୀ ପଣ୍ଡାଙ୍କ ଠାରୁ ଦାଇତ୍ୱ ହସ୍ତାନ୍ତର କରିବାର ବ୍ୟବସ୍ଥା ଗ୍ରହଣ କରିବା ସହିତ ଆତ୍ମସାତ ଅର୍ଥ ଆଦାୟ କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଣ୍ଡାଙ୍କର ଚାକିରୀ କାଳ ଆଉ ୭ ମାସ ରହିଥିବା ବେଳେ ଯେନତେନ ପ୍ରକାରେଣ ଅବସର ଗ୍ରହଣ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ବରେ ରହିଲେ ତାଙ୍କଠାରୁ କୈାଣସି ଅର୍ଥ ଆଦାୟ ହୋଇପାରିବ ନାହିଁ । କାରଣ ଚାକିରିର ସର୍ତ୍ତ ଅନୁଯାୟୀ ଅବସର ଗ୍ରହଣ ପରେ ତାଙ୍କ ପାଇଁ ପେନସନର ସୁବିଧା ନାହିଁ ବୋଲି ଚେତାବନୀ ଦେଇଥିବା ଅଞ୍ଚଳବାସୀଙ୍କ ଠାରୁ ପ୍ରକାଶ ।

0
0
0
s2sdefault