ରଙ୍ଗଣୀପାଟଣା ୪ର୍ଥ ଆରସିଏ କପ୍ ୨୦୨୨ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତ ରଙ୍ଗଣୀପାଟଣା ଉଧବ ଉଚପ୍ରାଥମିକ ବିଦ୍ୟାଳୟ ଖେଳପଡିଆ ଠାରେ ଆଜି ୪ର୍ଥ ଆରସିଏ କପ୍ ୨୦୨୨ ଉଦଘାଟିତ ହୋଇଯାଇଛି । ପ୍ରଥମ ଲିଗ୍ ମ୍ୟାଚ୍ ନନ୍ଦିଘୋର ଓ ପାଣ୍ଡେରିପଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପଚ୍ ଜିତି ନନ୍ଦିଘୋର ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ ଓଭରରୁ ୧୧.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୧ ରନ କରିଥିଲେ । ପାଣ୍ଡେରିପଡା ୮ ଓଭରରେ ୧୨୨ ରନ କରି ମ୍ୟାଚ ଜିତିଥିଲେ । ପାଣ୍ଡେରିପଡାର ଚିଣ୍ଟୁ ୧୯ ବଲରେ ୪୯ ରନ କରି ମ୍ୟାନ ଅଫଦି ମ୍ୟାଚ ହୋଇଥିଲା । ସେହିପରି ପନ୍ତିଖାରୀ ନୀଳକଣ୍ଠେଶ୍ଵର କ୍ଳବ ଓ ଖୁଣ୍ଟୁବନ୍ଧ ମଧ୍ୟରେ ୨ୟ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପନ୍ତିଖାରୀ ଟସ ଜିତି ନିର୍ଦ୍ଧାରିତ ୧୦ ଓଭରରେ ୧୭୫ ରନ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ଖୁଣ୍ଠୁବନ୍ଧ ୧୦ ଓଭର ଖେଳି ମାତ୍ର ୧୦୧ ରନ୍ କରି ପରାଜୟ ବରଣ କରିଥିଲା । ୨୦ ବଲରୁ ୬୮ ରନ୍ ସଂଗ୍ରହ କରି ନୀଳକଣ୍ଠେଶ୍ଵର କ୍ଳବର ଟିଟିଲି ମ୍ୟାନ ଅଫଦି ମ୍ୟାଚ ହୋଇଥିଲା । ଆଜିର ମ୍ୟାଚକୁ ରାକେଶ ରଞ୍ଜନ ସେଠୀ ଓ ସୁବାଶିସ ସାହୁ ପରିଚାଳନା କରିଥିଲେ । କୈଳାଶ ପାତ୍ର, ବିରେନ୍ଦ୍ର ସାହୁ, ପ୍ରକାଶ ଶୁକ୍ଳ, ଦିବାକର ନାୟକ ପ୍ରମୁଖ ଉଦଘାଟନ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ । ୮ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁଥିବା ଏହି ଟୁର୍ନାମେଣ୍ଟରେ ୧୬ ଦଳ ଭାଗ ନେଇଥିବା ବେଳେ ଡିସେମ୍ବର ୩୧ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ରବିବାର ଦିନ ପ୍ରଥମ ମ୍ୟାଚ ବଉଳିସାହି ଓ ଗୋଡିପଲ୍ଲୀ ମଧ୍ୟରେ ଏବଂ ୨ୟ ମ୍ୟାଚ ଇଟାଭାଟି ଓ ଓଡ଼ଗାଁ ମଧ୍ୟରେ ଅନୁଷ୍ଠିତ ହେବ ।

0
0
0
s2sdefault