ରାମାନୁଜନ୍ ଗଣିତ କ୍ଲବ, ପାରଳାଖେମୁଣ୍ଡି ତରଫରୁ ରାମାନୁଜନ୍ ଙ୍କ ସ୍ମୃତି ସଭାର ଦଶମ ସଂସ୍କରଣର ସଂଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ରାମାନୁଜନ୍ ଗଣିତ କ୍ଲବ, ପାରଳାଖେମୁଣ୍ଡି ତରଫରୁ ରାମାନୁଜନ୍ ଙ୍କ ସ୍ମୃତି ସଭାର ଦଶମ ସଂସ୍କରଣର ସଂଧ୍ୟା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପରିସର ମଧ୍ୟରେ ବୌଦ୍ଧିକ , ବିଶ୍ଳେଷିତ ଓ ସମସ୍ୟା - ସମାଧାନର ଏକ ଭିନ୍ନ ଦୃଷ୍ଟି ଭଙ୍ଗୀରେ ସମାପନ ହୋଇଯାଇଛି।
ପ୍ରାରମ୍ଭରେ ଶ୍ରୀ ଯୁକ୍ତ ରମାକାନ୍ତ ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ସହ ପୃଷ୍ଠଭୂମି ଓ କୃତିତ୍ବ ସମୂହକୁ ଯୋଡ଼ି , ପରିଚୟ ପର୍ବଟିକୁ ସ୍ଵକୀୟ ମଧୁର ଭାଷା ଶୈଳୀରେ ପ୍ରଭାବିତ କରିଥିଲେ। ପରେ ଭବ୍ୟ ଅତିଥି ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ରାମାନୁଜନ୍ ଫୋଟଚିତ୍ରରେ ପୁଷ୍ପମାଲ୍ୟ ପୂର୍ବକ ସଭାର ଉଦଘାଟନ ହୋଇଥିଲା।
ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ ଓ ଶ୍ରୀ ହରେକୃଷ୍ଣ ମିଶ୍ର କଣ୍ଠରୁ ଉଚ୍ଚାରିତ ବିଭୁ ମନ୍ତ୍ରରେ ମନ୍ତ୍ରିତ ଭାବାବେଶକୁ ମନୋଜ୍ଞ କରି ରଖିଥିଲା। ପରେ ବବିତା ପୁରୋହିତଙ୍କ ଦ୍ବାରା ସ୍ବର ଉତ୍ତୋଳିତ ଓ ମନୋଜ କୁମାର ପଣ୍ଡାଙ୍କ ଦ୍ଵାରା ରଚିତ ରାମାନୁଜନ୍ ଙ୍କ ଜୀବନ ପ୍ରବାହ ଓ କୃତିତ୍ବ ଭରା ଗାଣିତିକ ସୃଷ୍ଟି ସମ୍ବଳିତ ସଙ୍ଗୀତ ଶିକ୍ଷୟିତ୍ରୀ ସ୍ୱରୂପା , ବବିତା , ମଧୁସ୍ମିତା , ନିବେଦିତା ଓ କୁସୁମ ଦ୍ବାରା ଏକ ପୃଷ୍ଠ ,ଏକ ସ୍ବର ,ଏକ ତାନ ,ଏକ ମନ , ମିଷ୍ଟ ଆଦ୍ର ଲାଳିତ୍ୟ ପୂର୍ଣ୍ଣ କଣ୍ଠରେ ସମବେତ ଗାନ କରାଯାଇଥିଲା , ଯାହା ମହାନ୍ ଗଣିତଜ୍ଞ ରାମାନୁଜନ୍ ଙ୍କ ପ୍ରତି ଉପାସନା ସଦୃଶ ମନେହେଲା। ପରେ ପ୍ରତିଭାଶାଳୀ ଶିକ୍ଷକ ଶ୍ରୀ ସୌମ୍ୟ ରଞ୍ଜନ ନାୟକ ଦ୍ବାରା ବିବରଣୀ ପଠନ କରାଯାଇଥିଲା। ପିଲାଙ୍କ ଶ୍ରେଣୀଗୃହକୁ ଆନନ୍ଦ ଦାୟକ କ୍ରୀଡାଭୂମି ଓ ପରୀକ୍ଷାଗାର ଭାବୁଥିବା ସଦା ଚଞ୍ଚଳ ଶିକ୍ଷକ ଶ୍ରୀ ହରିନାଥ ପାତ୍ର ରାମାନୁଜନ୍ ଙ୍କ କ୍ଳେଶମୟ ଜୀବନ ଏକ ଯଜ୍ଞ ଯେଉଁଥିରୁ ବିସ୍ମିତ ସଂଖ୍ୟା ଯାଦୁକର ଯାଜ୍ଞସେନ ବିଶ୍ଵକୁ ଚକିତ କରିଥିଲେ ବୋଲି ଆବେଗ ଭରା କଣ୍ଠରେ ଉଲ୍ଲେଖ କରିଥିଲେ।
ବର୍ଷ ବର୍ଷ ଧରି ତୃଣମୂଳ ସ୍ତରରୁ ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ନିର୍ମାଣକାରୀ ଛାତ୍ରପ୍ରିୟ ଶିକ୍ଷକ ଶ୍ରୀ ଶୈଳେନ୍ଦ୍ର ପାତ୍ର ଆୟୋଜକ ତରଫରୁ ବକ୍ତବ୍ୟ ରଖିଥିଲେ।
ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଚମତ୍କାର ଢଙ୍ଗରେ ସମନ୍ବୟର ଇନ୍ଧନ ଦେଉଥିଲେ। ବିଗତ ବର୍ଷର ମେଧାବୀ ଛାତ୍ର ମୁଖରୁ ତାହାର ଅଧ୍ୟବସାୟ ସମ୍ପର୍କରେ ଶୁଣିବାକୁ ମିଳିଥିଲା। ପରେ ଯେଉଁ କେନ୍ଦ୍ର ଉପରେ ସମଗ୍ର ସଂଧ୍ୟାର ଚକ୍ଷୁ ନିବିଦ୍ଧ ଥିଲା , ସେ ହେଉଛନ୍ତି ମୁଖ୍ୟବକ୍ତା ସ୍ବଳ୍ପ ବୟସରେ ମହା ଗଣିତ ଅନୁଭବୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶ୍ରୀ ଅଶ୍ବିନୀ କୁମାର ରାଉତ ଗଣିତ ପ୍ରତି ଆକୃଷ୍ଟ ହେବାର ଉପାୟ ଗୁଡିକ ଉପସ୍ଥାପନା କରିଥିଲେ ଓ କେଉଁ ଅନ୍ତରାୟ ଗୁଡିକ ପିଲାଙ୍କୁ ସମସ୍ୟାରେ ପକାଏ ତାହାର ସମାଧାନ ଆଲୋଚନା ବେଳେ ଏକ ରୋଚକ ସ୍ଥିତି ଦେଖାଯାଇଥିଲା ,ପ୍ରଶ୍ନ ଉତ୍ତର ମଧ୍ୟରେ ପ୍ରଫୁଲ୍ଲ ରଥ ,ରଞ୍ଜିତ ନାୟକ , ଶେଷଗିରି ଦକ୍ଷ ଶିକ୍ଷକ ମାନେ ବଢିଆ ଅଂଶଗ୍ରହଣ କରିଥିଲେ।
ପରେ DIET Teacher Educator ପ୍ରୀୟ ମମତା ଜେନ୍ନା ମୌଳିକ ସଂଖ୍ୟା ଜ୍ଞାନ , CRA ଓ ଗଣିତର ଅଭିନବ ଶିକ୍ଷଣ ସାମଗ୍ରୀ ପ୍ରୟୋଗରେ ପିଲାଙ୍କୁ ଆକୃଷ୍ଟ କରି ସେମାନଙ୍କ ଗଣିତ ପ୍ରତି ଭୟ ଦୂର କରିହେବ ବୋଲି କହିଥିଲେ।
ଶ୍ରୀ ପ୍ରଦୀପ ପଣ୍ଡା ତାଙ୍କ ଜୀବନ କାଳରେ ଘଟିଥିବା ଗଣିତ ପ୍ରତି ଚରମ ଦୁର୍ବଳତା ନିଜ ଶିକ୍ଷକ ପ୍ରଭାବରୁ କିପରି ସଫଳତାରେ ରୂପାନ୍ତରିତ ହେଲା ପ୍ରେରଣାମନ୍ତ ଉପସ୍ଥାପନା କରିଥିଲେ ଓ ପିଲାଙ୍କ କେତେକ ଅସମାହିତ ମୈ।ଳିକ ପ୍ରଶ୍ନ ଗୁଡିକର ସହଜ ଉତ୍ତର କଣ ହେବ ଆଲୋଚନାକୁ ନେଇଥିଲେ। ପରେ ଜଣେ କନିଷ୍ଠ ନିଷ୍ଠାପର ଗଣିତକୁ ଭଲ ପାଉଥିବା ଶିକ୍ଷକ ଶ୍ରୀ ଧିରେନ୍ ପାତ୍ରଙ୍କୁ କ୍ଲବ୍ ର ପରମ୍ପରା ଅନୁଯାୟୀ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ପୁରୁଷୋତ୍ତମ ବେହେରା , ବେଣୁ ଗୋପାଳ ପାଢ଼ୀ , ମହେଶ ପାଢ଼ୀ ସମସ୍ତ ସହଯୋଗ କରିଥିଲେ। ସଭାପତିଙ୍କ ବକ୍ତବ୍ୟରେ ସମସ୍ତ ନିର୍ଯ୍ୟାସ ପ୍ରକାଶ ପାଇଥିଲା। ଏ ଭଳି କାର୍ଯ୍ୟକ୍ରମ ପାଇଁ ସଦାସର୍ବଦା ହାତ ବଢେ଼ଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପରେ ବିଦ୍ୟାଳୟକୁ ମନ୍ଦିର ବୋଲି ଦୃଷ୍ଟିକୋଣ ରଖିଥିବା ଶିକ୍ଷକ ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ ରହି ଯାଇଥିବା କିଛି ଭଗ୍ନାଂଶକୁ ପୂର୍ଣ୍ଣତା ଦେଇଥିଲେ । ଯୁକ୍ତାକ୍ଷର ଖାତାର ମଧ୍ୟ ଦୁଇ ଧାଡ଼ିର ଅକ୍ଷର ସଜ୍ଜା ଭଳି ନିଜସ୍ବ ବାକ୍ୟ ଗୁଡିକ ସମାନ୍ତରାଳ ହେଉଥିଲା।
ଏହି କାର୍ଯ୍ୟକ୍ରମ ସଫଳ କରିବାରେ ନିରନ୍ତର ପ୍ରୟାସୀ ମଧ୍ୟରେ ଲୋକପ୍ରିୟ ଶିକ୍ଷକ ଶ୍ରୀ ଜଗଦୀଶ (ଜିତୁ) ପାତ୍ର , ମନୋଜ କୁମାର ପଣ୍ଡା , ହରିନାଥ ପାତ୍ର , କେ ଲକ୍ଷ୍ମଣ , ପୁରୁଷୋତ୍ତମ ବେହେରା , ନରେଶ ପ୍ରଧାନ , ଆନନ୍ଦ ଶତପଥି , ବେଣୁ ପାଢ଼ୀ , ରାମ ଶଙ୍କର ଗନ୍ତାୟତ , ହରେକୃଷ୍ଣ ମିଶ୍ର , ସୌମ୍ୟ ପ୍ରସାଦ ନାୟକ ରହିଥିଲେ। ପ୍ରାୟତଃ ଶହ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault