ନୟାଗଡ଼ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀ ରଘୁନାଥ ଜିଉ ମନ୍ଦିର ରୁପାନ୍ତରୀକରଣ ପାଇଁ ଆନ୍ତରିକତା ପ୍ରଦର୍ଶନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର):ଶନିବାର ଦିନ ନୟାଗଡ଼ ଜିଲ୍ଲା ଗସ୍ତରେ ଓଡିଶା ମୂଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଆସିଥିବା ବେଳେ ମଧ୍ୟାହ୍ନରେ ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କୁ ଆସି ଦର୍ଶନ କରିଥିଲେ । ମନ୍ଦିର ନିର୍ମାଣର ଇତିହାସ ସମ୍ପର୍କରେ ସେବାୟତଙ୍କ ଠାରୁ ସମସ୍ତ ତଥ୍ୟ ବୁଝିବା ସମୟରେ ମନ୍ଦିର ରୁପାନ୍ତରିକରଣ ସହିତ ଅନ୍ୟାନ୍ୟ ଦାବୀ ସମ୍ପର୍କିତ ଏକ ଲିଖିତ ପତ୍ର ସଚିବଙ୍କୁ ପ୍ରଦାନ କରାଯାଇଥିଲା । ଆନ୍ତରିକତା ସହକାରେ ଉକ୍ତ ଦାବି ସମ୍ପର୍କରେ ବିଚାର କରାଯିବ ବୋଲି ସଚିବ କହିଥିଲେ । ପରେ ଶ୍ରୀଯୁକ୍ତ ମହାପାତ୍ର ଓଡ଼ଗାଁ ଠାରେ ରାମସାଗର ପାର୍କ, ନନ୍ଦିଘୋର ଠାରେ ଅମୃତ ସରୋବର, ବୁଢ଼ାବୁଢ଼ୀଆଣି ଡ଼୍ୟାମ ଏବଂ ଇକୋ ଟୁରିଜିମ ନିର୍ମାଣ ପାଇଁ ଶରଣକୁଳ ଝାଡେଶ୍ବରୀ ପୀଠ ପରିଦର୍ଶନ କରି ଫେରିଥିଲେ । ଆଜିର ଏହି ଗସ୍ତ ସମୟରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ, ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ଉପ ଜିଲ୍ଲାପାଳ ଶକ୍ତି କାନ୍ତ ରାୟ, ଜିଲ୍ଲାପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲଦାର ବିଜୟିତା ସାମନ୍ତ ସିଂହାର, ସ୍ବାତିଲେଖା ଦାସ, ନନ୍ଦିଘୋର ସରପଞ୍ଚ ସ୍ବତଲିନା ମିଶ୍ର ପ୍ରମୁଖ ସଚିବଙ୍କ ସହିତ ରହିଥିଲେ । ଅତି ଯତ୍ନର ସହିତ କମ୍ ସମୟ ମଧ୍ୟରେ ଉଚ୍ଚକୋଟୀର କାମକୁ ଦେଖି ସଚିବ ସନ୍ତୋଷ ବ୍ୟକ୍ତ କରିଥିଲେ ।

0
0
0
s2sdefault