ହେଡଲାଇନସ୍:

କହି ହେଉଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିରୋଧୀ ଦଳ ନେତାଙ୍କୁ ଅର୍କେଶଙ୍କ ପାଲଟା ଜବାବ " ଅନ୍ୟକୁ ସମାଲୋଚନା କରିବା ଆଗରୁ ନିଜ ଅଗଣାକୁ ଚାହ|ନ୍ତୁ"

  ବଲାଙ୍ଗିର/ନିରୋଜ ମିଶ୍ର : ବିରୋଧୀ ଦଳ ନେତାଙ୍କ ଶିବିର ପକ୍ଷରୁ ରାଜା ପରିବାର ଉପରେ କରାଯାଇଥିବା "ପ୍ରଟୋକଲ"  ଆକ୍ରମଣର ପାଲଟା ଜବାବ ଦେଇଛନ୍ତି ଯୁବ ବିଜେଡି ନେତା ତଥା ରାଜପରିବାର ପ୍ରମୁଖ ସଦସ୍ୟ ଅର୍କେଶ ସିଂହଦେଓ | ସେ କହିଛନ୍ତି ଅନ୍ୟକୁ ସମାଲୋଚନା କରି ହୀନ ରାଜନୀତିରେ ଆନନ୍ଦ ପାଉଥିବା ବିରୋଧୀ ଦଳ ନେତା ଅନ୍ୟକୁ ସମାଲୋଚନା କରିବା ଆଗରୁ ପ୍ରଥମେ ନିଜ କର୍ମ ଆଡେ ନଜର ପକାନ୍ତୁ | 

ଅର୍କେଶ କହିଛନ୍ତି ଯେ ସମ୍ବାଦ ପତ୍ରରେ ପ୍ରକାଶିତ ଖବର ଅନୁସାରେ ବଲାଙ୍ଗିର କଂଗ୍ରେସ ବିଧାୟକ ଓ ସାଂସଦଙ୍କ କାର୍ଯ୍ୟକ୍ଷେତ୍ରର ପରିସର ପ୍ରୋଟୋକଲର କଥା ଉଠାଇଛି ଏହା ଖୁସିର କଥା । କିଛି ବର୍ଷ ତଳେ ବଲାଙ୍ଗିରରେ କେତେକ ପ୍ରକଳ୍ପର ଉଦ୍ଘାଟନ ସମୟରେ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତିରେ ମାନ୍ୟବର ବିଧାୟକ ନିଜେ ଯୋର ଜବରଦସ୍ତି ତରବରିଆ ଭାବରେ ନିଜ ହାତରେ ଉଦ୍ ଘାଟନ କରିବା କଣ ପ୍ରୋଟୋକଲ ଭିତରେ ଥିଲା କି ? ସେହିପରି କିଛି ବର୍ଷ ତଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମୁଖ୍ୟ ଡାକ୍ତର ଖାନା ପରିସରରେ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ କରାଯିବା କେଉଁ ପ୍ରୋଟୋକଲ ଅଧିନରେ ଥିଲାବୋଲି ଅର୍କେଶ ପ୍ରଶ୍ନ ପଚାରିଛନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକଳ୍ପ ଗୁଡିକ କେବଳ ସ୍ଥାନୀୟ ବିଧାୟକ ଉଦଘାଟନ କରିବେ ବୋଲି ନିର୍ଦ୍ଧିଷ୍ଟ ନିୟମ ନାହିଁ ତଥା ସାଂସଦ କଣ ସେହି ଅଞ୍ଚଳର ଜନପ୍ରତିନିଧି ନୁହେଁ କି ? ଗତ ମୁ୍ୟନସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହେତୁ ବିଧାୟକ ନିଜର ଲୋକପ୍ରିୟତା ହରାଇ ବସିଥିବାରୁ ତାଙ୍କ ପରିବାର ତରଫରୁ ଆମ ବିଷୟରେ ମିଡିଆ ସାମନାରେ ବିଭ୍ରାନ୍ତିକର ମତଦେଇ ଜନମାନସକୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି । ରାଜପରିବାର  ବିକାଶରେ ବାଧା ଦେବା କଥା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅର୍କେଶ କହିଛନ୍ତି ଏହି ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାଷ୍ପଦ । ଏହି କପୋଳ କଳ୍ପିତ  ମିଥ୍ୟ ଗଳ୍ପ ଲୋକେ ଶୁଣି ଶୁଣି ଅତିଷ୍ଠ  ହୋଇଗଲେଣି ।  ଜନପ୍ରତିନିଧି ମାନେ ନିଜ ନିଜ କାର୍ଯ୍ୟ କରିବା ଉଚିତ ପରଷ୍ପର ଉପରେ ଦୋଷାରୋପ ନକରି ଜିଲ୍ଲାର ବିକାଶ ପାଇଁ  ନିଜ ନିଜ ଦାୟିତ୍ୱ ନିର୍ବାହ କଲେ ଜିଲ୍ଲା ପାଇଁ ମଙ୍ଗଳ ଦାୟକ ବୋଲି ଅର୍କେଶ କହିଛନ୍ତି । ଆମ ପରିବାର ବଲାଙ୍ଗିର ବିକାଶ ପାଇଁ ସର୍ବଦା ଉତ୍ସର୍ଗିକୃତ ଏବଂ  ନବିନ ବାବୁଙ୍କ ନେତୃତ୍ୱରେ ବଲାଙ୍ଗିରରେ ବିକାଶର ଧାରା  ଚାଲୁ ରଖିବା ପାଇଁ ସର୍ବଦା ଚେଷ୍ଟିତ । ରାଜନିତୀ ରେ କେବଳ ନିଜ ପରିବାରର ବାହୁବଳ ଓ କ୍ଷମତାର ଅପବ୍ୟବହାର କରି ବିରୋଧି ଦଳ ନେତା ଯେଉଁ ବିଭ୍ରନ୍ତିକ ଏବଂ ଆଧାର ହୀନ ମନ୍ତବ୍ୟ ଦେଉଛନ୍ତି ଜନସାଧାରଣ ତାଙ୍କୁ ଉପଯୁକ୍ତ ସମୟରେ ଯବାବ ଦେବେ ବୋଲି ଅର୍କେଶ କହିଛନ୍ତି । 

   

0
0
0
s2sdefault