ହେଡଲାଇନସ୍:

ଗୋପବନ୍ଧୁ ସେବା ସଦନ ରେ ପୋଷକ ବଣ୍ଟନ  ଓ ଚାରାରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ- ଗାଇସିଲେଟ ବ୍ଲକ ତାଲପାଲି ଗ୍ରା.ପ. ଅନ୍ତଗତ ଜେନକେଡା ଛକରେ ଥିବା ଗୋପବନ୍ଧୁ ମୁକ ବଧିର ଆଶ୍ରମରେ ଅନ୍ତେବାସୀ  ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଡନ, ବିଦ୍ୟାଲୟ ପରିସର ଶତାଧିକ ଆମ୍ବ ଚାରାରୋପଣ କରାଯାଇଛି  । ସ୍ଥାନିୟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ  ସଭାରେ ସାସଂଦ ପ୍ରତିନିଧି ଶ୍ରୀକାନ୍ତ ଦାଶ  ,ତାଲପାଲି ସରପଂଚ ସୁଶାନ୍ତ ସାହୁ , ଅଧିବକ୍ତା ରୁବୁଲ ଦାଶ, ଦିବ୍ୟାଙ୍ଗ ସଂଘ ସଭାପତି ଚମ୍ପେଶ୍ୱର ସାହୁ ମଂଚାସୀନ ଥିଲେ । ଗାଇସିଲେଟ ସମିର ଦିବ୍ୟାଙ୍ଗ ସଂଘ ର ପ୍ରତିଷ୍ଠାତା  ତଥା ସମାଜ ସେବୀ କିର୍ଦ୍ଭନ ଦାଶ ଙ୍କ ଦ୍ୱାରା ଆଶ୍ରମ ର ଶତାଧିକ ଛାତୀ ଛାତ୍ର ଙ୍କୁ  ସଭାରେ ପୋଷାକ ବଣ୍ଟନ  କରିଥିଲେ । ଦିବ୍ୟାଙ୍ଗ ବିର୍ନେ ସାହୁ ମଂଚ ପରିଚାଲନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଆଶ୍ରମ ପରିସର ରେ ସତାଧିକ ଆମ୍ବ ଚାରାରୋପଣ କରିଥିଲେ | ଏହି କାଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ମାୟାଧର ସେଠ, ସହକାରୀ ଶିକ୍ଷକ ନାଥ ସୁନା ,ଡୋଲାମଣି ମାହାର ନାରାୟଣ ପ୍ରଧାନ, ଧନେଶ୍ୱର ସାହୁ ,ଦିବ୍ୟାଙ୍ଗ ଗୁଣସାଗର ସାହୁ ଓ କୁମାରୀ ସିତା ସାହୁ ସହଯୋଗ କରିଥିଲେ ।

0
0
0
s2sdefault