ହେଡଲାଇନସ୍:

 କେନ୍ଦୁ ପତ୍ର କର୍ମଚାରୀ ସଂଘ ତରଫରୁ ବିକ୍ଷୋଭ : କେନ୍ଦୁପତ୍ର କର୍ମଚାରୀ ଶ୍ରମିକ ପରିବର୍ତେ ମାଲିକ ହେବେ କେବେ ? 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଳ ଦୀପ) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦରମହକୁମା ଠାରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ କେନ୍ଦୁପତ୍ର ବ୍ୟବସାୟକୁ ଘରୋଇ କରଣ ମାଧ୍ୟମରେ ଠିକାଦାର ଏବଂ ବ୍ୟାପାରିଙ୍କ ହାତ ମୁଠାକୁ ନଯିବାକୁ  ଦେବା ଓ କେନ୍ଦୁପତ୍ର ଉପରେ ଲାଗିଥିବା ୧୮%, ବିଡି ଉପରେ ଲାଗିଥିବା ୨୮% ଜି.ଏସ.ଟି. ବିରୁଦ୍ଧରେ ବିକ୍ଷୋଭ କରାଯାଇଥିଲା । ସଂଘର ଯୁଗ୍ମ ସମ୍ପାଦକ କୋକିଳ ସାହୁଙ୍କ ଅଧ୍ୟକ୍ଷତାରେ ଶହସ୍ରାଧିକ ତୋଳାଳୀ ଏବଂ କର୍ମଚାରୀ ପଦ୍ମପୁର ଅର.ଏମ.ସି. ପଡିଆରୁ ରାଲିରେ ବାହାରି ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ନିମନ୍ତେ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ତରଫରୁ ସହକାରୀ ଜିଲ୍ଲାପାଳ ଅନିଲ କୁମାର ହୋତା ଉକ୍ତ ଦାବି ପତ୍ର ଗ୍ରହଣ କରିଥିବା ବେଳେ ଉକ୍ତ ପତ୍ର ଅନୁଯାୟି ଫରେଷ୍ଟ ରାଇଟ ଏକ୍ଟ ୨୦୦୬ ଅନୁଯାୟି କେନ୍ଦୁପତ୍ର ବ୍ୟବସାୟରେ ପରିଣତ ହୋଇଥିବାରୁ ଘରୋଇ ବେପାରି ମାନେ ଏହାର ସୁଯୋଗ ନେଇ ଏହି ବ୍ୟବସାୟକୁ ହାତକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଉକ୍ତ ଏକ୍ଟ ଅନୁଯାୟି ଜଙ୍ଗଲଶ୍ରମିକ ମାନେ ଯୋଉଁ ଲଘୁବାନଜାତ ଦ୍ରବ୍ୟ ସଂଗ୍ରହ କରିବେ, ସେମାନେ ଶ୍ରମିକ ପରିବର୍ତେ ମାଲିକ ହେବେ ବୋଲି ସରକାର ଏକ ବୈପ୍ଳବିକ ପଦକ୍ଷେପ ନେଇଥିଲେ । ଏତଦବ୍ୟତିତ କେନ୍ଦୁପତ୍ର ବ୍ୟବସାୟର ଲାଭାଂଶ  ତୋଳାଳୀ ମାନଙ୍କୁ ବୋନସ ହିସାବରେ ଦିଆଯାଉଅଛି  । ତୋଳାଳୀଙ୍କ ପିଲାଙ୍କ ପାଠ ପଢା ନିମନ୍ତେ ଟ.୭୦୦୦/- ରୁ ୩୫୦୦୦/-, ଝିଅ ବିବାହ ନିମନ୍ତେ ଟ.୨୫୦୦୦/-, ମୃତ୍ୟୁ କାଳିନ ସହାୟତା ଟ.୧୦୦୦୦୦/- ଓ ଚିକିତ୍ସା ସହାୟତା ପ୍ରଭୃତି ଦିଆଯାଉଅଛି । ଯଦି ଏହି ବ୍ୟବସାୟରୁ ସାରକାର ଓହୋରି ଯାଇ ଘରୋଇ ବେପାରି ମାନଙ୍କ ହାତରେ ଛାଡି ଦିଅନ୍ତି ତେବେ ଜଙ୍ଗଲକାରୀ କାର୍ଯ୍ୟ ବନ୍ଦ ହେବା ସହ ଶ୍ରମିକ ଶୋଷଣ ବଢି ଚାଲିବ । ଏଣୁ ଘରୋ ବେପାରି ମାନଙ୍କୁ ଦାୟିତ୍ୱ ନଦେଇ ସରକାର ସ୍ୱତଃ ଏହାର ପରିଚାଳନା କରିବା ପାଇଁ କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଦାବି କରାଯାଇଥିଲା । ଏହି ବିକ୍ଷୋଭରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ର ଶହସ୍ରାଧିକ କର୍ମଚାରୀଙ୍କ ସହ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟ ସମ୍ପାଦକ ଗୋକୁଳ ମେହେର, ମହମ୍ମଦ ମୁର୍ତୁଜା, ଜିଲ୍ଲାପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲ୍ଲାପରିଷଦ କୁମୁଦିନି ସାହୁ, ଟେମରି ସରପଂଚ ନିରୁପମା ସାହୁ, ସରପଂଚ ଲାଲେଶ୍ୱରୀ ପଟେଲ, ଡ. ଲମ୍ବୋଧର ପଣ୍ଡା, ହେଡ ଚେକର ଶେସ ଯୋଷୀ, ରୁଷୁଭ ପଧାନ, ଶୁରେସ ପଣ୍ଡା ବସନ୍ତ ସାହୁ, କେଶବ ପଟେଲ, ହରି ସାହା, ପ୍ରଫୁଲ୍ଲ କୁମ୍ଭାର, ପ୍ରହଲ୍ଲାଦ ସାହୁ, ରେଞ୍ଜ ସେକ୍ରେଟାରୀ  ଶ୍ୟାମ ଚନ୍ଦନ, ପାଂଚାନନ ପଧାନ, ବରଦଡ ବିଜେପି ଯୁବମୋର୍ଚା ସଭାପତି   ପ୍ରୀତେଶ କୁମାର ବହିଦାର, ଶ୍ରିକାନ୍ତ ପାନିଗ୍ରାହୀ, ସରୋଜ ପାଣିଗ୍ରାହୀ, ଅଶୋକ କୁମାର ମିଶ୍ର, ପଦ୍ମୁର ନଗର ଯୁବମୋଚ୍ଚ୍ରା ସଭାପତୀ ପ୍ରମୋଦ ମେହେର, ନବ କିଶୋର କଣ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault