ହେଡଲାଇନସ୍:

ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିରେ ଟିଏମ୍‌ଆର୍‌ଇ-୨୦୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଇଣ୍ଡିଆନ୍ ରେୟାର୍ ଆର୍ଥସ୍ ଲିମିଟେଡ୍ ଦ୍ୱାରା ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିଠାରେ ‘ଥିମ୍ ମିଟିଙ୍ଗ୍ ଫର୍ ରେୟାର୍ ଆର୍ଥସ୍ (ଟିଏମ୍‌ଆର୍‌ଇ-୨୦୨୨) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ପ୍ରଫେସର୍ ସୁଦ୍ଧାସତ୍ୱ ବାସୁ, ସିଏମ୍‌ଡି-ଆଇଆର୍‌ଇଏଲ୍‌ର ଡି. ସିଙ୍ଗ୍‌ଙ୍କ ସମେତ ମୁଖ୍ୟ ଅତିଥି ଭାବେ ନିତି ଆୟୋଗର ମାନନୀୟ ସଦସ୍ୟ ଡ଼ ଭି.କେ ସାରସ୍ୱତ ଯୋଗ ଦେଇଥିଲେ । ସିଏମ୍‌ଡି-ଆଇଆର୍‌ଇଏଲ୍‌ର ଡି. ସିଙ୍ଗ୍‌ଙ୍କ ଦ୍ୱାରା କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା, ଆଇଆର୍‌ଇଏଲ୍ ମାଧ୍ୟମରେ ଟେକ୍ନୋଲୋଜିର ବିକାଶ, ରେୟାର୍ ଆର୍ଥ-ରିୟାଲିଟି ଇନ୍ ଇଣ୍ଡିଆ, ମ୍ୟାଗ୍ନେଟ୍ ଏବଂ ମେଟାଲ୍ ନିର୍ମାଣ ଭଳି ବିଷୟରେ ପ୍ୟାନେଲ୍ ଡିସ୍‌କସନ୍ ହୋଇଥିଲା । ପରେ ସମସ୍ତ ସଦସ୍ୟମାନେ ପ୍ରଦର୍ଶନୀ ଭ୍ରମଣରେ ଯାଇଥିଲେ । ଏହି ଅବସରରେ ଆଇଏମ୍‌ଏମ୍‌ଟି ଏବଂ ଆଇଆର୍‌ଏଲ୍ ମଧ୍ୟରେ ‘ଗବେଷଣା ଏବଂ ଉନ୍ନତି ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବେ’ ବୋଲି ଏକ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି ।
ଉପସ୍ଥିତ ଅଂଶଗ୍ରହରଣକାରୀଙ୍କୁ ସମ୍ବୋଧିତ କରି ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର୍ ସୁଦ୍ଧାସତ୍ୱ ବାସୁ କିଭଳି ଭାବେ ତାଙ୍କ ଅନୁଷ୍ଠାନ ବିଶେଷ କରି ଖଣି ଉତୋଳନ ଏବଂ ଧାତୁ ସମ୍ବନ୍ଧୀୟ କାର୍ଯ୍ୟକଳାପ ସ୍ଥାନ ମାନଙ୍କରେ ଫେରସ୍‌, ନନ୍‌-ଫେରସ୍ ମିନେରାଲସ୍ ଏବଂ ଧାତୁ ପ୍ରକ୍ରିୟାକରଣ ଉପରେ ଅନୁସନ୍ଧାନ କରି ଆଲୋଏର ଉନ୍ନତି ନିମନ୍ତେ ଗବେଷଣା କରିଥାଏ ଆଲୋଚନା କରିଥିଲେ ।
ନିତି ଆୟୋଗର ସଦସ୍ୟ ଡ଼ ଭି କେ ସାରସତ୍ୱ ଅଂଶଗ୍ରହଣକାରୀଙ୍କ ନିମନ୍ତେ ଆଇଏମ୍‌ଏମ୍‌ଟି ଏଭଳି ଏକ ପ୍ଲାଟଫର୍ମ ଯୋଗାଇ ଦେଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ମୂଲ୍ୟଯୁକ୍ତ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ସେ ଆଇଏମ୍‌ଏମ୍‌ଟି ଓ ଆଇଆର୍‌ଏଲ୍‌କୁ ପରାମର୍ଶ ଦେଇଛନ୍ତି ।

0
0
0
s2sdefault