ଲୀଳାନ୍ଦ୍ରୀ -ମିସେସ୍ ଭୁବନେଶ୍ୱର ଏବଂ ଶିଶୁ-ବାଳକ ବିଭାଗରେ ଆହିଲ୍- ମିଷ୍ଟର ଭୁବନେଶ୍ୱର
ଭୁବନେଶ୍ୱର: ମୁଡଲିଫ୍ଟ ଫ୍ୟାସନ ତରଫରୁ ଆୟୋଜିତ ମିଷ୍ଟର, ମିସେସ୍, ମିସ୍, ଶିଶୁ ଓ ଚାଲିବା ଆରମ୍ଭ କରିଥିବା ଛୋଟ ଶିଶୁ (ଟୋଡଲର୍ସ) ଙ୍କୁ ନେଇବିଭିନ୍ନ ବିଭାଗରେଆୟୋଜିତ ଫ୍ୟାସନ ପ୍ରତିଯୋଗିତାର ଚୂଡାନ୍ତ କାର୍ଯ୍ୟକ୍ରମ ଗୁରୁବାର ଗୋପବନ୍ଧୁ ସ୍ମୃତି ସଂସଦ,ୟୁନିଟ୍-୮ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମିସେସ୍ ବିଭାଗରେ ଲୀଳାନ୍ଦ୍ରୀ ପଣ୍ଡା-ମିସେସ୍ ଭୁବନେଶ୍ୱର ଭାବେ ବିଜେତା ହୋଇଥିବା ବେଳେ ଶିଶୁ-ବାଳକ ବିଭାଗରେ ଆହିଲ ମହାନ୍ତି ମିଷ୍ଟର–ଭୁବନେଶ୍ୱର ଭାବେ ପ୍ରଥମ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ମୁଡଲିଫ୍ଟ ଫ୍ୟାଶନ ଅନୁଷ୍ଠାନରଅମ୍ଲାନ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇପ୍ସିତା ଓ ସ୍ମାର୍କ ନିର୍ଦ୍ଦେଶକ ଥିବା ବେଳେ ସାଧନା ଓ ଏବଂ ଆଶିଷ ମୁଖ୍ୟ ସଂଯୋଜକ ରହିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଓ୍ୱାର୍ଡ ନଂ-୪୭ ର କର୍ପୋରେଟର ସମିତା ମହାନ୍ତି ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହିତ ସମସ୍ତ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେଲିବ୍ରିଟି ଅତିଥି ପ୍ରଜ୍ଞା ପ୍ରଧାନ, ଶୁଭାଙ୍ଗୀ ଜେନା ଓ ରାକେଶ ରୋଶନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ବିଚାରକ ଭାବେ ସୌମ୍ୟା ପ୍ରଧାନ, ମୈତ୍ରୀ ମୋନାଲୀ, ପ୍ରିୟଙ୍କା ମହାପାତ୍ର ଯୋଗଦେଇଥିଲେ । ମୋଟ ୧୨୦ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ବେଳେ ୪୮ଜଣ ପ୍ରତିଯୋଗୀ ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ସୂଚନା ଯୋଗ୍ୟଯେ, ମିସେସ୍ ଭୁବନେଶ୍ୱର ଏବଂ ଶିଶୁ-ବାଳକ ବିଭାଗରେ ମିଷ୍ଟର ଭୁବନେଶ୍ୱର ଭାବେ ପ୍ରଥମ ବିବେଚିତ ହୋଇଥିବା ଉଭୟ ପ୍ରତିଯୋଗୀ ମାତା ଓ ପୁତ୍ର ଅଟନ୍ତି । ପୁରସ୍କାର ପ୍ରାପ୍ତି ଅବସରରେ ଶ୍ରୀମତୀ ପଣ୍ଡା ଆୟୋଜକ ଅନୁଷ୍ଠାନ ଏବଂ ସମସ୍ତ ବିଚାରକ ମଣ୍ଡଳୀର ସଦସ୍ୟ, ସଦସ୍ୟାମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।