ହେଡଲାଇନସ୍:

2024ନିର୍ବାଚନ ପୂର୍ବରୁ ଟିକିରି ରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ କର୍ମୀ ସମ୍ମିଳନୀ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରିଠାରେ ବିଜେଡିର ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । କାଶୀପୁର ବ୍ଲକର ୨୪ଟା ପଞ୍ଚାୟତର ୧୦ ହଜାର ଲୋକ ଏଥିରେ ସାମିଲ ହୋଇଥିଲେ । ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ନେତୃତ୍ୱରେ ଏହି ସମାବେଶ ଓ ପଦଯାତ୍ରା ଆୟୋଜନ ହୋଇଥିଲା । ଏହାର ନେତୃତ୍ୱ ନେଇ ଏକପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି ଏନ.ଭାସ୍କର ରାଓ । ଏହି ଅବସରରେ ଦଳ ତରଫରୁ କୁହାଯାଇଛି ଯେ, ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାର ଆସିବା ପରେ ରାଜ୍ୟରେ ବିକାଶର ପର୍ବ ଚାଲିଛି। ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ସରକାର । ଏଥିସହ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରାଯାଇଛି ।

ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ପ୍ରଣୟନ କରିଛନ୍ତି । ୨୦୦୦ ପୂର୍ବରୁ କାଶୀପୁର ଓ ବର୍ତ୍ତମାନର କାଶୀପୁର ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଯାତାୟାତ ପାଇଁ ରାସ୍ତା ଓ ପୋଲଠାରୁ ଆରମ୍ଭ କରି ପିଲାଙ୍କୁ ଶିକ୍ଷା ପାଇଁ ହଷ୍ଟେଲ ସାଙ୍ଗକୁ ମାଗଣାରେ ପୁସ୍ତକ, ପୋଷାକ, ସାଇକେଲ, ଲ୍ୟାପଟପ୍ ସହ ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଛି । ସେହିଭଳି ଟଙ୍କିକିଆ ଚାଉଳ, ମମତା ଯୋଜନା, କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସର୍ବଖ୍ୟମ ଯୋଜନା, ନିର୍ମାଣ ଶ୍ରମିକ କଲ୍ୟାଣ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ମିଶନ ଶକ୍ତି ଯୋଜନା ଲାଗୁ ହୋଇଛି । ଏହାଦ୍ୱାରା ଗରିବ ଲୋକେ ଉପକୃତ ହେଉଛନ୍ତି । ପଦଯାତ୍ରା ସମୟରେ ଉପରୋକ୍ତ ଯୋଜନା ସମ୍ପର୍କରେ କୁହାଯାଇଥିଲ |
ଅପରପକ୍ଷରେ, ଆଜି ହିଁ ୨୦୨୪ ନିର୍ବାଚନ ପାଇଁ ବିଜେଡି ବିଗୁଲ ବଜାଇଛି । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁଭଳି ସମର୍ଥନ ପାଇଥିଲା ତାହାର ପୁନରାବୃତ୍ତି ଆଗାମୀ ନିର୍ବାଚନରେ ହେବ ବୋଲି ଚର୍ଚ୍ଚା ହେଉଛି । ପ୍ରତି ନିର୍ବାଚନ ସମୟରେ କାଶୀପୁର ବ୍ଲକକୁ ନେଇ ବିଜେଡିର ଚିନ୍ତା ରହୁଥିବାବେଳେ ବର୍ତ୍ତମାନ ଭିନ୍ନ ଭାବରେ ରଣନୀତି ପ୍ରସ୍ତୁତ କରାଯାଇ ଏହି ସମାବେଶ କରାଯାଇଛି । ଯାହାକି ବିରୋଧୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ଚର୍ଚ୍ଚା ହେଉଛି । ଏହି ସମାବେଶରେ ରାଓଙ୍କ ସମେତ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା, ବିଜେଡ଼ି ରାଜ୍ୟ ସମ୍ପାଦକ ଜଗଦୀଶ ପାତ୍ର, ଚନ୍ଦ୍ରକାନ୍ତ ସାମଲ, ରାୟଗଡ଼ା ପୌର ପରିଷଦ ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଟୁନି ହିକକା , ଯୁବନେତା ଅମିତ ନାୟକ, ଶ୍ରୀକାନ୍ତ ଚୌଧୁରୀ, , ବିନୋଦ ନାଏକ, ହରପ୍ରସାଦ ନାଏକ,ରତିକାନ୍ତ ନାଏକ, ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault