ହେଡଲାଇନସ୍:

ବ୍ରାହ୍ମଣପଡା ଠାରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ର ଉଦ୍ଘାଟନ କଲେ କେଭି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବଲାଙ୍ଗୀର/ ନିରୋଜ ମିଶ୍ର :  ବଲାଙ୍ଗୀର ବ୍ରାହ୍ମଣପଡା ସ୍ଥିତ ସନ୍ଡେ ମାର୍କେଟ ଠାରେ ଏକ  ପ୍ରଧାନମନ୍ତ୍ରୀ  ଜନଔଷଧି  କେନ୍ଦ୍ରକୁ ବିଜେପି ବିଧାୟକ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ (ବିଧାୟକ  ପାଟଣାଗଡ) କନକବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି | ଏହି କେନ୍ଦ୍ର କେନ୍ଦ୍ର ସରକାରଙ୍କ ଅଭିନବ ଯୋଜନା, ଯାହା ଅନ୍ତର୍ଗତ ଲୋକମାନେ ଜେନେରିକ  ମେଡ଼ିସିନ ଉପଲବ୍ଧ ହେବ | ବଜାରରେ ବ୍ରାଣ୍ଡେଡ ମେଡ଼ିସିନର ମୂଲ୍ୟ ଅଧିକ ଥିବା ବେଳେ ସେଇ ଏକ ଫର୍ମୁଲାର ଜେନେରିକ ମେଡ଼ିସିନ ଲୋକମାନେ ଶସ୍ତାରେ ପାଇବେ |  ଫଳରେ ଲୋକଙ୍କୁ ଚିକିତ୍ସା ଖର୍ଚର ଅଯଥା ବୋଝରୁ ମୁକ୍ତି ମିଳିବ ବୋଲି ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂଘଦେଓ ପ୍ରକାଶ କରିଛନ୍ତି | 

0
0
0
s2sdefault