ଭୁବନେଶ୍ୱର : ଅଶୀ ଦଶକର ଅଗ୍ନିବର୍ଷୀ ପ୍ରବୀଣ ଛାତ୍ରନେତା ତଥା ପ୍ରାକ୍ତନ ସାଂସଦ ଶ୍ରୀଯୁକ୍ତ ମୋହନ ଜେନାଙ୍କର ଆଜି ପରଲୋକ ଘଟିଛି | ଦୀର୍ଘଦିନ ହେବ କିଡନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ୬୩ ବର୍ଷ ବୟସରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ୨ଥର ଯାଜପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୪ତମ ଓ ୧୫ତମ ଲୋକସଭାର ସେ ସଦସ୍ୟ ରହିଥିଲେ । ତାଙ୍କର ମୃତ୍ୟୁରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଯାଜପୁରରୁ ବିଜେଡି ଟିକେଟରେ ସେ ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ ଲଗାତାର ଦୁଇଥର ନିର୍ବାଚିତ ହୋଇଥିଲେ ।
ରାଜ୍ୟ
ଆଉ ନାହାନ୍ତି ପୂର୍ବତନ ସାଂସଦ ମୋହନ ଜେନା
- Hits: 302