୧୭ ରୁ ଆଇଆଇଏ ଓଡିଶା ଚାପ୍ଟର ପକ୍ଷରୁ ‘କ୍ଷିତିଜ୍‌-ଇଷ୍ଟର୍ଣ୍ଣ ରିଜିଓନାଲ କନ୍‌ଫେରେନ୍ସ-୨୦୨୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ଓଡିଶା ଚାପ୍ଟର ପକ୍ଷରୁ ‘କ୍ଷିତିଜ୍‌-ଇଷ୍ଟର୍ଣ୍ଣ ରିଜିଓନାଲ କନ୍‌ଫେରେନ୍ସ-୨୦୨୨’ର ଘୋଷଣା କରିଛି । ଏହି ସମ୍ମିଳନୀ ଚଳିତ ମାସ ୧୭ ରୁ ୧୯ ତାରିଖ ପର୍କ୍ଷ୍ୟନ୍ତ ୪ଦିନ ଧରି ସ୍ଥାନୀୟ ହୋଟେଲ ମେ ଫେୟାର କନ୍‌ଭେନସନ୍ ସେନ୍ଟରଠାରେ ଆୟୋଜିତ ହେବ ।
ଏହି ସମ୍ମିଳନୀରେ ଆଇଆଇଏ ଓଡିଶା ଚାପ୍ଟରର ଚେୟ୍ୟାରପର୍ସନ(ଅଧ୍ୟକ୍ଷ) ଆର୍କିଟେକ୍ଟ ରାଜ୍ କନୱର ନାୟକ କହିଲେ, ଆମେ ଖୁବ୍ ଆନନ୍ଦର ସହିତ ପୂର୍ବଭାରତର ଆର୍କିଟେକ୍ଟମାନଙ୍କର ସର୍ବବୃହତ ସମ୍ମିଳନୀ ‘ଇଆରସି-୨୦୨୨’ ଆୟୋଜନ ବିଷୟ ଘୋଷଣା କରୁଛୁ । ଓଡିଶା, ପଶ୍ଚିମବଙ୍ଗ, ଆସାମ, ବିହାର ଏବଂ ଝାଡଖଣ୍ଡକୁ ନେଇ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ ଏକ ପ୍ରମୁଖ ସମ୍ମିଳନୀ ହେଉଛି ଇଆର୍‌ସି-୨୦୨୨ । ଏହି ସମ୍ମିଳନୀରେ ସଦସ୍ୟମାନଙ୍କର ବୃତିଗତ ମାନଦଣ୍ଡକୁ ଆଗକୁ ବଢାଇବା ସହ ସମାଜର ଅର୍ଥନୀତି ତଥା ସଂସ୍କୃତିର ସ୍ଥାୟୀ ଏବଂ ସୁସଂଗଠିତ ଅଭିବୃଦ୍ଧି କ୍ଷେତ୍ରରେ ଆର୍କିଟେକ୍ଟମାନଙ୍କର ମୂଳ ବିସ୍ତାର ଓ ପ୍ରସାର କରିବାକୁ ଲକ୍ଷ୍ୟ ରଖାଯାଇଛି ।
କାର୍ଯ୍ୟକ୍ରମର ଶୀର୍ଷକ କ୍ଷିତିଜ୍‌-ଦି ରାଇଜିଂ ଆର୍କିଟେକ୍‌ଚରାଲ ହୋରାଇଜନ୍ ଆମର ପ୍ରଗତିଶୀଳ ବୃତିକୁ ପରିପ୍ରକାଶ କରେ । ଇଆରସି-୨୦୨୨ରେ ଆଂଚଳିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ଥପତି, ବକ୍ତା, ପ୍ରତିନିଧି, ଟେକନିକାଲ ପାର୍ଟନର, ଛାତ୍ରଛାତ୍ରୀ, ବୃତିଗତ ଶିଳ୍ପ ପ୍ରତିନିଧି ଏବଂ କର୍ତୃପକ୍ଷଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମତ ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଆମର ବୃତି ବିଷୟରେ ବିତର୍କ, ବିଶ୍ଳେଷଣ ଓ ଆଲୋଚନା କରିବା ପାଇଁ ଆମେ ନିମ୍ନଲିଖିତ ସବୁ ଥିମର ପରିକଳ୍ପନା କରିବୁ । ଇମ୍‌ପ୍ରେସନ୍‌, ଅଭିବ୍ୟକ୍ତି, ଇନୋଭେସନ୍‌/ଉଦ୍ଭାବନ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।
କାର୍ଯ୍ୟକ୍ରମ ସମ୍ବନ୍ଧରେ ଅଧିକ ବର୍ଣ୍ଣନା କରି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ୍‌ର ନ୍ୟାସନାଲ୍ କାଉନ୍‌ସିଲ ମେମ୍ବର ଆର୍କିଟେକ୍ଟ୍ ଅକ୍ଷୟ କୁମାର ବେଉରିଆ କହିଲେ, ଏହି ୪ ଦିବସୀୟ ସମ୍ମିଳନୀରେ ବିଦେଶରୁ ଆସିଥିବା ପ୍ରଖ୍ୟାତ ସ୍ଥପତିମାନଙ୍କ ମାଧ୍ୟମରେ ଆଲୋଚନ, ମତାମତ ବିନିମୟ, ପ୍ୟାନେଲ ଡିସକସନ୍ ଇତ୍ୟାଦି ହେବ ।
ପ୍ରେସ୍‌ମିଟ୍‌ରେ ଉପସ୍ଥିତ ଆଇଆଇଏ ଓଡିଶା ଚାପ୍ଟରର ଅଧ୍ୟକ୍ଷା ଏଆର୍‌, ରାଜ କନ୍‌ୱାର୍‌ ନାୟକ, ଇଆର୍‌ସି ଅର୍ଗାନାଇଜିଂ କମିଟିର ସେକ୍ରେଟାରୀ ଏଆର୍‌. ସ୍ୱପ୍ନାଦତ ମହାନ୍ତି, ଆଇଆଇଏର କନ୍‌ଭେନର୍ ଏଆର୍ ବିଭୂତିଭୂଷଣ ମହାପାତ୍ର, ନ୍ୟାସନାଲ କାଉନସିଲ ସଦସ୍ୟ ଆଇଆଇଏର ଏଆର୍ ଅକ୍ଷୟ ଇଆର୍‌ସିର କୋ କନ୍‌ଭେନର୍ ବେଉରିଆ, ଏଆର୍‌. ରୁଚିପୂର୍ଣ୍ଣ ଜେନା, ଆଦି ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ସମ୍ପର୍କରେ ଇଆରସି ୨୦୨୨ର ଅର୍ଗାନାଇଜିଂ କମିଟିର ସେକ୍ରେଟେରୀ ତଥା ଆଇଆଇଏ ଓଡିଶା ଚାପ୍ଟରର ଉପାଧ୍ୟକ୍ଷା ଆର୍କିଟେକ୍ ସ୍‌ôପ୍ନାଦତ ମହାନ୍ତି କହିଛନ୍ତି, ୫୦୦ରୁ ଉର୍ଧ୍ଵ ଆର୍କିଟେକଟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପଜିଂକୃତ ହୋଇସାରିଛି । ରିସର୍ଚ୍ଛପେପର ଉପସ୍ଥାପନା ଟେକନିକାଲ ସେସନ ପ୍ୟାନେଲ ଡିନକସନ୍ ଇଣ୍ଡଷ୍ଟ୍ରି-ଏକାଡେମିଆ ଇନ୍ଟରଫେସ ମାଧ୍ୟମରେ ନିଜକୁ ଚିନ୍ତାଧାରାକୁ ବିତର୍କ ଆଲୋଚନା ବିଶ୍ଳେଷଣ କରିବା ପାଇଁ କ୍ଷିତିଜ୍ ଦ୍ୱାରା ଏହା ଏକ ସୁବର୍ଣ୍ଣ ସୁଯୋଗ । କାର୍ଯ୍ୟକ୍ରମରେ ଭାଗନେଇ ଆର୍କିଟେକ୍ଟ ଓ ଛାତ୍ରଛାତ୍ରୀ ସେମାନଙ୍କର କ୍ରିଏଟିଭ ଚିନ୍ତାଧାରାକୁ ଦେଇଯିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ।
ଇମ୍‌ପ୍ରେସନ୍ : ଏହା ଅତିତର ସ୍ଥାନୀୟ ପରମ୍ପରା, ସଂସ୍କୃତି, ଐତିହ୍ୟ ଏବଂ ସାମାଜିକ ତଥା ଅର୍ଥନୈତିକ ଅବସ୍ଥିତ ସଂପର୍କରେ ଶିକ୍ଷା ଉପରେ ଆଧାରିତ । ପାରମ୍ପରିକ ଜ୍ଞାନ ମହତ୍ୱପୂର୍ଣ୍ଣ ଇମ୍‌ପ୍ରେସନ୍‌/ପ୍ରଭାବ ଆମ ପାରିପାଶ୍ୱର୍କୁ ଆକୃଷ୍ଟ କରିଛି ଏବଂ ସେମାନଙ୍କୁ ବଂଚାଇ ରଖିଛି ତଥ।। ବର୍ତମାନର ସୃଷ୍ଟିଗୁଡିକ ପାଇଁ ପ୍ରେରଣା ଯୋଗାଇ ଦେଉଛି ।
ଶୀର୍ଷକ କ୍ଷିତିଜ୍ ଇତିହାସର ପ୍ରଭାବରୁ ଶିକ୍ଷାଲାଭ କରି ଆମ ଜ୍ଞାନସ୍ତର ଏବଂ ଏହି କ୍ଷେତ୍ରରେ ଆମର ପାରମ୍ପରିକ ଅଭ୍ୟାସକୁ ଉନ୍ମୁକ୍ତ ରଖିବାକୁ ଲକ୍ଷ୍ୟ ରିଖିଛି । ତେଣୁ ଆମେ ଐତିହ୍ୟ ନିର୍ମାଣ, କଲ୍‌ଚରାଲ ହ୍ୟାଣ୍ଡଷ୍ଟେପ୍ ଓ ପାରମ୍ପରିକ ଅଭ୍ୟାସ ଇତ୍ୟାଦି ଉପରେ ଟେକନିକାଲ ପେପର୍‌, ଆଲୋଚନାଚକ୍ର ଇତ୍ୟାଦି ପାଇଁ ଆମନ୍ତ୍ରଣ କରିବୁ, ଯାହା ଆମକୁ ଭବିଷ୍ୟତର ସ୍ଥାପତ୍ୟକୁ ଏକ ନୂତନ ସ୍ତରରେ ପହଂଚାଇବାକୁ ସକ୍ଷମ ହେବ ।
ଅଭିବ୍ୟକ୍ତି: ଏକ୍ସ୍‌ପ୍ରେସନ୍ ମାଧ୍ୟମରେ ଆମର ଚିନ୍ତା ଏବଂ ବାସ୍ତବତା ଅଭିବ୍ୟକ୍ତି ପରିପ୍ରକାଶ ପାଇଥାଏ । ପ୍ରତିଯୋଗିତା ମାଧ୍ୟମରେ ଡିଜାଇନ୍ ପ୍ରାକ୍ଟିସ୍ ଏବଂ ରିସର୍ଚ କୁ ପ୍ରକୃତ ଆକାର ମିଳିଥାଏ । ଦୃତ ଗତିଶୀଳ ଜୀବନ, ନୂତନ ସାମଗ୍ରୀ, ବିଶ୍ୱର ପ୍ରଭାବ, ସଂଯୋଗ ଇତ୍ୟାଦିକୁ ଆଧାର କରି ଆମର ଚିନ୍ତାଧାରା ପରିପ୍ରକାଶ ହୁଏ ।
-ଜଳବାୟୁ ପରିବର୍ତନ ଯୋଗୁଁ ନିର୍ମାଣ କ୍ଷେତ୍ରକୁ ଆସୁଥିବା ନିମ୍ନତର ପ୍ରଭାବକୁ ଆର୍କିଟେକ୍ଟମାନେ ଉପଯୁକ୍ତ ଭାବେ ପରଖି ଏହା ଉପରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ।
-ବର୍ତମାନର ସମୟ ଜଟିଳତା ସହିତ ଜଡିତ ରହିଛି । ତେଣୁ ସ୍ମାର୍ଟ ଫ୍ୟୁଚରିଷ୍ଟିକ୍ ସଲ୍ୟୁସନ୍‌କୁ କାର୍ଯ୍ୟକାରୀ କରି ଅତୀତ ଓ ବର୍ତମାନ ମଧ୍ୟରେ ଥିବା ଅସମାନତା ଓ ଯୋଗାଯୋଗର ଦୂରତ୍ୱକୁ ଦୂରକରିବାର ଆବଶ୍ୟକତା ରହିଛି ।
କ୍ଷିତିଜ୍ ବର୍ତମାନର ଚାହିଦା କ୍ଷେତ୍ରକୁ ପରିପ୍ରକାଶ କରୁଛି ଏବଂ ସମସାମୟିକ ସମୟର ଚ୍ୟାଲେଜିଂ ଏକ୍ସପ୍ରେସନ୍ସ ଗୁଡିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଫେସନାଲ୍ ୱାର୍ଲ୍ଡ , ରିସର୍ଚ ଏବଂ ଏକ୍ସ୍‌ପ୍ରେସନ୍ ଗୁଡିକୁ ଉପସ୍ଥାପନା କରିବା ପାଇଁ ଆମନ୍ତ୍ରିତ କରାଯାଇଛି ।
ଇନୋଭେସନ୍‌/ଉଦ୍ଭାବନ : ଏହା ଭବିଷ୍ୟତର ଜ୍ଞାନକୌଶଳ ଏବଂ ପାରଦର୍ଶିତା ଉପରେ ଆଧାରିତ : ନୂତନ ଯୁଗର ସଲ୍ୟୁସନ୍‌କୁ ଗ୍ରହଣ କରିବାର ଆହ୍ୱାନ ଯାହା ବୃହତର ସଫଳତା କିମ୍ବା ବିଫଳତା ଦିଗରେ ନେଇପାରେ; ପାରାମେଟ୍ରିକ୍ ସ୍ଥାପତ୍ୟ ଡିଜାଇନ୍ ଧାରଣା ଏବଂ ଥିମ୍ ଗୁଡିକୁ ଗ୍ରହଣ କରିବା ଯାହା ଅନେକ୍ ଆଗକୁ ନେଇଯିବାକୁ ଚେଷ୍ଟା କରେ: ସେବା ଗୁଡିକ ବିଭିନ୍ନ ରୂପରେ ଆସେ ଓ ସମାଧାନରେ ଏକୀଭୂତ ହୁଏ ।
-ଭର୍ଚୁଆଲ ରିୟାଲିଟିର ପ୍ରୟୋଗ, ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସି ଏବଂ ସ୍ଥାପତ୍ୟ ଓ ନିର୍ମାଣ ପ୍ରାକ୍ଟିସ୍ ଗୁଡିକର ଅଟୋସେସନ୍ ଏବଂ ଡିଜିଟାଲାଇଜେସନ୍ କାର୍ଯ୍ୟକାରିତା
-ଅତ୍ୟାଧୁନିକ ସାମଗ୍ରୀ ଓ ପ୍ରଯୁକ୍ତିର ବ୍ୟବହାର, ସ୍ମାର୍ଟ ସାମଗ୍ରୀର ପୁନ ବ୍ୟବହାର

 

0
0
0
s2sdefault