ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ପିଲମାନଙ୍କର ଶୈକ୍ଷିକ ଅଭିବୃଦ୍ଧି, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଚେତନତା ଉପରେ ଗୁରୁତ୍ଵ
ଭୁବନେଶ୍ଵର(ଶାସକ ପ୍ରଶାସକ): ସାରା ରାଜ୍ୟରେ ତା. ୧୦।୧୨।୨୦୨୨ ରିଖରେ (ଶନିବାର) ‘ଅଭିଭାବକ - ଶିକ୍ଷକ ବୈଠକ’ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ, ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ, ପିଲମାନଙ୍କର ଶୈକ୍ଷିକ ଅଭିବୃଦ୍ଧି, ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଶିକ୍ଷକ/ଶିକ୍ଷୟିତ୍ରୀ ମାନେ 5T ସ୍କୁଲ ରୂପାନ୍ତରଣର ବିଭିନ୍ନ ଉପାଦାନ ଗୁଡିକର ସଠିକ ବ୍ୟବହାର ଓ ପରିଚାଳନା ଉପରେ ଆଲୋଚନା କରି ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଏହା ସହିତ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଉଭୟ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କର ଦାୟିତ୍ଵ ବୋଧ ସମ୍ପର୍କରେ ଆଲୋଚନା କରଯାଇଥିଲା । ଉକ୍ତ ବୈଠକରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ଯାହାକି, ରାଜ୍ୟ ସରକାରଙ୍କର ଏକ ଅନନ୍ୟ ଅଭିନବ, ଅଦ୍ଵିତୀୟ ପ୍ରୟାସ ସେ ସମ୍ପର୍କରେ ଅଭିଭାବକ ମନଙ୍କୁ ଜଣାଇ ଦିଆଯାଇଥିଲା । ଏତଦ ବ୍ୟତୀତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସଚେତନତା କରଯାଇଥିଲା ।
ରାଜ୍ୟବ୍ୟାପୀ ଗୋଟିଏ ଦିନରେ ଅଭିଭାବକ - ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଉନ୍ନତିକରଣ ପ୍ରକ୍ରିୟାରେ ଅଭିଭାବକ ମାନେ ସମ୍ମିଳିତ ଭାବେ ସହଭାଗୀ ଓ ସହଯୋଗୀ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଅଭିଭାବକମାନେ ଉକ୍ତ ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ଶିକ୍ଷାର ଗୁଣାତ୍ମକ ବିକାଶ ତଥା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀ ଏଥିରେ ଯୋଗଦାନକରି ତଦାରଖ ଓ ପରିଦର୍ଶନ କରିଥିଲେ।