ହେଡଲାଇନସ୍:

ଉପନିର୍ବାଚନ ରେ ବିଜୟୀ ହେବା ପରେ ବାପା ଙ୍କର ସମାଧି କୁ ଯାଇ ମୁଣ୍ଡିଆ ମାରିଲେ ବର୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସ୍ମଶାନ ରେ ଥିଲା ଶୋକକୁଳ ପରିବେଶ 

ବରଗଡ଼ :- ଉପନିର୍ବାଚନ ରେ ରେକର୍ଡ ବିଜୟ କିନ୍ତୁ ମନରେ ଏଇ ମାତ୍ର ଦୁଇ ମାସ ପୂର୍ବରୁ ବାପାଙ୍କୁ ହରେଇଥିବା କୋହ , ବିଜୟର ଉତ୍ସାହ ଅପେକ୍ଷା ବାପାଙ୍କୁ ସବୁଦିନ ପାଇଁ ହରେଇଥିବା କୋହ ଅଧିକ ରହିଛି । ପିତା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ ପରେ ବିଜୁ ଜନତା ଦଳର ଟିକେଟ ରେ ଉପନିର୍ବାଚନ ଲଢ଼ିଥିଲେ ସ୍ବର୍ଗତ ବିଜୟ ବାବୁ ଙ୍କର ଜ୍ୟେଷ୍ଠ କନ୍ୟା ବର୍ଷା ରଣୀ ସିଂ ବରିହା । କିଛିଦିନ ପୂର୍ବରୁ ନିଜର ପିତାଙ୍କୁ ହରାଇ ଏକ ପ୍ରକାର ଭାଙ୍ଗି ପଡ଼ିଥିଲେ ବର୍ଷା ଓ ତାଙ୍କର ପରିବାର । ତଥାପି , ଲୋକଙ୍କ ବିଜୟ ବାବୁ ଙ୍କର ପ୍ରତି ରହିଥିବା ଭଲପାଇବା ଓ ଦଳୀୟ ନିର୍ଦେଶ କୁ ସମ୍ମାନ ଦେଇ , ସାହସ ଜୁଟାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବାର ନିର୍ଣ୍ଣୟ ନେଇଥିଲେ ବର୍ଷା । ପ୍ରଚାର ଆରମ୍ଭ ରୁ ସବୁବେଳେ ନିଜର ବାପାଙ୍କ କଥା ମନେ ପକାଇ ଅନାୟାସରେ ତାଙ୍କର ଆଖିରୁ ଲୁହ ବୋହି ଯାଉଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଅନ୍ତତଃ ଭାରତ ବର୍ଷରେ ଝିଅ ଓ ବାପା ର ସମ୍ପର୍କ ଅତ୍ୟନ୍ତ ନିବିଡ଼ । ଯାହାକୁ ଭାଷାରେ ପ୍ରକାଶ କରିବା ଅତ୍ୟନ୍ତ କଠିନ । ଏହି ସମ୍ପର୍କ କୁ କେବଳ ସେହି ମାନେ ଅନୁଭବ କରିପାରିବେ ଯେଉଁ ମାନଙ୍କ ଝିଅ ରହିଛି । ବର୍ଷା ପ୍ରତ୍ୟେକ ଦିନ ପ୍ରଚାର ପାଇଁ ଘରୁ ବାହାରିବା ସମୟରେ ନିଜର ସ୍ବର୍ଗତ ପିତାଙ୍କୁ ମୁଣ୍ଡିଆ ମାରି ବାହାରୁଥିଲେ । ବାପାଙ୍କ ଛବି ଦେଖିବା ପରେ କିମ୍ବା ବାପାଙ୍କ ବାବଦରେ କାହାରି ମୁହଁରୁ କିଛି ଶୁଣିବା ମାତ୍ରେ ବର୍ଷା ଙ୍କର ଆଖିରେ ଭରିଯାଉଥିଲା ଆଖିଏ ଲୁହ । ତାଙ୍କ ଆଖିରେ ଲୁହ ଦେଖି କାନ୍ଦି ପକାଉଥିଲେ ଅନେକ ମାଁ , ଭଉଣୀ ।
ଆଜି ସରିଯାଇଛି ପଦ୍ମପୁର ଉପନିର୍ବାଚନ ର ମତ ଗଣନା । ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଛି ଆଜି ଜଣେ ଉଚ୍ଚ ଶିକ୍ଷିତା ଓ ପ୍ରଥମ ମହିଳା ବିଧାୟିକା ବର୍ଷା ରଣୀ ସିଂ ବରିହା । ରେକର୍ଡ 42 ହଜାର ଭୋଟ ବ୍ୟବଧାନ ରେ ବିରୋଧୀ ମାନଙ୍କ ଲମ୍ବା ସମୟ ପାଇଁ ନିଦ ହଜେଇ ବିଜୟୀ ହୋଇଥିବା ବର୍ଷା ଙ୍କର ମନରେ ଉପନିର୍ବାଚନ ରେ ବିଜୟ ହେବାର ଖୁସି ସହିତ ବାପାଙ୍କୁ ହରେଇବା ଦୁଖଃ ମଧ୍ୟ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଥିଲା । ନିର୍ବାଚନ ରେ ବିଜୟ ହେବା ପରେ ବିଜୁ ଜନତା ଦଳ ତରଫରୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ସହିତ ବର୍ଷା ନିଜର ଭାଇ ଶ୍ରୀ ଭୋଜରାଜ ସିଂ ବରିହା ଙ୍କର ସହ ନିଜର ପିତା ଙ୍କର ସମାଧି ସ୍ଥଳ କୁ ପହଂଛି ଥିଲେ । ପିତାଙ୍କ ସମାଧି ଦେଖି କାନ୍ଦି ପକାଇଥିଲେ ବର୍ଷା । ପ୍ରଥମେ ସମାଧି ରେ ଦୀପ ଜଳେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ବର୍ଷା ଓ ଭୋଜରାଜ । ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ସ୍ମଶାନ ରେ । ଶୋକକୁଳ ପରିବେଶ ମଧ୍ୟରେ ବିଧାୟକ ଶ୍ରୀ ସିଂ , ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତି ମାନିନୀ ଭୋଇ ଓ ଅନେକ ବିଜୟ ବାବୁ ଙ୍କର ସମଧିରେ ପୁଷ୍ପ ଅର୍ପଣ କରିଥିଲେ ।

0
0
0
s2sdefault