ହେଡଲାଇନସ୍:

ଜିଲ୍ଲା ଯୋଜନ। କମିଟିରେ୧୯୫୧.୩୭ କୋଟି ଟଙ୍କାର ବଜେଟ୍  ଅନୁମୋଦିତ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

 ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ  : ଆବଶ୍ୟକତା, ଅନୁଭବ ଓ ଭୌଗୋଳିିକ ସ୍ଥିତିକୁ ଚାହିଁ ପ୍ରକଳ୍ପ ମାନ ପ୍ରଣୟନ କରାଯିବ ଉଚିତ ।  ଜିଲ୍ଲାର କୃଷି, ଶିଳ୍ପ, ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମସ୍ତ କ୍ଷେତ୍ରର ଆବଶ୍ୟକତାକୁ ଚାହିଁ ଯୋଜନା ପ୍ରସ୍ତୁତ କରାଯାଇଥିବାରୁ ଏହା ଲୋକଙ୍କୁ ସହାୟତା ସହ ଆର୍ଥିକ ଆତ୍ମନିର୍ଭରଶୀଳତା  ବୃଦ୍ଧି କରିବ ବୋଲି କରିବ ବୋଲି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ପଣ୍ଡା ଅଧ୍ୟକ୍ଷତା କରି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି । 

ବୁଧବାର ପୂର୍ବାହ୍ନରେ ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।  ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବାରୁ ଆବଶ୍ୟକତାକୁ ଚାହିଁ ପ୍ରକଳ୍ପ ବ୍ୟବସ୍ଥା, ଉପôାଦନ ଆଭିମୁଖ୍ୟ ଯୋଜନା, କୃଷି ଓ ଶିଳ୍ପ ଭିତିକ ପ୍ରକଳ୍ପର ବ୍ୟବସ୍ଥା,  ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ତୁରନ୍ତ ସାରିବା ସହ ଯେଊଁ ପ୍ରକଳ୍ପ ମଞ୍ଜୁର ହୋଇଛି ନିର୍ଦ୍ଧିଷ୍ଟ ସମୟ ସୀମାରେ ସାରିବାକୁ ମତ ଦେଇଥିଲେ । ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲ୍ଲା  ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ସାଧାରଣ ଲୋକଙ୍କ ଉପଯୋଗରେ ଆସୁଥିବା ପ୍ରକଳ୍ପକୁ ତ୍ୱରାନ୍ୱିତ ପ୍ରକ୍ରିୟାରେ ସାରିବା ସହ ଆତ୍ମ ନିଯୁକ୍ତି ଓ କୃଷି ଭିତିକ ପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ମତ ଦେଇଥିଲେ । 

ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସବୁ ସଦସ୍ୟଙ୍କୁ ସ୍ୱାଗତ କରିବ ସହ କହିଥିଲେ ଯେ , ଜିଲ୍ଲାରେ ସମ୍ୱଳ, ସମ୍ଭାବନା ସହ ଦୁର୍ବଳତାକୁ ଚିହ୍ନଟ କରାଯାଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ।  ୨୦୨୨ ସୁଦ୍ଧା ସାମଗ୍ରିକ ବିକାଶ ପାଇଁ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଉଛି  । ବ୍ୟାପକ ଆଲୋଚନା ପରେ ବିଭିନ୍ନ ବିଭାଗ ପାଇଁ ଆର୍ଥିକ ଯୋଜନାକୁ  ଅନୁମୋଦନ କରାଯାଇଥିଲା । କୃଷି ଓ କୃଷି ଭିତିକ କାର୍ଯ୍ୟକ୍ରମରେ ୨୦୧୬-୧୭ ବର୍ଷ ପାଇଁ ୧୧୧୦୯.୨୫ ଲକ୍ଷ ଟଙ୍କା ପ୍ରସ୍ତାବ ରହିଥିବାବେଳେ ୪୮୭୭.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୭-୧୮ରେ ଏଥିପାଇଁ ୧୨୨୨୦.୧୮ ଲକ୍ଷ ଟଙ୍କାର ପ୍ରସ୍ତାବ ରଖାଯାଇଛିି । ଗ୍ରାମୀଣ ବିକାଶରେ ୨୦୧୬-୧୭ରେ ୧୬୮୧୭.୫୩ ଲକ୍ଷ ଟଙ୍କା  ପ୍ରସ୍ତାବିତ ଅର୍ଥ ମଧ୍ୟରୁ ୫୫୪୮.୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୭-୧୮ରେ ୧୮୪୯୯.୨୮ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ବିଶେଷ ଅଂଚଳ ଯୋଜନାରେ ୧୪୫୯୯.୬୫ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଥିବାବେଳେ ୨୪୨୧.୭୨ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ଚଳିତ ବଜେଟ୍ରେ ୧୬୦୫୯.୬୧ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ଜଳସେଚନ ଓ ବନ୍ୟା ନିୟନ୍ତ୍ରଣରେ ଗତବର୍ଷ ୨୩୭୨୩.୫୫ ଲକ୍ଷ ଟଙ୍କାର ପ୍ରସ୍ତାବ ମଧ୍ୟରୁ ୧୮୮୩୭.୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୭-୧୮ ବର୍ଷ ପାଇଁ ୨୬୦୯୫.୯୧ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ଶକ୍ତି କ୍ଷେତ୍ରରେ ୨୦୧୬-୧୭ରେ  ୬୨୨୯.୩୦ ଲକ୍ଷ ଟଙ୍କା ପ୍ରସ୍ତାବ ରହିଥିବାବେଳେ ଖର୍ଚ୍ଚ ୪୭୮୧.୨୫ ଲକ୍ଷ ହୋଇଥିଲା । ଚଳିତ ବର୍ଷ ୬୮୫୨.୨୩  ଲକ୍ଷର ବ୍ୟୟ ବରାଦ କରାଯାଇଛି । ଶିଳ୍ପ କ୍ଷେତ୍ରରେ ୯୪୩.୯୯ ଲକ୍ଷ ଟଙ୍କାର ପ୍ରସ୍ତାବ ଥିବାବେଳେ ୯୮୦.୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୭-୧୮ ବର୍ଷ ପାଇଁ ୧୦୩୮.୩୯ ଲକ୍ଷ ଟଙ୍କାର ପ୍ରସ୍ତାବ ରଖାଯାଇଛି । ପରିବହନ କ୍ଷେତ୍ରରେ ୨୨୩୫୩.୦୦ ଲକ୍ଷ ଟଙ୍କାର ପ୍ରସ୍ତାବ ଥିବାବେଳେ ୧୭୬୫୮.୭୪ ଲକ୍ଷ ଟଙ୍କା ଖର୍ଚ୍ଚ  ହୋଇଛି । ୨୦୧୭-୧୮ ବର୍ଷ ପାଇଁ ୨୪୫୮୮.୩୦ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ବିଜ୍ଞାନ, ବୈଷୟିକ ଜ୍ଞାନ ଓ ପରିବେଶ କ୍ଷେତ୍ରରେ ୭୧୪.୪୬ ଲକ୍ଷ ଟଙ୍କା ମଧ୍ୟରୁ ୬୬୫.୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ୨୦୧୭-୧୮ ପାଇଁ ୭୮୫.୯୧ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ସାଧାରଣ ଅର୍ଥନୀତିକ ସେବାକ୍ଷେତ୍ରରେ ୩୭୦୩.୪୮ ଲକ୍ଷ ଟଙ୍କା ପ୍ରସ୍ତାବ ମଧ୍ୟରୁ ସମପରିମାଣ ଖର୍ଚ୍ଚ ହୋଇଛି । ୨୦୧୭-୧୮ ପାଇଁ ୪୦୭୩.୮୩ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ସାମାଜିକ ସେବା କ୍ଷେତ୍ରରେ ୭୫୮୩୭.୯୮ ଲକ୍ଷ ଟଙ୍କା ପ୍ରସ୍ତାବିତ ଥିବାବେଳେ ୩୯୩୦୦.୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।  ୨୦୧୭-୧୮ ବର୍ଷ ପାଇଁ ୮୩୪୨୧.୭୮ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ସାଧାରଣ ସେବାକ୍ଷେତ୍ରରେ ୧୩୬୪.୯୯ ଲକ୍ଷ ଟଙ୍କା ପ୍ରସ୍ତାବ ମଧ୍ୟରୁ ୭୯୬.୫୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୭-୧୮ ବର୍ଷ ପାଇଁ ୧୫୦୧.୪୯ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ୨୦୧୬-୧୭ରେ ପ୍ରସ୍ତାବିତ ମୋଟ ୧୭୭୩୯୭.୧୮ ଲକ୍ଷ ଟଙ୍କା ମଧ୍ୟରୁ ୯୯୫୭୨.୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଓ ୨୦୧୭-୧୮ ବର୍ଷ ପାଇଁ ୧୯୫୧୩୬.୯୦ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି । ଯାହାକୁ ବୈଠକରେ ମଞ୍ଜୁର କରାଯାଇଥିଲା । ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୧୦.୧୨ କୋଟି ଟଙ୍କାର ପ୍ରସ୍ତାବ ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜିଲ୍ଲାର ହାରାହାରି ପରିସଂଖ୍ୟାନ ରାଜ୍ୟର ପରିସଂଖ୍ୟାନ ଠାରୁ ଉନ୍ନତ ରହିଛି । ଶିଶୁ ମୃତୁ୍ୟହାରରେ ଜିଲ୍ଲାରେ ୨୫.୧୯ ଭାଗ ଥିବାବେଳେ ଓଡ଼ିଶାରେ ଏହା ଶତକଡ଼ା ୪୦ ଭାଗ ରହିଛି । ମାତୃ ମୃତୁ୍ୟହାରରେ ଓଡ଼ିଶାରେ ୨୩୫ ଥିବାବେଳେ ଜିଲ୍ଲାରେ ଏହା ୨୨୨ ରହିଛି ।  ନିରାପଦ ଶିଶୁ ଜନ୍ମରେ ରାଜ୍ୟରେ ୮୦ ଭାଗ ଥିବାବେଳେ ଆମ ଜିଲ୍ଲାର ଏହା ୮୬ ଭାଗରହିଛି । ପୂର୍ବରୁ ଅତିଥିମାନେ ବାର୍ଷିକ ଯୋଜନା ବଜେଟ୍ର ମୁଖପତ୍ରକୁ ଉନ୍ମୋଚନ କରିଥିଲେ ।  

ଏହି ବୈଠକରେ ବ୍ୟାସନଗର ପୌରାଧ୍ୟକ୍ଷ ସବିତା ରାଉତ ଓ ଯାଜପୁର ପୌରାଧ୍ୟକ୍ଷ ଭବପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଏ.ପି.ଡି. ଇନ୍ଦ୍ରମଣି ନାୟକ,  ବିଭିନ୍ନ ବିଭାଗର ଅଧିକାରୀ ଓ ଯୋଜନା କମିଟିର ସମସ୍ତ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ଶେଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  

0
0
0
s2sdefault