ହେଡଲାଇନସ୍:

ଓଡିଶା ରାଜ୍ୟ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘ ନିର୍ଦ୍ଦେଶ କ୍ରମେ ମହାସଂଘର ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆସନ୍ତା ୧୪ ରିଖ ଠାରୁ ୨୧ ରିଖ ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ ପାଇଁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏକ ଦାବିପତ୍ର ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ ଯେ , ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଦ୍ୱାରା କାର୍ଯ୍ୟରତ ଥିବା ୨୦ ହଜାର ସ୍ୱାସ୍ଥ୍ୟକର୍ମୀ , ଦୀର୍ଘଦିନ ଧରି ନିଜ ନିଜ ନ୍ୟାଯ୍ୟ ଦାବୀ କରି ଆସୁଥିଲେ । କିନ୍ତୁ ଏହି ଦାବୀକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ସମସ୍ୟା ଓ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ଉପରେ କୌଣସି କର୍ଣ୍ଣପାତ କରୁନାହାନ୍ତି। ଯାହା ଫଳରେ ରାଜ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଆନ୍ଦୋଳନ ଆଡକୁ ମୁହାଁଇଛନ୍ତି ।
ପ୍ରତ୍ୟକ୍ଷ ଭାବରେ ସରକାରୀ କର୍ମଚାରୀ ମାନେ ସେମାନଙ୍କ ନିଜର ଚାକିରି କାଳ ମଧ୍ୟରେ ୪ ରୁ ୮ ଟି ପଦୋନ୍ନତି ପାଉଥିବା ବେଳେ ଏହି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନେ ମାତ୍ର ଗୋଟିଏ ପଦୋନ୍ନତି ପାଉଛନ୍ତି ତ ଆଉ କେହି କେହି ବିନା କୌଣସି ପଦୋନ୍ନତି ନ ପାଇ ଚାକିରୀରୁ ଅବସର ନେଉଛନ୍ତି ।
ଏହାର ପ୍ରତିବାଦ ସ୍ୱରୂପ ଗତବର୍ଷ ୨୦୨୧ ଜାନୁୟାରୀ ମାସରେ ସରକାରଙ୍କ ତରଫରୁ ଦେଖା ଦେଇଥିବା ଭୟଙ୍କର ମହାମାରୀ ସମୟରେ କେହି କୋଭିଡ଼ ଟୀକା ନେବୁ ନାହିଁ , କିନ୍ତୁ ଜନ ସାଧାରଣଙ୍କୁ ଟୀକା ପ୍ରଦାନରେ କୌଣସି ପ୍ରକାର ଅବହେଳା ନ କରି ସେଥିରେ ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲୁ ।
କିନ୍ତୁ ପରବର୍ତ୍ତି ସମୟରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆମ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବି ପୂରଣ କ୍ଷେତ୍ରରେ ପ୍ରତିଶୃତି ଦେବା ପରେ ଆମେ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଟୀକା ଗ୍ରହଣ କରିଥିଲୁ।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାସଂଘ କର୍ମଚାରୀଙ୍କ ଉପସ୍ଥିତିରେ ଆମର ବିଭିନ୍ନ ନ୍ୟାଯ୍ୟ ଦାବୀ ପୂରଣ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲେ ମଧ୍ୟ ଦାବୀ ପୂରଣ କ୍ଷେତ୍ରରେ ବିଶେଷ ଭାବେ ସେଭଳି କୌଣସି କିଛି ଅଗ୍ରଗତି ହୋଇନାହିଁ।
ଏହା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡ଼ର ପୁର୍ନର ଗଠିତ ହୋଇଥିଲେ ମଧ୍ୟ ଆମେ ସେଇ ଅବହେଳିତ ଅବସ୍ଥାରେ ହିଁ ରହି ଯାଇଛୁ।
ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଆମ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘ ପକ୍ଷରୁ ମୁଖ୍ୟ ୫ ଦଫା ଦାବି ଉପସ୍ଥାପନା ପ୍ରଦାନ କରାଯାଇଛି।
ଏହି ଦାବିପତ୍ର ଶ୍ରୀମତୀ ଅନୁସୂୟା ପଣ୍ଡାଙ୍କ ସମେତ କାଞ୍ଚନ ପାଣ୍ଡି , ଲିଳିତ କୁମାର ମହାନ୍ତି , ଜି. ରତିଦେଓ , ବେବି ରାଧାରାଣୀ ଜେନା , ଶାନ୍ତି କୁମାରୀ ଜେନା , ପଦ୍ମୟୀ , ସୁଜାତା ପାଢ଼ି , ରଶ୍ମିତା ପଟ୍ଟନାୟକ , ଅଞ୍ଜଳି ବାରିକ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ଓ ଡ଼ାଃ ପ୍ରମୋଦ କୁମାର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି।

0
0
0
s2sdefault