ହେଡଲାଇନସ୍:

ବାଂଲାଦେଶ ଠାରୁ ମ୍ୟାଚ ହାରିଲା, ୮୦ ପ୍ରତିଶତ ମ୍ୟାଚ ଫି ବି ହରାଇଲା ଭାରତୀୟ କ୍ରିକେଟ ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ବାଂଲାଦେଶ ଠାରୁ ଭାରତୀୟ କ୍ରିକେଟ ଦଳ ପ୍ରଥମ ଏକଦିବସୀୟରେ ଲଜ୍ଜାଜନକ ପରାଜୟ ପରେ ଦଳକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡିଥିବା ବେଳେ ଏବେ ପୁଣି ଏକ ଝଟକା ଲାଗିଛି ଆର୍ଥିକ ଜୋରିମାନା ହିସାବରେ | ମ୍ୟାଚ ଫିର ୮୦ ପ୍ରତିଶତ ଜୋରିମାନା ପଡିଛି ଭାରତୀୟ ଦଳ ଉପରେ |
ବାଂଲାଦେଶ ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଯାଇଥିବା ଭାରତୀୟ ଦଳକୁ ପ୍ରଥମ ମ୍ୟାଚ୍‌ରେ ଗୋଟିଏ ୱିକେଟ୍‌ରେ ପରାଜୟର ସାମ୍ନା କରିବାକୁ ପଡିଥିଲା, ଯେଉଁ କାରଣରୁ ବାଂଲାଦେଶ ଦଳ 7 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଏକ ଦିନିକିଆ ଜିତିଥିଲା। ଏଥି ସହିତ ରୋହିତ ଶର୍ମା ମଧ୍ୟ ପ୍ରଥମ ଭାରତୀୟ ଅଧିନାୟକ ଭାବେ ବାଂଲାଦେଶ ବିପକ୍ଷ ଦିନିକିଆ ଏବଂ ଟି -20 ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲେ। ଭାରତୀୟ ଦଳ ପାଇଁ ପରାଜୟର ଏ ଆଘାତ ପରେ, ପୁରା ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି।
ରବିବାର ଦିନ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ସ୍ଲୋ ଓଭର ପାଇଁ ଆଇସିସି ଦ୍ୱାରା ଭାରତୀୟ ଖେଳାଳିଙ୍କୁ ସେମାନଙ୍କ ମ୍ୟାଚ ଫିସର 80 ପ୍ରତିଶତ ଜରିମାନା କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ଚାରି ଓଭର କମ ବୋଲିଂ କରିଥିବା ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ପ୍ୟାନେଲ୍ ମ୍ୟାଚ୍ ରେଫରି ରଂଜନ ମଧୁଗଲେ ଏହି ଜୋରିମାନା ଲଗାଇଛନ୍ତି।
ଆଇସିସି ଆଚରଣ ସଂହିତା ର ଧାରା 2.22 ଅନୁଯାୟୀ, ଖେଳାଳିମାନେ ଧାର୍ଯ୍ୟ ସମୟ ମଧ୍ୟରେ ଓଭର ପୂରଣ ନକରିବା ପାଇଁ ପ୍ରତି ଓଭର ପିଛା ମ୍ୟାଚ୍ ଫିସର 20 ପ୍ରତିଶତ ଲେଖାଏ ଜରିମାନା ଲାଗୁ କରିଛନ୍ତି।
ଆଇସିସି ବିବୃତ୍ତି ଅନୁଯାୟୀ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏହି ଜରିମାନା ଗ୍ରହଣ କରିଛନ୍ତି ଏବଂ ତେଣୁ ଏହି ମାମଲାରେ ଅଧିକ ଶୁଣାଣି କରିବାର ଆବଶ୍ୟକତା ନାହିଁ। ଅନ୍-ଫିଲ୍ଡ ଅମ୍ପାୟର ମାଇକେଲ୍ ଗ ଏବଂ ତନଭୀର ଅହମ୍ମଦ, ତୃତୀୟ ଅମ୍ପାୟର ଶାରଫୁଦ୍ଦାଲା ସହିଦ ଏବଂ ଚତୁର୍ଥ ଅମ୍ପାୟର ଗାଜୀ ସୋହେଲ ଭାରତୀୟ ଦଳ ବିରୋଧରେ ସ୍ଲୋ ଓଭର ଅଭିଯୋଗ ଆଣିଥିଲେ | ସୂଚନାଯୋଗ୍ୟ ଯେ ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ବୁଧବାର ଖେଳାଯିବ।

0
0
0
s2sdefault