ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କମ୍ପଲା ପଂଚାୟତ ମହାଦେବ ବିହାର ଠାରେ ବିଶ୍ୱକଲ୍ୟାଣନିମନ୍ତେ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ରାଧେଶ୍ୟାମ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସୁବାସିନୀ ମିଶ୍ର କର୍ତ୍ତାଭାବରେ ବସିଥିବା ବେଳେ ପୁରୋହିତ ସୁଧାଂଶୁ ଶେଖର ପଣ୍ଡା, ସୀତାକାନ୍ତ ପ୍ରସାଦ ହୋତା,ସଂଜୀବ ପଣ୍ଡା, ଲିଙ୍ଗରାଜ ମିଶ୍ର ଗୀତା ପଠନ କରିଥିଲେ I ଦିବ୍ୟପ୍ରେରଣା ପରିବାର ର ସଭାପତି ଦୁଃଖୀଶ୍ୟାମ ଷଡ଼ଙ୍ଗୀ ସମ୍ପାଦକ ପାଣ୍ଡଵ ଭୋକ୍ତା,ସଂଗଠନର କର୍ମକର୍ତ୍ତା ରଂଜିତ ବାରିକ, ସନ୍ତୋଷ ମେହେର,ଶ୍ରବଣ ପଣ୍ଡା,ମହାଦେବ ସାହୁ ପ୍ରମୁଖଙ୍କ ସହଯୋଗରେ ଗୀତାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ଭାଗବତଗୀତା ର ପ୍ରସାର ପ୍ରଚାର ପାଇଁ ଦିବ୍ୟପ୍ରେରଣା ପରିବାର ଅନେକ ସମୟରେ ଗୀତା ଯଜ୍ଞ, ଗୀତା ବଣ୍ଟନ, ସତ ଶିକ୍ଷା ଦେବା, ବର୍ତମାନ ସମୟରେ ଉପଯୋଗୀ ସତ ଶିକ୍ଷା ଆଦି ଲୋକଙ୍କ ନିକଟରେ ପହଞ୍ଚାଇଥାନ୍ତି I
ରାଜ୍ୟ
ଦିବ୍ୟ ପ୍ରେରଣା ପରିବାର ପକ୍ଷରୁ ଗୀତାଯଜ୍ଞ
- Hits: 347