ହେଡଲାଇନସ୍:

ଆନ୍ତର୍ଜତୀୟ ସ୍ଵେଛାସେବୀ ଦିବସ ଓ ମୃତ୍ତିକା ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜଗତସିଂହପୁର/ସୁମନ୍ତ କୁମାର ଦାସ:ନେହେରୁ ଯୁବ କେନ୍ଦ୍ର ସଂଗଠନ , ଭାରତ ସରକାର ଓ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ମିଳିତ ସହଯୋଗରେ ଜଗତସିଂହପୁର ସ୍ଥିତ ଗଭର୍ମେଣ୍ଟ ପଲି ଟେକନିକାଲ କଲେଜ , ଜାମୁଗାଁ ପରିସର ରେ ଆନ୍ତର୍ଜାତୀୟ ସ୍ୱୋଚ୍ଛାସେବୀ ଦିବସ ଓ ମୃତ୍ତିକା ଦିବସ ମହା ସମରୋହରେ ପାଳିତ ହୋଇ ଯାଇଛି।ଉକ୍ତ କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଦୁର୍ଗା ଚରଣ ବେହେରା, ଇନ୍ ଚାର୍ଜ ପଲିନେକ୍ନିକ୍ କଲେଜ ଯୋଗ ଦେଇ ଦେଶରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ର ରେ ଯୁବକ ମାନଙ୍କର ସ୍ୱୋଚ୍ଛାସେବୀ ମନୋବୃତ୍ତି ନିହାତି ଜରୁରୀ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ସୃତି ରଞ୍ଜନ ମହାନ୍ତି , ଅଧ୍ୟାପକ ଜଗଦୀଶ ଆଚାର୍ଯ୍ୟ , ଅଧ୍ୟାପକ ସୌମ୍ୟ ସୁତାର , ଅଧ୍ୟାପକ ଇପ୍ସିତା ବେହେରା ପ୍ରମୁଖ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ନିଖିଲ କୋକୁଲା ଯୁବ ଅଫିସର , ନେହେରୁ ଯୁବ ସଂଗଠନ ଯୋଗଦାନ କରି ଆନ୍ତର୍ଜାତିୟ ସ୍ୱୋଚ୍ଛାସେବୀ ଦିବସ ଓ ବିଶ୍ଵ ମୃତ୍ତିକା ଦିବସ ବିଷୟ ରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ l ଏବଂ ବିଶ୍ବ ମୃତ୍ତିକା ଦିବସ ଉପଲକ୍ଷେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଉକ୍ତ କାର୍ଯ୍ୟକ୍ରମ କୁ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ର ସମ୍ପାଦିକା ସୁଶ୍ରୀ ଶ୍ରାବଣୀ ରାୟ, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ କୁମାର ଲେଙ୍କା, ପରିଚାଳନା କମିଟି ସଦସ୍ୟ ସୁଧୀର ରାୟ,ଆଦି ପ୍ରମୁଖ ପରିଚାଳନା କରିଥିଲେ l

0
0
0
s2sdefault