ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ବଣିଆ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ମଲିକଙ୍କୁ ଆର୍ଥିକ ଅନିୟମିତତା ନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାସ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନରେ ଶ୍ରୀ ମଲିକଙ୍କୁ ନିଲମ୍ବିତ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଶ୍ରୀ ମଲିକ ପୂର୍ବରୁ ଆର୍ଶା ସରକାରୀ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ବିଭିନ୍ନ ପ୍ରକାର ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ନେଇ ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ରିପୋର୍ଟ ଆଧାରରେ ଶ୍ର ମଲିକଙ୍କ ବିରୁଦ୍ଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ସଂପର୍କରେ ଅଧିକ ଅନୁସନ୍ଧାନ ଜାରି ରହିଛି ।
ରାଜ୍ୟ
ଆର୍ଥିକ ଅନିୟମିତତା: ଭଦ୍ରକ ଜିଲ୍ଲା ବଣିଆ ହାଇସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ
- Hits: 328