ହେଡଲାଇନସ୍:

"ଶୀଘ୍ର ସୁଧାର ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ନଚେତ କ୍ୟାମ୍ପସରେ ଛାତ୍ର ଆକ୍ରୋଶ,ଆନ୍ଦୋଳନର ରୂପ ନେବ- ବିନୟ ବିଦ୍ରେ

ଭୁବନେଶ୍ୱର ଦୀନବନ୍ଧୁ ନାୟକ :  ରାଜ୍ୟର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ତଳକୁ ତଳ ଯାଉଥିବା ବେଳେ ଶିକ୍ଷାର ବିପର୍ଯ୍ୟସ୍ତ ରାଜ୍ୟର ଲଜ୍ୟା ଭଳି ଅନୁଭବ ହେଉଛି ତଥା ରାଜ୍ୟର ଶିକ୍ଷା ବ୍ୟବସ୍ଥା ବମିଖାଲ ଓଭରବ୍ରିଜ୍ ଭଳି ଭୂଷୁଡି ପଡିଛି । ଓଡ଼ିଶାର ବର୍ତ୍ତମାନ ରାଜ୍ୟ ସରକାର ୧୭ ବର୍ଷ ଧରି ଶାସନ ଗାଦିରେ ବସିଥିଲେ ମଧ୍ୟ ରାଜ୍ୟର ୮ଟି ଜିଲ୍ଲାରେ ଗୋଟିଏ ବି ସରକାରୀ ମହାବିଦ୍ୟାଳୟ ନଥିବା, ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସିବିସିଏସ୍ ପାଠପଢା ହେବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ପାଖାପାଖି ୬୦% ପ୍ରତିଶତ ଅଧ୍ୟାପକ ପଦବୀ ( ୭୩ଟି ପ୍ରଫେସର, ୧୩୩ଟି ଆସୋସିଏଟ୍ ପ୍ରଫେସର, ୧୯୨ଟି ଆସିଷ୍ଟାଣ୍ଟ୍ ପ୍ରଫେସର, ୧୦୦୯ଟି ଅଣ ଶିକ୍ଷକ ପଦବୀ) ଖାଲି ପଡିଥିବାରୁ ରାଜ୍ୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ୮୦ ପ୍ରତିଶତ କଲେଜର ଜମି କଲେଜ ନାଁରେ ନଥିବା ସରକାରଙ୍କର ଉଚ୍ଚଶିକ୍ଷା ବିକାଶ ପ୍ରତି ନକରାତ୍ମକ ମନୋଭାବ ଜଣା ପଡୁଛି । 

“ବେଡ଼ି ଉପରେ କୋରଡା ମାଡ଼ ଭଳି” ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସାଙ୍ଗରେ ସରକାରଙ୍କ ଦୁର୍ନୀତି ଗ୍ରସ୍ତ ନୀତି ଛାତ୍ରଛାତୀମାନଙ୍କୁ ଭବିଷ୍ୟତକୁ  ଅନ୍ଧକାରମୟ କରି ଦେଇଛି । ମେଧାବୃତ୍ତି ଘୋଟାଲା ୧୦୦ କୋଟିରୁ ଉର୍ଦ୍ଧ ଦୁର୍ନୀତିକୁ ବିଦ୍ୟାର୍ଥୀ ପରିଷଦ ପର୍ଦାଫାର୍ସ କରିଥିଲା । ଏହା ବିରୋଧରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଓ କରିଥିବା ବେଳେ ପୋଲିସକୁ ଗୁଣ୍ଡାଭାବରେ ବ୍ୟବହାର କରି ରାଜରାସ୍ତାରରେ ବିଦ୍ୟାର୍ଥୀମାନଙ୍କୁ ମାଡ ମାରି ଗଣତନ୍ତ୍ରର କଣ୍ଟରୋଧ କରିବା ପାଇଁ ପ୍ରୟାସ କରାଯାଇଥିଲା । ନିଯୁକ୍ତିମେଳା ନାଁରେ ୪୦ ହଜାର ଇଂଜିନିୟରିଂ ଓ ବୃତ୍ତିଗତ ଛାତ୍ରଛାତ୍ରୀମାନଙ୍କଠାରୁ ୧୦୦ ଟଙ୍କା ନେଇ ମଧ୍ୟ ଗୋଟିଏ ବି ପିଲାଙ୍କୁ ଚାକିରି ନଦେବା ରାଜ୍ୟ ସରକାରଙ୍କର ଅପାରଗତାକୁ ପଦାରେ ପକାଇ ଦେଇଛି । କେବଳ ଏତିକି ନୁହେଁ ନିଜର ରାଜନୈତିକ ହସ୍ତକ୍ଷେପକୁ ଜାହିର ରଖିବା ପାଇଁ ଗଭର୍ଣ୍ଣି ବଡିର ସଭାପତି ଭାବେ ବିଧାୟକ, ମନ୍ତ୍ରୀ ଏବଂ ସରକାରୀ ପଦାଧିକାରୀମାନଙ୍କୁ ମିଛରେ ଶିକ୍ଷାବିତ ସଜାଇ ଥଇଥାନ କରାଯାଉଛି । ଅଷ୍ଟମ ପାସ କରି ନଥିବା ବିଧାୟକ ଡିଗ୍ରୀ କଲେଜର ପି.ଏଚ୍ଡି କରିଥିବା କରିଥିବା ଅଧ୍ୟକ୍ଷଙ୍କୁ ପରିଚାଳନା ଗତ ଶିକ୍ଷା ଦେଉଛନ୍ତି । ସରକାରଙ୍କ ଦ୍ୱାରା ପ୍ରୟୋଜିତ କ୍ୟାମ୍ପସରେ ଗୁଣ୍ଡାରାଜ, ଛାତ୍ରୀମାନଙ୍କର ସୁରକ୍ଷା ଆଦି ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ବିରାଟ ଛାତ୍ର ଆନେ୍ଦାଳନର ରୂପନେବ ଏବଂ ଏହାର ପରିଣାମ ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀ ବିଦ୍ରେ କହିଥିଲେ ।

0
0
0
s2sdefault