ହେଡଲାଇନସ୍:

ଥାଇଲାଣ୍ଡ ଓ ଓମାନରେ ଫସିଥିବା ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର, - ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଥାଇଲାଣ୍ଡରେ ନିଖୋଜ ଓଡିଆ ଯୁବକ ମାନସ ରଞ୍ଜନ ଦାସ ଓ ଓମାନରେ ଫସିଥିବା ଦୁଇ ଓଡିଆ ରବିନ୍ଦ୍ର କୁମାର ପାତ୍ର, ମିଥୁନ କୁମାର ମଲ୍ଲିକଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବାପାଇଁ ଶ୍ରୀ ପଣ୍ଡା ସହଯୋଗର ହାତ ବଢାଇଛନ୍ତି। ଏନେଇ ଶ୍ରୀ ପଣ୍ଡା ଉଭୟ ଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଅରିପଦା ଅନ୍ତର୍ଗତ ହାଟବାଣପୁର ଗ୍ରାମର କୃପାସିନ୍ଧୁ ଦାସଙ୍କ ପୁଅ ମାନସ ରଞ୍ଜନ ଦାସ ଗତ ଅକ୍ଟୋବର ୯ ତାରିଖରେ କୋଲକତାରୁ ବିମାନ ଯୋଗେ ଥାଇଲାଣ୍ଡ ଯାଇଥିଲେ ଏବଂ ଅକ୍ଟୋବର ୧୦ ତାରିଖରେ ମାଲେସିଆ ଯିବେ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ସେହି ଦିନ ଠାରୁ ମାନସଙ୍କର କୌଣସି ଖୋଜ ଖବର ମିଳୁନାହିଁ। ସେହିପରି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳଭା ଗ୍ରାମର ଦୁଃଶାସନ ପାତ୍ରଙ୍କ ପୁଅ ରବିନ୍ଦ୍ର କୁମାର ପାତ୍ର ଏବଂ ରାଜନଗର ଥାନା ଅନ୍ତର୍ଗତ ଗୁପ୍ତି ଗ୍ରାମର ବୀରକିଶୋର ମଲ୍ଲିକଙ୍କ ପୁଅ ମିଥୁନ କୁମାର ମଲ୍ଲିକ ଗତ ଫେବୃଆରୀ ୨୦୨୨ରୁ ଓମାନର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମାତ୍ର କମ୍ପାନୀ କତ୍ତୃପକ୍ଷ ଗତ ଦୁଇ ମାସ ହେବ ସେମାନଙ୍କୁ ଦରମା ନଦେଇ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କ ପାସର୍ପୋଟକୁ ମଧ୍ୟ ନେଇଯାଇଛନ୍ତି। ଉପାୟଶୂନ୍ୟ ହୋଇ ଶେଷରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଉଭୟ ଦେଶର ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ସ୍ବଦେଶ ପତ୍ୟବର୍ତ୍ତନ ନିମନ୍ତେ ଆବଶକୀୟ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

0
0
0
s2sdefault