ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl, ଡ଼ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ଚାଷୀ ଙ୍କ ଉପସ୍ଥିତି ରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି l
ଚାଷୀଙ୍କ ଉପସ୍ଥିତି ରେ ଲଉଡ଼ିଦର୍ହl କୃଷି ସମବାୟ ସମିତି ର ନିର୍ଦେଶକ ଚକ୍ରଧର ଜଗତ ନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ l ଏହି ଅବସର ରେ ସମିତି ର ସଭାପତି ମନୋଜ କୁମାର ଭୁଏ, ସମବାୟ କେନ୍ଦ୍ର ବ୍ୟାଙ୍କ ମ୍ୟାନେଜର ଅମୀୟ କାନ୍ତ ରଥ, ସମ୍ପାଦକ ରାଧେଶ୍ୟାମ ଖର୍ଷେଲ, ଦେବରାଜ ସାହୁ, କମ୍ପୁଟର ଅପରେଟର ଗୋବରଧନ ସାହୁ (ନବୀନ ) ସମିତି ର କର୍ମକର୍ତ୍ତା ତଥା ସରପଞ୍ଚ ପ୍ରତିନିଧି ଗଣେଶ ସତନାମୀ ଉପସ୍ଥିତ ଥିଲେ l
ଲଉଡ଼ିଦରହା ସେବା ସମବାୟ ସମିତି ର କମ୍ପ୍ୟୁଟର ଅପରେଟର ଶ୍ରୀ ସାହୁ ଉପସ୍ଥିତ ଥିବା ଚାଷୀ ମାନଙ୍କୁ କହିଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି ସେବା ବିଭାଗ ପକ୍ଷରୁ କେବଳ ପଞ୍ଜିକରଣ ହୋଇଥିବା ଚାଷୀ ଙ୍କ ସହିତ ସିଧା ସଳଖ ଯୋଗାଯୋଗ କରି କଥାବାର୍ତା ରେକଡିଙ୍ଗ (IVRS system)ହେବାର ସୁବିଧା ସରକାର ଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି ଚାଷୀ ଗଣ ସେମାନଙ୍କ ମୋବାଇଲ ନମ୍ବର ରୁ 1967 ଦେୟ ମୁକ୍ତ ଫୋନ କରି ଚାଷୀଗଣ ସେମାନଙ୍କ ଚାଷ ଜମିର ବିବରଣୀ ତଥ୍ୟ ଅପସନ 5 ଟିପି ଜାଣିପାରିବେ l ଟୋକନ ସ୍ଥିତି ସକାଶେ ଅପସନ 6 ଏବଂ ଅପସନ 7 ଟିପି ସେମାନଙ୍କ ଅର୍ଥ ପ୍ରାପ୍ତି ସମ୍ପର୍କିତ ତଥ୍ୟ ଜାଣି ପାରିବେ ବୋଲି ଶ୍ରୀ ସାହୁ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ସୂଚନା ଦେଇଥିଲେ lଶ୍ରୀ ରଥ କହିଲେ ଧାନ ବିକ୍ରି ମୂଲ୍ୟ ଧାନ ସଂଗ୍ରହ ହେବା ପରେ ଅନଲାଇନ ମାଧ୍ୟମରେ ସେମାନଙ୍କ ଜମା ଖାତା କୁ 24 ଘଣ୍ଟା ରୁ 48 ଘଣ୍ଟା ମଧ୍ୟ୍ୟରେ ଯିବ ବୋଲି ଉପସ୍ଥିତ ଥିବା ଚାଷୀ ଙ୍କୁ କହିଥିଲେ l ଉପସ୍ଥିତ ଥିବା ଝାରବନ୍ଧ ବରିଷ୍ଠ ସାମ୍ବାଦିକ ରମେଶ ବାରିକ ଧନ୍ୟବାଦ ଜଣାଇଥିଲେ l
ରାଜ୍ୟ
ଲଉଡ଼ିଦର୍ହl ଡଭା ପଞ୍ଚାୟତ ରେ ଖରିଫ ର 2022-023 ଧାନ ମଣ୍ଡି ଖୋଲିଲା l
- Hits: 391