"ସ୍ୱାମୀଙ୍କ ଚିକିତ୍ସା ପାଇଁ କହି ଶ୍ରୀ ଦାସଙ୍କ ଠାରୁ ସହାୟତା ନେଇଥିଲେ ଅର୍ଚନା "
ଭୁବନେଶ୍ୱର : ଅର୍ଚନା ନାଗ ମାମଲାରେ ଇଡି ସାମନାରେ ହାଜର ହୋଇଛନ୍ତି ଜଣାଶୁଣା ସମାଜସେବୀ ତଥା ବ୍ୟବସାୟୀ ଅମୀୟକାନ୍ତ ଦାସ | ଅର୍ଚନା ତାଙ୍କଠରୁ ଟଙ୍କା ନେଇଥିବା ଜଣାପଡିବା ପରେ ଇଡି ସମନ କରିଥିଲା ଅମୀୟଙ୍କୁ | ତାଙ୍କ ସ୍ୱାମୀ ଗୁରୁତର ହୋଇ ଚିକିତ୍ସା ଚାଲିଛି ଓ ତାଙ୍କ ଚିକିତ୍ସା ପାଇଁ ଟଙ୍କା ନିହାତି ଆବଶ୍ୟକ ବୋଲି କାକୁତି ମିନତୀ ହେବାରୁ ତାଙ୍କୁ ମାନବିକତା ଦୃଷ୍ଟିରୁ ସହାୟତା ଦେଇଥିଲେ ବୋଲି ସୂଚନା ଦେଇଥିବା ଶ୍ରୀ ଦାସଙ୍କ ନିକଟତମ ସୂତ୍ରରୁ ଜଣାପଡିଛି |
ସୂଚନାଯୋଗ୍ୟ ଯେ ଇଡ଼ିରେ ହାଜର ହୋଇଥିବା ବିଶିଷ୍ଟ ବ୍ୟବସାୟୀ ତଥା ଉଦ୍ୟୋଗୀ ଅମୀୟକାନ୍ତ ଜଣେ ସମାଜସେବୀ ଭାବେ ଜଣାଶୁଣା | ବିଭିନ୍ନ ସମୟରେ ଦୁର୍ଗତ ଓ ଅସହାୟମାନଙ୍କୁ ସହାୟତା ଦେବାକୁ ଅକୁଣ୍ଠ ଚିତ୍ତରେ ଆଗେଇ ଆସି ବିଭିନ୍ନ ସମୟରେ ଚର୍ଚାରେ ରହି ଆସିଛନ୍ତି | ବନ୍ୟା ବାତ୍ୟା ସମୟରେ ପୀଡ଼ିତାଙ୍କୁ ରିଲିଫ ହେଉ, କୋଭିଡି ସମୟରେ ଲୋକଙ୍କୁ ଖାଦ୍ୟ ବା ଆର୍ଥିକ ସହାୟତା ଯୋଗାଇ ହେଉ, ଗୋସେବା ପାଇଁ ହେଉ ବା ଗୁରୁତର ରୋଗୀଙ୍କୁ ଚିକିତ୍ସା ସହାୟତା ପାଇଁ ହେଉ ବା ଭିନ୍ନ କ୍ଷମମାନଙ୍କ ସହାୟତା ପାଇଁ ହେଉ, ବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ହେଉ, ରକ୍ତଦାନ ହେଉ କି ରୋଗୀଙ୍କ ଚିକିତ୍ସା ପାଇଁ ହେଉ, ଚିହ୍ନା ଅଚିହ୍ନା ନବାରି ପ୍ରତ୍ୟେକ ସମୟରେ ଅମୀୟକାନ୍ତ ବିନାଦ୍ଵିଧାରେ ସବୁ ବେଳେ ସହାୟତାର ହାତ ବଢେଇଛନ୍ତି ଅମୀୟ | ଗୁରୁତର ଭାବେ ଅସୁସ୍ଥ ହୋଇ କୋଭିଡି ସମୟରେ ଯେତେବେଳେ ଅଭିଷେକ ନାମକ ଯୁବକ ଜୀବନ ମରଣ ସହ ସଂଘର୍ଷ କରୁଥିଲେ ଓ ତାଙ୍କୁ ଓଡ଼ିଶା ବାହାରେ ଚିକିତ୍ସାର ଆବଶ୍ୟକତା ସେତେବେଳେ କେହିକିଛି ଚିନ୍ତା କରିବା ଆଗରୁ ସୋସିଆଲ ମିଡ଼ିଆରୁ ଖବର ପାଇଁ ଆଗେଇ ଆସଥିଲେ ଅମୀୟ ସହାୟତା ପାଇଁ | ତାଙ୍କୁ ମୁମ୍ବାଇକୁ ଏୟାର ଲିଫଟିଙ୍ଗ କରାଇବା ପାଇଁ ସେ ବ୍ୟବସ୍ଥା କରି ପ୍ରାୟ ଚାରି ଲକ୍ଷରୁ ଉର୍ଧ୍ଵ ଟଙ୍କା ପ୍ରଦାନ କରିଥିଲେ|
ସେହିପରି ବଲାଙ୍ଗୀରର ପ୍ରଭୁ ପ୍ରସାଦ ନାୟକ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଃଖରେ କାଳାତିପାତ କରୁଥିବା ବେଳେ କୋଉଠୁ ଖବର ପାଇଁ ସେ ଶ୍ରୀ ଦାସଙ୍କ ପାଖରେ ଆସି ପହଂଚିଥିଲେ | ଶ୍ରୀ ଦାସ ତୁରନ୍ତ ତାଙ୍କ ପରିବାରକୁ ସହାୟତାର ହାତ ବଢାଇଥିଲେ | ପ୍ରାୟ ଦୀର୍ଘ ୧୨ ବର୍ଷ ହେଲା ମାସିକ ୨୫ ରୁ ୩୦ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦେଇ ଆସୁଛନ୍ତି ଶ୍ରୀ ଦାସ | ଅକାଳରେ ପ୍ରାଣ ହାରାଇଥିବା ଜଣେ ସାମ୍ବାଦିକଙ୍କ ପରିବାରକୁ ସରକାରୀ ସହାୟତା ମିଳିବା ଆଗରୁ ଏକ ଲକ୍ଷ ଟଙ୍କାର ସହାୟତା ଯୋଗାଇଥିଲେ ଅମ୍ୱିୟକାନ୍ତ |
ଅନୁରୂପ ଭାବେ ଅର୍ଚନା ନାମ୍ନୀ ସେହି ଯୁବତୀ ଆସି ତାଙ୍କୁ ତାଙ୍କ ସ୍ୱାମୀଙ୍କ ଗୁରୁତର ଅସୁସ୍ଥତା ବିଷୟରେ ଅବଗତ କରାଇ ସାହାଯ୍ୟ ମାଗିଥିଲେ | ଶ୍ରୀ ଦାସ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ପାଇଁ ମାନବିକତା ଦୃଷ୍ଟିରୁ ସହାୟତା ଯୋଗାଇଦେଇଥିଲେ ବୋଲି ଶ୍ରୀ ଦାସଙ୍କ ନିକଟତମ ସୂତ୍ରରୁ ଜଣାପଡିଛି |