ନୂଆଦିଲ୍ଲୀ / ଭୁବନେଶ୍ୱର : ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶର ସଂଗଠନ ମଧ୍ୟରେ ୩୦ ବର୍ଷର ରାଜନୈତିକ ସମ୍ବନ୍ଧ ପୂରଣ ହୋଇଥିବାରୁ ନୂଆଦିଲ୍ଲୀର ପୂରୁଣା କିଲ୍ଲା ଠାରେ ଆୟୋଜିତ ହୋଇଥିବା ଭବ୍ୟ ସଂଗୀତ ସମାରୋହ ଉଦ୍ଯାପିତ ହୋଇଛି । ବିଦେଶ ମନ୍ତ୍ରଣାଳୟ (ଏମ୍ଇଏ) ସାଂସ୍କୃତିକ ସଂଗଠନ ସେହେରର ସହଯୋଗରେ ଏସିଆନ୍-ଭାରତର ସଂଗୀତ ସମାରୋହର ଆୟୋଜନ କରିଛି ।
ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସଂଗୀତ ମହୋତ୍ସବରେ ଅନେକ ଦେଶ ଯଥା- ଇଣ୍ଡୋନେସିଆ, ମାଲେସିଆ, ଭିଏତ୍ନାମ ଏବଂ ସିଙ୍ଗାପୁର ଆଦି ଯୋଗଦାନ କରିଥିଲେ । ପାପୋନ, ଜୋନିତା ଗାନ୍ଧୀ, ଅମର ଜଲାଲ, ରାଘବ ମିତଲ ଏବଂ ବିଶାଳ ଓ ଶେଖରଙ୍କ ପ୍ରସିଦ୍ଧ ଯୋଡି ଆଦି ଭାରତୀୟ କଳାକାର ଚମତ୍କାର ପ୍ରଦର୍ଶନ କରିଥିଲେ । ଏହା ବ୍ୟତୀତ ଭିଏତ୍ନାମରୁ ଟ୍ରାଇ ମିହ୍ନସ୍ କ୍ୱାର୍ଟେଟ୍, ମାଲେସିଆରୁ ଇନ୍ଷ୍ଟାମ୍ୟୁଜିକା, ବ୍ରୁନେଇରୁ ଏମ୍ପ୍ଟି ୱାଲେଟ୍, ସିଙ୍ଗାପୁରର ଲିନିଙ୍ଗ୍ ବ୍ୟାଣ୍ଡ୍ ଏବଂ ଇଣ୍ଡୋନେସିଆର ରିଆଉ ରିଦିମ୍ ସମେତ ଏସିଆନ୍ ଦେଶଗୁଡିକର ମୋଟ ୧୦ଟି ବ୍ୟାଣ୍ଡ୍ ପ୍ରଦର୍ଶନ କରିଥିଲେ ।
ସଂଗୀତ ସମାରୋହ ଶେଷ ହେବାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେକ୍ଷୀ ଟୁଇଟ୍ କରି କହିଛନ୍ତି, ଏସିଆନ୍ ଦେଶଗୁଡିକ ସହିତ ଭାରତର ସାଂସ୍କୃତିକ ଯୋଗଦାନ ବୃଦ୍ଧି ପାଇଛି । ପୂରୁଣା କିଲାଠାରେ ଆୟୋଜିତ ଏହି ସଂଗୀତ ମହୋତ୍ସବରେ ସମସ୍ତେ ଚମତ୍କାର ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ୩୦ ବର୍ଷର ଏହି ସାଂସ୍କୃତିକ ସମ୍ବନ୍ଧର ପାଳନ ବହୁତ ଭଲରେ କରାଯାଇଛି ।
ସଂଗୀତ ମହୋତ୍ସବର ଦ୍ୱିତୀୟ ସଂସ୍କରଣ ହେଉଛି ଭାରତ ଏବଂ ବିଭିନ୍ନ ଏସିଆନ୍ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ପ୍ରମୁଖ ଉଦାହରଣ । ସଙ୍ଗୀତ ହେଉଛି ସାଂସ୍କୃତିକ ସଂଯୋଗର ଏକ ମାଧ୍ୟମ ଏବଂ ଏହା ଭାରତ ଓ ଏସିଆନ୍ ଦେଶଗୁଡିକ ସହିତ ସମ୍ପର୍କକୁ ଆହୁରି ସୁଦୃଢ କରିପାରିବ । ଉଦାହରଣ ସ୍ୱରୁପ, ଭିଏତ୍ନାମ, ଥାଇଲ୍ୟାଣ୍ଡ ଏବଂ ଦକ୍ଷିଣ ପୂର୍ବ ଏସୀୟ ଅଚଂଳ ଗୁଡିକ ସହିତ ଭାରତର ସାଂସ୍କୃତିକ ଅଥବା ପ୍ରାଚୀନ ହିନ୍ଦୁ ସଭ୍ୟତାର ସାମଞ୍ଜସ୍ୟ ରହିଛି । ଏହା ଭବିଷ୍ୟତରେ ଭାରତ ଏବଂ ଏସୀୟାନ ମଧ୍ୟରେ ସମ୍ପର୍କ ଆହୁରି ବୃଦ୍ଧି କରିବ ।
ରାଜ୍ୟ
ଏସିଆନ୍-ଭାରତର ୩୦ ବର୍ଷର ସମ୍ପର୍କ ପୁରଣ ଅବସରରେ ୩ ଦିନର ଭବ୍ୟ ସଂଗୀତ ସମାରୋହ ଉଦ୍ଯାପିତ
- Hits: 322