ବରଗଡ :- ପାଖେଇ ଆଉ ଆସୁଛି ପଦ୍ମପୁର ଉପନିର୍ବାଚନ । ଏହି ଉପନିର୍ବାଚନ ପାଇଁ ପ୍ରଚାର ବର୍ତ୍ତମାନ ଜୋର ଧରିବାରେ ଲାଗିଛି । ବିଜୁ ଜନତା ଦଳ ତରଫରୁ ଆଜି ପାଇକମାଲ ଯୋନ ଏକ ରେ ନିଜେ ପ୍ରାର୍ଥୀ ବର୍ଷା ସିଂ ବରିହା ପ୍ରଚାର କରିଥିଲେ । ବର୍ଷା ଙ୍କର ସହିତ ଦଳର ଆଭିଜ୍ଞ ନେତୃମଣ୍ଡଳୀ ଙ୍କର ଉପସ୍ଥିତ ରେ ମାଣ୍ଡୋସିଲ ପଞ୍ଚାୟତ ର ଦୁଇଟି ସଭାରେ ବହୁ ସଂଖ୍ୟାରେ ଅନ୍ୟ ଦକର କର୍ମୀ ଓ ନେତା ସାମିଲ ହୋଇଥିବା ବେଳେ ଆଜି ପାଇକମାଲ ଠାରେ ବିଧାୟକ ଶ୍ରୀ ବିକ୍ରମ କେଶରୀ ପଣ୍ଡା ଙ୍କର ଉପସ୍ଥିତ ରେ ଅନେକ ବିରୋଧୀ ଦଳର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଠିକ ସେହିଭଳି ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ର 25 ଜଣ ବିରୋଧୀ ଦଳର କର୍ମୀ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ( ବବି) ଓ ତାମଡା ଅଧ୍ୟକ୍ଷ ଶ୍ରୀ ଅବନୀ ସାହୁ ଙ୍କର ଉପସ୍ଥିତ ରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ରାଜ୍ୟ
ଝାରବନ୍ଧ ରେ ବବି ଙ୍କର ଓ ପାଇକମାଲ ରେ ବିକ୍ରମ ଙ୍କର ଉପସ୍ଥିତ ରେ ମିଶ୍ରଣ ପର୍ବ
- Hits: 1610