ବିଜେଡି ପ୍ରାର୍ଥୀ ଙ୍କର ମାରାଥନ ପ୍ରଚାର
ଛଅ ପଞ୍ଚାୟତ ର 30 ରୁ ଅଧିକ ଗାଁ ବୁଲି ଭୋଟ ଭିକ୍ଷା କଲେ
ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର । ପ୍ରାର୍ଥୀ ତଥା ତାଙ୍କର ସମର୍ଥକ ମାନେ ଗାଁ ଗାଁ ବୁଲି ଲୋକଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ନିବେଦନ କରିଛନ୍ତି । ଏହି କ୍ରମରେ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ର ଯୋନ ଏକ ରେ ନିଜର ମାରାଥନ ପ୍ରଚାର କରିଥିଲେ । ଯୋନ ଏକ ଅନ୍ତର୍ଗତ ଚେରେଙ୍ଗାଝାଞ୍ଜ ଗ୍ରାମରୁ ଆଜି ବର୍ଷା ଙ୍କର ପ୍ରଚାର ଅରମ୍ବ ହୋଇଥଲା । ଗ୍ରାମର ଶତାଧିକ ମହିଳା ଙ୍କର ସମେତ ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଓ ଗ୍ରାମବାସୀ ମାନେ ବର୍ଷା ଙ୍କୁ ବନ୍ଦାପନା କରି ଶଙ୍ଖ ବାଦ୍ୟ ବଜାଇ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଚେରେଙ୍ଗାଝାଞ୍ଜ ଗ୍ରାମ ରେ ଜନସାଧାରଣ ଙ୍କୁ ଭୋଟ ଭିକ୍ଷା କରିବା ପରେ ଆରମ୍ଭ ହୋଇଯାଇଥିଲା ମାରାଥନ ପ୍ରଚାର , ପରେ ,ଜାମସେଟ , ଖରାମାଲ ଭେରୁଆମୁଣ୍ଡା , ଦୁଡୁକିଝରିଆ , ପତ୍ରାଗୁଡା , ଟେମରିମାଲ ,ଜଳଗଡ଼ , ଝାରବନ୍ଧ , ଲୁହରେନବାହାଳି ,ଗଞ୍ଜାଡାବର , ବରପାଳିଆ , ମଖନାମୁଣ୍ଡା ,ଛୀଂଦେଇକେଲା , ମାଲପଡା , ସର୍ଗିଦିହି ,ଧରୋଲ , ମାଣ୍ଡୋସିଲି , ଭୁତମୁଣ୍ଡା , ଢେଙ୍କିମୁଣ୍ଡା ନୂଆପଡା, ପଥରେଳ , ଝିଟିକି ,ବରପାଲି , କାଂଶଡା , ଗଡ଼ଗାଁ ଓ ମୁନିକେଲ ରେ ଜୋରଦାର ପ୍ରଚାର କରିଥିଲେ । ପ୍ରତେକ ଗାଁ ରେ ଖାସ କରି ବର୍ଷା ଙ୍କୁ ଦେଖିବା ପାଇଁ ଓ ତାଙ୍କ ସହିତ ପଦଟିଏ କଥା ହେବା ପାଇଁ ଓ ତାଙ୍କ ମୁହଁରୁ କିଛି ଶୁଣିବା ପାଇଁ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳୁଥିଲା । ପ୍ରଚାର ସମୟରେ ନିଜର ସ୍ବର୍ଗତ ପିତାଙ୍କ ସହିତ କାମ କରିଥିବା ଲୋକଙ୍କୁ ଦେଖି ଅପେଆପେ ବର୍ଷା ଙ୍କର ଆଖିରୁ ଲୁହ ଝରି ପଡୁଥିଲା । ଅଧିକାଂଶ ଗ୍ରାମରେ ନିଜର ଅଭିଭାଷଣ ସମୟରେ ଭାବୁକ ହୋଇ ପଡୁଥିଲେ ବର୍ଷା । ତଥାପି ଲୋକଙ୍କୁ ଆଶୀର୍ବାଦ ଭିକ୍ଷା କରୁଥିଲେ । ନିଜର ଅଭିଭାଷଣ ରେ ଯେମିତି ମୋର ବାପାଙ୍କୁ ଦୀର୍ଘ 35 ବର୍ଷ ଧରି ଆପଣ ମାନେ ଆଶୀର୍ବାଦ କରି ଆସିଛନ୍ତି ମତେ ମଧ୍ୟ ନିଶ୍ଚୟ ଆଶୀର୍ବାଦ କରିବେ । ମୁଁ ଆପଣଙ୍କ ଝିଅ ଆପଣଙ୍କ ପାଖରେ ରହିବି । ମାଁ ମାନେ କୋଣିସ ସମୟରେ ନିର୍ବିଘ୍ନ ରେ ସଂକୋଚ ନକରି ମୋର ପାଖକୁ ଆସି ପାରିବେ ଓ ମତେ ତାଙ୍କର ସମସ୍ତ କଥା କହିପାରିବେ । ଆପଣଙ୍କ ସାଙ୍ଗରେ ମିଶି ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ରେ ଏହି ଅଂଚଳର ବିକାଶ କୁ ଆଗେଇନେବା ପାଇଁ ମତେ ଆଶୀର୍ବାଦ ଜରନ୍ତୁ ବୋଲି ବର୍ଷା କହୁଥିଲେ ।
ପୂର୍ବତନ ମନ୍ତ୍ରୀ ନୟାଗଡ଼ ବିଧାୟକ ଡାକ୍ତର ଅରୁଣ ସାହୁ ପ୍ରତେକ ଗ୍ରାମରେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଙ୍କର ବିକାଶ ଧାରାକୁ ଆଗେଇ ନେବା ପାଇଁ ବର୍ଷା ଙ୍କୁ ରେକର୍ଡ ମାର୍ଜିନ ରେ ବିଜୟୀ କରାଇବା ପାଇଁ ଅନୁରୋଧ କରୁଥିଲେ । ବର୍ଷା ଙ୍କର ମାରାଥନ ପ୍ରଚାର ସମୟରେ ମାଣ୍ଡୋସିଲ ଓ ଢେଙ୍କିମୁଣ୍ଡା ଠାରେ ବହୁ ସଂଖ୍ୟାରେ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଯୋନ ଏକ ଦାୟିତ୍ୱରେ ଥିବା ମନ୍ତ୍ରୀ ଟୁକୁନି ସାହୁ , ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡାକ୍ତର ଅରୁଣ କୁମାର ସାହୁ , ମନ୍ତ୍ରୀ ଶ୍ରୀମତୀ ରିତା ସାହୁ , ବିଧାୟିକା ଲତିକା ପ୍ରଧାନ , ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା , ତାମଡା ଅଧ୍ୟକ୍ଷ ଶ୍ରୀ ଅବନୀ ସାହୁ , ବିଜୁ ଜନତା ଦଳର ସମ୍ପାଦକ ଶ୍ରୀ ଶୈଳେଶ ଦାନୀ ,ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମୀ , ଶ୍ରୀମୟୀ ମିଶ୍ର , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ , ସମାଜ ସେବୀ ଡାକ୍ତର ସସ୍ମିତା ଦାସ ପ୍ରମୁଖ ବର୍ଷା ଙ୍କର ସହିତ ପ୍ରଚାର ରେ ସାମିଲ ହୋଇଥିଲେ ।