ହେଡଲାଇନସ୍:

ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଅଛି l ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଦୀପ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଜିଲ୍ଲା ମତ୍ସ୍ୟ ଦିବସ ଅବସରରେ ସମସ୍ତ ମତ୍ସ୍ୟ ଚାଷୀ ଓ ମତ୍ସ୍ୟ ବିଭାଗ କର୍ମକର୍ତାମାନଙ୍କୁ ସୂବେଚ୍ଛା ଜଣାଇଥିଲେ l ମତ୍ସ୍ୟ ଚାଷ ଆମ ଜିଲ୍ଲାରେ ଗୁରୁତ୍ୱ ବହନ କରୁଛି l ଆମ ଜିଲ୍ଲାରେ ଖାରି ଜଳ ଓ ମଧୁର ଜଳ ମାଛ ଚାଷ କରାଯାଏ l ଖାରି ଜଳ ଚାଷଦ୍ୱାରା ଅଧିକ ମତ୍ସ୍ୟ ଉପାଦାନ ହୋଇପାରୁଛି l ଆମ ଜିଲ୍ଲାରେ ସ୍ୱୟଂ ସହାୟକ ମହିଳାମାନେ ବହୁତ ଭଲ ମତ୍ସ୍ୟ ଚାଷ କରୁଛନ୍ତି l ଆଧୁନିକ ବୈଷୟିକ ପ୍ରଣାଳୀରେ ମତ୍ସ୍ୟ ଚାଷ ସଂପର୍କରେ ଚାଷୀମାନଙ୍କୁ ସଚେତନ କରିବାକୁ ମତ୍ସ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l ଏହି ଦିବସରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ବୀରକିଶୋର ପରିଡା ଖାରିଜଳ ଓ ମଧୁରଜଳ ଚାଷ ସଂପର୍କରେ ଅବଗତ କରାଇଥିଲେ l ମତ୍ସ୍ୟ ଉପାଦାନରେ ଜଗତସିଂହପୁର ଜିଲ୍ଲା ଏକ ଅଗ୍ରଣୀୟ ଜିଲ୍ଲା l ଅନ୍ୟତମ ଅତିଥିଭାବେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠି କୃଷି ବିଭାଗର ବିଭିନ୍ନ ଯୋଜନା ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ରାଜ୍ୟ ଯୋଜନା, ମୁଖ୍ୟ ମନ୍ତ୍ରୀ କୃଷି, ଉଦ୍ୟୋଗ ଯୋଜନା, ସମନ୍ୱିତ କୃଷି, ଜଳନିଧି, ସୌର ଜଳନିଧି, କୃଷକ ଓଡିଶା ପୋର୍ଟାଲ ଏବଂ ସଫଳ କାର୍ଯ୍ୟକ୍ରମ ସଂପର୍କରେ ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖା ଭାବେ ଅବଗତ କରାଇଥିଲେ l ସହକାରୀ ଉଦ୍ୟାନ୍ ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ବଳ ଯୋଗଦେଇ ଉଦ୍ୟାନ ବିଭାଗରେ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଆଲୋକପାତ କରିଥିଲେ l କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ, ମତ୍ସ୍ୟ ସଂପଦ ଶ୍ରୀମତୀ ସରିତା ଦାସ, ଯୋଗଦେଇ ମତ୍ସ୍ୟଚାଷ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏରସମା ବ୍ଲକରେ କିଭଳି ଭାବେ ମତ୍ସ୍ୟ ଉପାଦନ କରୁଛନ୍ତି ତା ଉପରେ ଆଲୋଚନା କରିଥିଲେ l ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଦୀପ୍ତିକୁମାର ମହାପାତ୍ର ମାଛ ଜାଆଁଳ ଉପାଦାନକାରୀଙ୍କ ପାଇଁ ଅନ୍ୟତ ପରିଚାଳନା ପଦ୍ଧତି ଉପକୂଳ ଜଳ କୃଷି ପ୍ରାଧିକରଣଙ୍କ ଗାଇଡ଼ଲାଇନ ଆଧାରରେ ଖାରି ପାଣି, ଚିଙ୍ଗୁଡ଼ି ଓ ମାଛ ଚାଷ, ଅନୁକୂଳ ଭୂମି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରାମାନଙ୍କ ପଂଚାୟତ ପୋଖରୀରେ ମାଛ ଚାଷ, ମସ୍ୟ ଉପାଦାନ ବୃଦ୍ଧି ନିମନ୍ତେ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା, ସାମୁଦ୍ରିକ ମତ୍ସ୍ୟ ଉପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ଯୋଜନା, ଓଡିଶାରେ ଜଳ କୃଷି ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଅନ୍ୟ ସରଞ୍ଜାମ ଗୁଡିକର ବହୁଳ ବ୍ୟବହାର ନିମନ୍ତେ ସ୍ୱତନ୍ତ୍ର ପ୍ରୋତ୍ସାହନ ସଂପର୍କରେ ଫୁଙ୍ଖାନୁଫୁଙ୍ଖ ଭାବେ ମତ୍ସ୍ୟ ଚାଷୀଙ୍କୁ ଅବଗତ କରାଇଥିଲେ l ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ଯୋଗଦେଇ ମତ୍ସ୍ୟ ଚାଷ ଯୋଜନା ସଂପର୍କରେ ଚାଷୀମାନଙ୍କୁ ଅଧିକରୁ ଅଧିକ ସଚେତନ କରିପାରିଲେ, ଜିଲ୍ଲାରେ ଅଧିକ ମତ୍ସ୍ୟଚାଷ ହୋଇପାରିବ ଓ ଚାଷୀମାନେ ସମ୍ବଲବୀ ହୋଇପାରିବେ ବୋଲି କହିଥିଲେ l ଏହି ଦିବସରେ ତିର୍ତ୍ତୋଲ ଇଟାଙ୍ଗର ମଧୁର ଜଳ ମତ୍ସ୍ୟ ଚାଷୀ ବାବାଜୀ ନାୟକ, ଉତ୍ତମ ଖାରି ଜଳ ମତ୍ସ୍ୟ ଚାଷୀ ଏରସମା, ଧୋବଇ ଜଙ୍ଗଲର ଶ୍ରୀ ହରିପଦ ଦାସ ଉତ୍ତମ ବାୟୋପ୍ଲକ ମତ୍ସ୍ୟଚାଷୀ ଶ୍ରୀମତୀ ସରୋଜ ଭାଷିନୀ ବିଶ୍ୱାଳ, ଗାନ୍ଧିଛକ, ଜିଲ୍ଲାର ସର୍ବୋତ୍ତମ ମତ୍ସ୍ୟ ଚାଷୀ ମହିଳା ସ୍ୱୟଂ ସହାୟକ ଦଳ, ଧାରଧରପୁର, ରଘୁନାଥପୁରଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ l ଅତିରିକ୍ତ ମତ୍ସ୍ୟ ଅଧିକାରୀ ରେଶମା ରାଣୀ ସିଂହ ପ୍ରାରଂବରେ ସ୍ୱାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ ଉତ୍ସବଟିକୁ ପରିଚାଳନା କରିଥିଲେ l ଏହି ଉତ୍ସବରେ ଜିଲ୍ଲାର ମତ୍ସ୍ୟ ଚାଷୀ, ବିଭାଗୀୟ ଅଧିକାରୀ, ସହକାରୀମତ୍ସ୍ୟ ଅଧିକାରୀ, ବ୍ଲକ ମତ୍ସ୍ୟ ସଂପ୍ରସାରଣ ଅଧିକାରୀମାନେ ଉପସ୍ଥିତ ଥିଲେ l

0
0
0
s2sdefault