ହେଡଲାଇନସ୍:

ଚିରୋଲି ଗ୍ରାମବାସୀଙ୍କର ନିଷ୍ପତ୍ତି , ଏକତରଫା ଭାବରେ ବିଜେଡିକୁ ଭୋଟ ଦେବୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ ;- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଉପନିର୍ବାଚନ କୁ ଆଉ ମାତ୍ର କିଛି ଦିନ ବାକି ରହିଲା । ପ୍ରାର୍ଥୀ ମାନଙ୍କ ପ୍ରଚାର ଜୋରଦାର ହୋଇଥିବା ବେଳେ ଆଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ କୁମ୍ଭୀର ପଞ୍ଚାୟତ ର ଚିରୋଲି ଗ୍ରାମରେ ହୋଇଥିବା ବିଜୁ ଜନତା ଦଳ ର ସଭାରେ ଗ୍ରାମର ପ୍ରାୟ ଚାରି ଶହ ରୁ ଉର୍ଦ୍ଧ୍ବ ଲୋକ ଏକ ତରଫା ଭାବରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କୁ ଭୋଟ ଦେବାକୁ ନିଷ୍ପତ୍ତି ନେବା ସହିତ ଗାଁ ର ବହୁତ ଭାରତୀୟ ଜନତା ପାର୍ଟି ର ନେତା ମାନେ ବିଧିବଦ୍ଧ ଭାବରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ତଥା ବିଜୁ ଜନତା ଦଳର ଉପନିର୍ବାଚନ ପରିଚାଳନା ଦାଇତ୍ୱ ରେ ରହିଥିବା ଶ୍ରୀ ସୁଶାନ୍ତ ସିଂ ଙ୍କର ଉପସ୍ଥିତ ରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଆଶ୍ଚର୍ଯ୍ୟ ହେଲେବି ଏହା ସତ ଯେ ଆଜି ସନ୍ଧ୍ୟା ପରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ ଙ୍କର ଉପସ୍ଥିତ ରେ ଗାଁ ର ପ୍ରାୟ ଚାରି ଶହ ରୁ ଉର୍ଦ୍ଧ୍ବ ଭୋଟର ଚଳିତ ଉପନିର୍ବାଚନ ରେ ବିଜେଡି କୁ ଭୋଟ ଦେବେ ବୋଲି ସାମୁହିକ ନିଷ୍ପତି ଶୁଣାଇ ଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ବିକାଶ ମୂଳକ ଯୋଜନା ନିର୍ମଳ ଭାବମୂର୍ତି ଓ ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ନିଃସ୍ୱାର୍ଥପର ଜନ ସେବା ଓ ବଳିଷ୍ଠ ନେତୃତ୍ୱରେ ବିଶ୍ୱାସ କରି ଚିରୋଲି ଗ୍ରାମବାସୀ ଏହି ଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ସାଧାରଣ ନିର୍ବାଚନ ରେ ଏହି ଗ୍ରାମର ଅଧିକାଂଶ ଭୋଟ ବିଜେପି ଓ କଂଗ୍ରେସ କୁ ଯାଇଥିଲା ।

0
0
0
s2sdefault