ହେଡଲାଇନସ୍:

ଟୋଲଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବି ଜୋରଦାର

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭଦ୍ରକ : (ସତ୍ୟବ୍ରତ ନାୟକ): ଟୋଲଗେଟରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ନମିଳିବାକୁ ନେଇ ଅସନ୍ତୋଷ ବଢୁଛି । ଟୋଲଗେଟ ସମ୍ମୁଖରେ ସ୍ଥାନୀୟ ଯୁବକ ଯୁବତୀ ଧାରଣାରେ ବସିଥିବା ବେଳେ ବିଜେପି ସେମାନଙ୍କୁ ସମର୍ଥନ ଦେଇଛି । ଅନ୍ୟପଟେ ନାଗରିକ ମଞ୍ଚର ଦାବି ସହ କଂଗ୍ରେସ ମଧ୍ୟ କେତେକ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଛି ।

୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନେଉଳିଆ ଠାରେ ଟୋଲଗେଟ କାର୍ଯ୍ୟକ୍ଷମ ହୋଇଛି । କିନ୍ତୁ ଟୋଲ ଗେଟରେ ସ୍ଥାନୀୟ ଶିକ୍ଷିତଙ୍କୁ ନିଯୁକ୍ତି ମିଳିନାହିଁ । ତେବେ ସ୍ଥାନୀୟ ନିଯୁକ୍ତି ଦାବି କରି ଯୁବକ ଯୁବତୀଙ୍କ ସହ ବଜେପି ନେତା ଧାରଣାରେ ବସିଛନ୍ତି । ଅନ୍ୟପଟେ କଂଗ୍ରେସ ଟୋଲଗେଟ ଉନ୍ନୟନ ପରିଷଦ ସହ ସାମିଲ ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛି ।

୨୦ କିଲୋମିଟର ଭିତରେ ଥିବା ଗାଡିକୁ ଟୋଲ ଟ୍ୟାକ୍ସ ମୁକ୍ତ କରିବା ସହ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଭଳି ଦାବି ରଖିଛନ୍ତି ଧାରଣାକାରୀ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଦୁଇ ଦଳ ଆନ୍ଦୋଳନ ଜୋରଦାର କରିବ ବୋଲି ସୂଚନା ଦେଇଛନ୍ତି ।

0
0
0
s2sdefault