ହେଡଲାଇନସ୍:

ତିନି ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନ୍ତ (ପୂଜା ରାଉତ ) : ତିନି ଦଫା ଦାବି ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ(ନୂତନ ପେନସନ ଯୋଜନା ଭୁକ୍ତ) ବନ୍ତ ବ୍ଲକ ଶାଖା | ମହାସଂଘର ପ୍ରତିନିଧି ମାନେ ଏକ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ | ବିଭିନ୍ନ ବିଭାଗରୁ ଠିକ ନିଯୁକ୍ତିର ଉଛେଦ କରି ସେମାନଙ୍କୁ ସେମାନେ କାର୍ଯ୍ୟ କରିଥିବା ବର୍ଷା ବାବଦରେ ଇନ୍କ୍ରିମେଣ୍ଟ ପ୍ରଦାନ କରିଥିବା ଯୋଗୁ ମହାସଂଘ ପକ୍ଷରୁ ଦାବୀପତ୍ରରେ ଧନ୍ୟବାଦ ଜ୍ଞାପନ କରାଯାଇଛି | ହେଲେ ଏହି ସୁବିଧାରୁ ୨୦୦୧ରୁ ଶିକ୍ଷା ସହାୟକ ଭାବେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନଙ୍କୁ ବଂଚିତ କରାଯିବା ଦୁଃଖର ବିଷୟ ବୋଲି କୁହାଯାଇଛି | ଏହି ପରିପ୍ରେକ୍ଷୀରେ ମହାସଂଘର ତିନୋଟି ଦାବି ପ୍ରତି ସରକାର ତୁରନ୍ତ ସୁଵିଚାର କରିବା ପାଇଁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି |
ପ୍ରଥମତଃ, ଏଲିମେଣ୍ଟାରୀ ଶିକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ ଭାବେ ଠିକା ନିଯୁକ୍ତି ଉଛେଦ କରିବା ସହ ୨୦୦୧ ମସିହାରୁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ସ୍ବେଛାସେବୀ ଶିକ୍ଷା ସହାୟକ/ଶୁଖିଆ ସହାୟକ/ କନିଷ୍ଠ ଶିକ୍ଷକ(ଠିକା)ଙ୍କୁ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ୨୯୦୭୬/୧୬.୧୦.୨୦୧୨ ଆଧାରରେ ଠିକା କର୍ମଚାରୀଙ୍କ ଅନୁରୂପ ଇନ୍କ୍ରିମେଣ୍ଟ ଓ ସୁବିଧା ସୁଯୋଗ ପ୍ରଦାନ କରାଯାଉ | ଦ୍ବିତୀୟତଃ ସମସ୍ତ ଏଲିମେଣ୍ଟାରୀ ଶିକ୍ଷକଙ୍କୁ ସେମାନଙ୍କ ନିଯୁକ୍ତି ଦିନଠାରୁ କେନ୍ଦ୍ରୀୟ ସ୍କେଲ ଅଫ ପେ ୩୫,୪୦୦ ଟଙ୍କା ହାରରେ ବେତନ ଦିଆଯାଉ | ତୃତୀୟତଃ ପୁରୁଣା ପେନ୍ସନ ବ୍ୟବସ୍ଥା ପୁନଃବାହାଲ କରାଯାଉ |
ମହାସଂଘର ଏହି ନ୍ୟାର୍ଯ୍ୟ ଦାବି ପୂରଣରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଆସନ୍ତା ବିଧାନସଭା ଅଧିବେଶନ ବେଳେ ଶାନ୍ତିପୂର୍ଣ ଆନ୍ଦୋଳନ କରିବାକୁ ମହାସଂଘ ବାଧ୍ୟ ହେବ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି |
ମହାସଂଘ ବନ୍ତ ବ୍ଲକ ଶାଖା ସଭାପତି ସନାତନ ଦାସ ଓ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ ଏହି ଶାନ୍ତିପୂର୍ଣ ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ |

0
0
0
s2sdefault