ପଦମପୁର ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବରଗଡ: ପଦମପୁର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ଷ୍ଟାର ପ୍ରଚାରକ ତାଲିକାର ଶୀର୍ଷରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନାମ | ଅର୍ଥାତ ପଦମପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଳାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ତାଲିକାର ଦ୍ଵିତୀୟ ସ୍ଥାନରେ ଅଛି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ | ତୃତୀୟରେ ରହିଛି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମୁଖ୍ୟ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କଓ ଚତୁର୍ଥ ରେ ଅଛି ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ନାମ | ଏମାନଙ୍କ ବ୍ୟତୀତ ୧୦ ମନ୍ତ୍ରୀ ପ୍ରଚାର ମଙ୍ଗ ଧରିବେ, ଯେଉଁମାନଙ୍କ ମଧ୍ୟରୁ ପ୍ରାୟତ ଏବେ ପ୍ରଚାର ମୈଦାନରେ | ସେମାନେ ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ସମୀର ରଞ୍ଜନ ଦାଶ, ଟୁକୁନି ସାହୁ, ରୋହିତ ପୂଜାରୀ, ରୀତା ସାହୁ, ରାଜୁ ଢୋଲକିଆ | ଏହାବ୍ୟତୀତ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଡ଼ ଅରୁଣ କୁମାର ସାହୁ, ସାରଦା ନାୟକ, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ରମେଶ ମାଝୀ ଆଦି ବର୍ଷାଙ୍କ ପାଇଁ ଭୋଟ ମାଗିବେ ।