ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହଠାରେ ନବଜାତ ଶିଶୁ ସପ୍ତାହ ପାଳନ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି l ପ୍ରତିବର୍ଷ ଉକ୍ତ ସପ୍ତାହ ନଭେମ୍ବର ମାସ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପାଳିତ ହୁଏ l ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ସମସ୍ତକୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଏ ବର୍ଷର ବାର୍ତା :“ପ୍ରତ୍ୟେକ ନବଜାତ ଶିଶୁକୁ ସୁନିଶ୍ଚିତ ଗୁଣବାର୍ତ୍ତା ଯୁକ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନ ଓ ନବଜାତ ଶିଶୁଙ୍କ ଯତ୍ନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଯେ ନବଜାତ ଶିଶୁ କହିଲେ ଜନ୍ମରୁ ୨୮ ଦିନ ମଧ୍ୟରେ ସମୟକୁ କୁହାଯାଏ l ଯେଉଁ ସମୟ ଶିଶୁ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ଏହି ସମୟରେ ହିଁ ଅଧିକ ଶିଶୁ ଯତ୍ନରେ ଭୁଲ ହେଲେ ମୃତ୍ୟୁବରଣ କରିଥାନ୍ତି l ତେଣୁ ଡାକ୍ତରଖାନାରୁ ଆରମ୍ଭ କରି ମା ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ଦାୟିତ୍ୱ ଦେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ l ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ନିଜ ଅଭିଭାଷଣରେ ନବଜାତ ଶିଶୁ ସପ୍ତାହ ପାଳନର ଆଭିମୁଖେ ଓ ଗୋଷ୍ଟିସ୍ତରରେ ଆଶା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ l ଯାହାଦ୍ୱାରା ସବୁ ପରିବାରରେ ସଚେତନତା ବାର୍ତ୍ତା ପହଂଚିପାରିବ l ଶିଶୁ ଜନ୍ମ ହେବା କ୍ଷଣି ମା କ୍ଷୀର ଖାଇବା ଓ କଙ୍ଗାରୁ ମଦର କେୟାର ଦେବ ଯାହାଦ୍ୱାରା ଶିଶୁ ଶରୀରର ଉଷ୍ମତା ରକ୍ଷା ହୋଇପାରିବ l ଜନ୍ମ ପରେ ବି.ସି.ଜି, ହେପାଟାଇଟିସ ବି ଓ ପୋଲିଓ ଟୀକାକରଣ ସୁ ନିଶ୍ଚିତ କରିବା ଏବଂ ଯଦି କିଛି ବିପଦ ସଂକେତ ଥାଏ ତେବେ ଯଥାଶୀଘ୍ର ଚିକିତ୍ସା ପାଇଁ ଡାକ୍ତରଖାନାକୁ ପ୍ରେରଣା କରିବା l ସବୁ ଶିଶୁ ଯେମିତି ଡାକ୍ତରଖାନରେ ଜନ୍ମ ହେବେ ସେ ସଚେତନତା କରିବା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ l ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନଭେଦ ଏକ ପ୍ରେଜେଣ୍ଟେସନ ଦେଖାଇଥିଲେ l ନବଜାତ ଶିଶୁ ମାନଙ୍କର କଣ ସବୁ ଅସୁବିଧା ଦେଖା ଦିଏ ଘରେ ଓ ଡାକ୍ତରଖାନାରେ କେମିତି ସେ ସବୁକୁ ଚିକିତ୍ସା କରାଯାଏ ସେ ବିଷୟରେ ବୁଝାଇଥିଲେ l ଉକ୍ତ ସଭାରେ ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନିସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ଜିଲ୍ଲା ସ୍ତରରୁ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ l ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଜିଲ୍ଲାସ୍ତରୀୟ ନବଜାତ ଶିଶୁ ସପ୍ତାହ ପାଳନ
- Hits: 330