ହେଡଲାଇନସ୍:

୫-ଟି ରୂପାନ୍ତରଣ ବିଦ୍ୟାଳୟର ଅନୁଧ୍ୟାନ ଓ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତାରେ ଏକ ଟିମ୍ ଗୁମ୍ମା ବ୍ଲକ ସ୍ଥିତ ଜୀବା ଗ୍ରାମସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ସେଠାରେ ବିଦ୍ୟାଳୟର ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ସହ ସମୀକ୍ଷା କରିଥିଲେ।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଆସି ବିଦ୍ୟାଳୟର ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟକୁ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଶ୍ରୀ ପଣ୍ଡା ସ୍ମାର୍ଟ ଶ୍ରେଣୀ ଗୃହ ପ୍ରଥମେ ଦେଖିବା ପରେ ଇ - ଲାଇବ୍ରେରୀ ଓ ପରେ ଆଧୁନିକ ବିଜ୍ଞାନଗାର ଦେଖିବା ପରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ , ପି , ଆର , ଆଇ ସଦସ୍ୟ ମାନଙ୍କୁ ବିଦ୍ୟାଳୟ କାର୍ଯ୍ୟକୁ ଉଦାହରଣ ମାନି ନିଜ ନିଜ ଅଞ୍ଚଳର ବିଦ୍ୟାଳଗୁଡିକରେ ଏଭଳି କାର୍ଯ୍ୟ କରିବା ପାଇଁ ବୁଝାଇଥିଲେ।
ବିଦ୍ୟାଳୟରେ ଚାଲିଥିବା ଏଲ୍ ଆର ପି କାର୍ଯ୍ୟକ୍ରମ ଦେଖି ମଧ୍ୟ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ଶିକ୍ଷାଧିକାରୀ ଶ୍ରୀ ନୟନ କୁମାର ମଣ୍ଡଳ , ଗୁମ୍ମା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ବ୍ଲକ ଚେୟାରମେନ ଶ୍ରୀମତୀ ସୁନେମି ମଣ୍ଡଳ , ଜୀବା ସରପଞ୍ଚ ଏଡେଙ୍ଗା ଶବର , ମୋରୀୟମ ରଇତ ଓ ବ୍ଲକର ଅନ୍ୟାନ୍ୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଖୁସିବ୍ୟକ୍ତ କରିଥିଲେ।
ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ୫-ଟି ବିଦ୍ୟାଳୟର ଉପାଦେୟତା ଓ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ସ୍ବପ୍ନ ସାର୍ଥକ ହେବା ଓ ଭବିଷ୍ୟତ ଗଠନରେ ଏହାର ଭୂମିକା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ ତୃତୀୟ ପର୍ଯ୍ୟାୟ ୫-ଟି ରୂପାନ୍ତରଣର ଚିତ୍ର ଓ ଆଧୁନିକ ଭିତ୍ତିଭୂମିର ଲାଭ ସ୍ଥାନୀୟ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଜୀବନରେ ପ୍ରଭାବ ପକାଇବ ବୋଲି ଆଶାବ୍ୟକ୍ତ କରିଥିଲେ।

0
0
0
s2sdefault