ନୟାଗଡ଼(ବିଶ୍ଵଜିତ ନାୟକ) - ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୂରୁଦୁରା ଗ୍ରାମର ଶ୍ରୀନିବାସ ନାୟକଙ୍କ ପରଲୋକ ଘଟିଛି । ସେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିଲେ । ରୋଗୀ କଲ୍ୟାଣ ସମିତି ଟିକେଟ କାଉଣ୍ଟରରେ ସେ ଡାଟା ଏଣ୍ଟ୍ରି ଅପରେଟର ଭାବେ ଦୀର୍ଘଦିନ ହେବ କାର୍ଯ୍ୟ କରୁଥିଲେ । ତାଙ୍କର ପରଲୋକ ଘଟିବା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦୁରୁଦୂରା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଜଣେ ମେଳାପୀ ଏବଂ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବେ ସେ ପରିଚିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ୱତନ୍ତ୍ର ଶୋଭାଯାତ୍ରାରେ ଶବକୁ ଗାଁକୁ ନିଆଯାଇଛି ।
ରାଜ୍ୟ
ରୋଗୀ କଲ୍ୟାଣ ସମିତି ଡାଟା ଏଣ୍ଟ୍ରି ଅପରେଟରଙ୍କ ଦେହାନ୍ତ
- Hits: 255