ଯାହା ବିକାଶ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା, ଆଉ ଯାହାବି ବାକି ଅଛି ତାହା ମୁଖ୍ୟମନ୍ତ୍ରୀ ହିଁ କରିବେ : ପ୍ରତାପ ଜେନା
ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଆଜି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ସମାଜ ସେବୀ ମହେନ୍ଦ୍ର ବଢେଇଙ୍କ ସହିତ ୨ନଂ ଜୋନ୍ ର ଚାରୋଟି ପଞ୍ଚାୟତରେ ଦଳୀୟ ବିଧାୟକା ପ୍ରାଥିନି ବର୍ଷା ସିଂ ବରିହାଙ୍କ ପାଇଁ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି। ଶ୍ରୀ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭା ଗୁଡିକରେ ବିପୁଳ ଜନ ସମର୍ଥନ ଓ ଲୋକଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଏ ସଭାରେ ଉଦ୍ବୋଧନ ଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ " ରାଜ୍ୟକୁ ଏକ ନମ୍ବର କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ ଜାରି ରଖିଛନ୍ତି | ପଦ୍ମପୁର ଅଂଚଳର ଯାହା ବିକାଶ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି | ଆଉ ଯାହାବି କାମ ବାକି ଅଛି ତାହା ମୁଖ୍ୟମନ୍ତ୍ରୀ ହିଁ କରିବେ | ଆସନ୍ତା ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ବରିହାଙ୍କୁ ବିଜୟୀ କରିବା ପାଇଁ ଶ୍ରୀ ଜେନା ଓ ଅନ୍ୟ ନେତୃବୃନ୍ଦ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ |