ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଆଜି ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ର କଂସର କୁ ପହଂଛି ଥିଲେ କଂସର ପଞ୍ଚାୟତ କୁ ପହଂଚିବା ପରେ ବର୍ଷା ଙ୍କୁ ସ୍ଥାନୀୟ ଜନସାଧାରଣ ଙ୍କର ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଅଂଚଳର ମାଁ ମାନେ ବର୍ଷା ଆସୁଥିବା ରାସ୍ତାରେ ନିଜ ନିଜ ଘର ସମ୍ମୁଖରେ କଳସ ସ୍ଥାପନ କରି ଦୀପ ଜଳେଇ ବର୍ଷା ଙ୍କୁ ସ୍ୱାଗତ କରିବା ସହିତ ଆଶୀର୍ବାଦ କରୁଥିଲେ । ଗ୍ରାମକୁ ବର୍ଷା ପହଂଚିବା ପରେ ମହିଳା ମାନେ ଶହ ଶହ ସଂଖ୍ୟାରେ ତାଙ୍କ ପଛେ ପଛେ ବିଭିନ୍ନ ସ୍ଲୋଗାନ ଦେଇ ଷ୍ଟେଜ ଆଡକୁ ଯାଇଥିଲେ । ଲୋକଙ୍କ ଲୋକଙ୍କ , ଖାସକରି ମାଁ ମାନଙ୍କ ଠାରୁ ମିଳୁଥିବା ସମ୍ମର୍ଥନ ଓ ସମ୍ମାନ ପାଇଁ ବର୍ଷା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜି କଂସର ଠାରେ ଆୟୋଜିତ ସଭାରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ପଟଣାଗଡ଼ ବିଧାୟକ ଶ୍ରୀ ସରୋଜ ମେହେର , ବିଧାୟକ ଦେବୀ ପ୍ରସାଦ ମିଶ୍ର , ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ , ଶ୍ରୀମୟୀ ମିଶ୍ର, ଜିଲ୍ଲାପାରିଷଡ଼ ଅଧ୍ୟକ୍ଷା ମାନିନୀ ଭୋଇ ପ୍ରମୁଖ ସଭାରେ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ।