ହେଡଲାଇନସ୍:

ରାଜ୍ୟ ଖାଦ୍ୟ କମିଶନରଙ୍କ ଖୋରଧା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ଯୋଜନାର ସମୀକ୍ଷା ଏବଂ କ୍ଷେତ୍ରୀୟ ପରିଦର୍ଶନ

ଖୋରଧା-ରାଜ୍ୟ ଖାଦ୍ୟ କମିଶନର ଶ୍ରୀ ପ୍ରମୋଦ କୁମାର ମେର୍କପ ଖୋରଧା ଜିଲ୍ଲା ଗସ୍ତ କରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ବିଭିନ୍ନ ସରକାରୀ ସାମାଜିକ ଯୋଜନାର ସମୀକ୍ଷା କରିଛନ୍ତି । ଏ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦିଗନ୍ତ ରାଉତରାୟ, ଖାଦ୍ୟ କମିଶନ ସଦସ୍ୟ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଆର୍ତ୍ତବନ୍ଧୁ ନାୟକ, ଖୋରଧା ବିଡିଓ ଶ୍ରୀମତୀ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁଗଡା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଦୃଢକରିବା, ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରିବା ଉପରେ ଗୁରୁତ୍ବ ଦେବାକୁ କମିଶନର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି ଜିଲ୍ଲାରେ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ତଥ୍ୟ ରଖି ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଖବର ନେବାକୁ ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦାୟିତ୍ବ ଦେବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି । ଆନ୍ୟ ପକ୍ଷରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମାନ ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହାପରେ ବିଜେବି ହାଇସ୍କୁଲର ପୂର୍ବତନ ଛାତ୍ର ମାନଙ୍କ ସହ ବୈଠକ କରି ମୋ ସ୍କୁଲ ଅଭିଯାନ ସଂପର୍କରେ ସେ ଆଲୋଚନା କରିଛନ୍ତି ।
ପରେ ଶ୍ରୀ ମେର୍କପ ଖୋରଧା ପୌରପାଳିକାର ବିଭିନ୍ନ ସାଧାରଣ ବଣ୍ଟନ ଖୁଚୁରା କେନ୍ଦ୍ରକୁ ଅଚାନକ ଗସ୍ତ କରିବା ସହ ପଲ୍ଲା-୨ ଅଙ୍ଗନୱାଡି କେନ୍ଦ୍ର, ମଳିପଡା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟ ମାନ ଯାଞ୍ଚ, ଗୋଡିପଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀ ସଂଘର ସାମଗ୍ରୀ ଉତ୍ପାଦ କେନ୍ଦ୍ର ଆଦି ବୁଲି ଦେଖି ଖୁସି ବ୍ୟକ୍ତ ଦେଖିଛନ୍ତି ।

0
0
0
s2sdefault